ରଙ୍ଗେଇଲୁଣ୍ଡା ଓ ଜୟପୁରରୁ ଉଡ଼ିବ ବିମାନ

August 06, 2021, ଓଡ଼ିଶା, , Anupambharat News Bureau


ରଙ୍ଗେଇଲୁଣ୍ଡା ଓ ଜୟପୁରରୁ ଉଡ଼ିବ ବିମାନ
Anupambharat News Bureau
August 06, 2021


ଭୁବନେଶ୍ୱର, ୬ା୮ (ଅନୁପମ ମିଡିଆ): ଖୁବ୍‌ ଶୀଘ୍ର ରଙ୍ଗେଇଲୁଣ୍ଡା ଓ ଜୟପୁରରୁ ଉଡ଼ିବ ବିମାନ । ଉଡାନ୍‌ ଯୋଜନାରେ ଏହି ଦୁଇଟି ସ୍ଥାନରୁ ବିମାନ ଉଡିବ । ଏନେଇ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ମିଳିସାରିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରଙ୍ଗେଇଲୁଣ୍ଡାଠାରୁ ଭାଇଜାଗ ଓ ଜୟପୁରଠାରୁ ୱାଇଜାଗକୁ ବିମାନ ଚଳାଚଳ କରିବ । ଏଥିପାଇଁ ଦୁଇଟି ଏୟାର ଷ୍ଟ୍ରିପ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇ ସାରିଲାଣି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।
ଅପରପକ୍ଷରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କାମ ଦଶପଲ୍ଲା ପର୍ଯ୍ୟନ୍ତ ପହଞ୍ଚି ସାରିଲାଣି । ଜମି ଅଧିଗ୍ରହଣ ମଧ୍ୟ ଚାଲିଛି । ସେପଟରୁ ବଲାଙ୍ଗିରରୁ ସୋନପୁର ପର୍ଯ୍ୟନ୍ତ କାମ ସରିବାକୁ ବସିଲାଣି । ତେବେ ବୌଦ୍ଧରେ କିଛି ସମସ୍ୟା ରହିଛି । ତଥାପି ଜମି ଅଧିଗ୍ରହଣ କାମ ସରିଗଲାଣି । ୨୦୨୪ରୁ ୨୫ ଭିତରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଛଡ଼ା ଅନ୍ୟ ରେଳ ପ୍ରକଳ୍ପ ନେଇ ଭାରତ ସରକାରଙ୍କ ରେଳ ବିଭାଗ ସହିତ ଆଲୋଚନା କରାଯାଉଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ସମସ୍ୟା ରହିବନି । ସେପେଫମ୍ବର ମାସରେ ଜମି ଅଧିଗ୍ରହଣର ଷ୍ଟାଟସ ରିପୋର୍ଟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦେବେ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା । ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ ରେଳ ପ୍ରକଳ୍ପର ସମସ୍ୟା ନେଇ ଆଲୋଚନା ହୋଇଛି ।
ଯେଉଁଠି ଯେଉଁଠି ଜମି ଅଧିଗ୍ରହଣ ସମସ୍ୟା ରହିଛି, ତାକୁ ସମାଧାନ କରି ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠି ଆର୍ଥିକ ସମସ୍ୟା ଦେଖାଯାଉଛି, ତାକୁ ମଧ୍ୟ ତ୍ୱରାନ୍ୱିତ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଭାଗୀତାରେ ଅଧା ଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଛକୁ ହଟିଲେ ଭାରତ-ଚୀନ୍‌ ସେନା

ପଛକୁ ହଟିଲେ ଭାରତ-ଚୀନ୍‌ ସେନା

Read More...

ଦୁU ଚାଷୀଙ୍କୁ କୋଭିଡ ସହାୟତା : ଏକ ଲକ୍ଷଙ୍କୁ ମିଳିଲା ୧୧ କୋଟି

ଦୁU ଚାଷୀଙ୍କୁ କୋଭିଡ ସହାୟତା : ଏକ ଲକ୍ଷଙ୍କୁ ମିଳିଲା ୧୧ କୋଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page