ପଛକୁ ହଟିଲେ ଭାରତ-ଚୀନ୍‌ ସେନା

August 06, 2021, ଦେଶ, , Anupambharat News Bureau


ପଛକୁ ହଟିଲେ ଭାରତ-ଚୀନ୍‌ ସେନା
Anupambharat News Bureau
August 06, 2021


ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବିଗତ ଦିନରେ ବହୁ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିବା ଯୋଗୁଁ ଏହାର ସ୍ଥାୟୀ ସମାଧାନ ପାଇଁ ଉଭୟ ରାଷ୍ଟ୍ର ସରକାର ପଦକ୍ଷେପ ନେଇଛନ୍ତି । ଉଚ୍ଚସ୍ତରୀୟ ଅଧିକାରୀଙ୍କ ଆଲୋଚନା ପରେ ପରେ ଉଭୟ ଦେଶର ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଶାନ୍ତି ପ୍ରତିଷ୍ଠା ଦିଗରେ ଉଭୟ ସରକାର ଆଗକୁ ଆସିଥିବା ଆଜିର କାର୍ଯ୍ୟଧାରାରୁ ଜଣାପଡିଛି । ନିକଟରେ ଶେଷ ହୋଇଥିବା ଦ୍ୱାଦଶ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନାର ନିଷ୍ପତ୍ତି ଅନୁଯାୟୀ ଉଭୟ ଦେଶ ନିଜର ସେନା ଯବାନଙ୍କୁ ପୂର୍ବ ଲଦାଖର ଗୋଗ୍ରା ହାଇଟ୍ସରୁ ପଛକୁ ହଟାଇଛନ୍ତି । ସେହିପରି ଏଠାରେ ଥିବା ଅସ୍ଥାୟୀ ନିର୍ମାଣ କାମଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯାଇଛି । ସୂଚନା ଅନୁସାରେ, ଉଭୟ ଦେଶ ଇଷ୍ଟର୍ଣ୍ଣ ଲଦାଖର ପାଟ୍ରୋଲ ପଏଣ୍ଟ-୧୭ଏରେ ସେନା ପ୍ରତ୍ୟାହାର କରିଛନ୍ତି । ଏହି ସ୍ଥାନକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଦୀର୍ଘ ଗୋଟିଏ ବର୍ଷ ହେଲାଣି ଉକ୍ତ ସ୍ଥାନରେ ଭାରତ ଓ ଚୀନର ଯବାନମାନେ ମୁହାଁମୁହିଁ ହେଉଥିଲେ । ହେଲେ ଏବେ ସ୍ଥିତିରେ ସୁଧାର ଆସିବାର ବାଟ ଫିଟିଛି । ସାମରିକ ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଉକ୍ତ ଅଞ୍ଚଳରେ ତିଆରି ହୋଇଥିବା ଅସ୍ଥାୟୀ କ୍ୟାମ୍ପ ଓ ଅନ୍ୟାନ୍ୟ ଜିନିଷକୁ ଉଭୟ ଦେଶ ହଟାଇ ଦେଇଛନ୍ତି । ସେହିପରି ଏହି ଉଚ୍ଛେଦ କାମ ଉଭୟ ଦେଶ ପରସ୍ପରର ସହଯୋଗରେ ଯାଞ୍ଚ କରିଛନ୍ତି । ପୂର୍ବରୁ ଏହି ଅଞ୍ଚଳରେ ଥିବା ସ୍ଥିତାବସ୍ଥା ଫେରାଇ ଆଣିବାକୁ ଭାରତ ଓ ଚୀନ କାମ କରୁଛନ୍ତି । ଏଠାରୁ ଅଗଷ୍ଟ ୪ ଓ ୫ରେ ପର୍ଯ୍ୟାକ୍ରମେ ଦୁଇ ଦିନ ଧରି ସବୁ କିଛି ସ୍ଥିର କରାଯାଇଥିଲା । ଏବେ ଭାରତ ଓ ଚୀନର ଯବାନମାନେ ନିଜ ନିଜର ସ୍ଥାୟୀ ବେସ୍‌ରେ ରହିଛନ୍ତି । ଭାରତ ଓ ଚୀନ ମଧ୍ୟରେ ଜୁଲାଇ ୩୧ରେ କର୍ପସ କମାଣ୍ଡରଙ୍କ ମଧ୍ୟରେ ଦ୍ୱାଦଶ ପର୍ଯ୍ୟାୟ ବୈଠକ ବସିଥିଲା । ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ, ଉଭୟ ଦେଶ ପର୍ଯ୍ୟାୟକ୍ରମେ ଓ ସମନ୍ୱିତ ଢଙ୍ଗରେ ଗୋଗ୍ରା ହାଇଟ୍ସରୁ ପଛକୁ ହଟିକାବୁ ସହମତି ହୋଇଥିଲେ । ତଦନୁଯାୟୀ ସବୁ କିଛି କରାଯାଉଛି ।
ଭାରତୀୟ ସେନା ଦେଶର ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ଓ ଏଲଏସିରେ ଶାନ୍ତି ବଜାୟ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଏ ଦିଗରେ ଯବାନମାନେ କାର୍ଯ୍ୟ କରୁଥିବା ସେନା ପକ୍ଷରୁ କୁହାଯାଇଛି । ଏହାପୂର୍ବରୁ ଅର୍ଥାତ ୬ ମାସ ତଳେ ଶେଷଥର ପାଇଁ ଭାରତ ଓ ଚାଇନା ପୋଙ୍ଗାଙ୍ଗ ଟିଏସ୍‌ଓରୁ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲେ । ଏହାପରେ ଡିସ୍‌ଏଙ୍ଗେଜମେଣ୍ଟ ବି ହୋଇଥିଲା । ତେବେ ସେବେଠାରୁ ଗୋଗ୍ରା ହାଇଟ୍ସରେ ସୃଷ୍ଟି ହୋଇଥିବା ସ୍ଥିତି ସମ୍ପର୍କିତ ଆଲୋଚନା ସ୍ଥଗିତ ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶକ୍ତି ବିଭାଗର ନ’ଟି  ଅନଲାଇନ୍‌ ସେବା ଶୁଭାରମ୍ଭ

ଶକ୍ତି ବିଭାଗର ନ’ଟି ଅନଲାଇନ୍‌ ସେବା ଶୁଭାରମ୍ଭ

Read More...

ରଙ୍ଗେଇଲୁଣ୍ଡା ଓ ଜୟପୁରରୁ ଉଡ଼ିବ ବିମାନ

ରଙ୍ଗେଇଲୁଣ୍ଡା ଓ ଜୟପୁରରୁ ଉଡ଼ିବ ବିମାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page