ପାସ୍‌ହାର ବିଜ୍ଞାନରେ ୯୫.୧୫% ,ବାଣିଜ୍ୟରେ ୯୪.୯୬%

July 31, 2021, ଓଡ଼ିଶା, , Anupambharat News Bureau


ପାସ୍‌ହାର ବିଜ୍ଞାନରେ ୯୫.୧୫% ,ବାଣିଜ୍ୟରେ ୯୪.୯୬%
Anupambharat News Bureau
July 31, 2021


ଭୁବନେଶ୍ୱର, ୩୧ା୭(ଅନୁପମ ମିଡ଼ିଆ): ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲଫ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଶନିବାର ସନ୍ଧ୍ୟାରେ ରେଜଲଫ ପୁସ୍ତିକା ଉନ୍ମୋଚନ ପରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫଳ ଘୋଷଣା କରିଛନ୍ତି । ବିଜ୍ଞାନରେ ଚଳିତବର୍ଷ ୯୫.୧୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ସେହିପରି ବାଣିଜ୍ୟରେ ୯୪.୯୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଶନିବାର ରାତି ୮ଟା ପରେ ଛାତ୍ରଛାତ୍ରୀମାନେ େୱବସାଇଟ୍‌ www.chଟeଞ୍ଚଛiଟhଚ୍ଚ.nic.in ମାଧ୍ୟମରେ ରେଜଲଫ ଦେଖିଥିଲେ ।
ବିଜ୍ଞାନରେ ସମୁଦାୟ ୮୯ ହଜାର ୯୫୧ ଜଣ ପାସ୍‌ କରିଛନ୍ତି । ବିଜ୍ଞାନରେ ରେଗୁଲାର ପାସ୍‌ ହାର ୯୯.୮୮% ରହିଛି । ବିଜ୍ଞାନରେ ୯୫.୧୫ ପ୍ରତିଶତ ପାସ୍‌ କରିଛନ୍ତି । ଚଳିତ ବର୍ଷ ବିଜ୍ଞାନରେ ୯୪,୫୩୨ ଜଣ ବିଦ୍ୟାର୍ଥୀ ପଞ୍ଜୀକୃତ ହୋଇଥିବାବେଳେ ସେଥିମଧ୍ୟରୁ ୮୯,୯୫୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ଏଥି ମଧ୍ୟରେ ୫୦,୧୯୮ ଜଣ ଛାତ୍ର ଏବଂ ୩୯,୭୫୩ ଜଣ ଛାତ୍ରୀ ଅନ୍ତର୍ଭୁକ୍ତ ହୋଇଛନ୍ତି । ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୫ ହଜାର ୪୬୮ ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୬ ହଜାର ୯୪୩ ଓ ତୃତୀୟ ଶ୍ରେଣୀରେ ୧୪ ହଜାର ୬୩୧ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ବିଜ୍ଞାନରେ ଏକ୍ସ ରେଗୁଲାର ପାସ୍‌ ହାର ୭୧.୨୭% ରହିଛି ।
ବାଣିଜ୍ୟରେ ୯୪.୯୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ବାଣିଜ୍ୟରେ ରେଗୁଲାର ପାସ୍‌ ହାର ୯୯.୫୯% ରହିଛି । ବାଣିଜ୍ୟରେ ଏକ୍ସ ରେଗୁଲାର ପାସ୍‌ ହାର ୫୪.୭୮% ରହିଛି । ବାଣିଜ୍ୟରେ ୨୪,୫୨୬ ଜଣ ପଞ୍ଜୀକୃତ ହୋଇଥିବାବେଳେ ସେଥି ମଧ୍ୟରୁ ୨୩,୨୯୨ ଜଣ ପାସ୍‌ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୪,୭୫୭ ଜଣ ଛାତ୍ର ଥିବାବେଳେ ୮,୫୩୫ ଜଣ ଛାତ୍ରୀ ରହିଛନ୍ତି । ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ପାସ ୮ ହଜାର ୩୫୫ ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୫ ହଜାର ୬୯୨ ଓ ତୃତୀୟ ଶ୍ରେଣୀରେ ୯ ହଜାର ୬୬ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।
ମନ୍ତ୍ରୀ ଦାଶ କହିଛନ୍ତି ଯେ, ପରୀକ୍ଷାର୍ଥୀମାନଙ୍କୁ ଅଲଟରନେଟିଭ୍‌ ଆସେସ୍‌ମେଣ୍ଟ ସ୍କିମ୍‌ ଅନୁଯାୟୀ ମାର୍କ ପ୍ରଦାନ କରାଯାଇଛି । କୌଣସି ପରୀକ୍ଷାର୍ଥୀଙ୍କର ଫଳରେ ତଥ୍ୟ-ଆଧାରିତ କୌଣସି ତ୍ରୁଟି ଥିଲେ, ସମ୍ପୃକ୍ତ ପରୀକ୍ଷାର୍ଥୀ ଉପଯୁକ୍ତ ପ୍ରମାଣ ସହ ନିଜର ଅଭିଯୋଗ କଲେଜ୍‌ର ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିପାରିବେ । ଅଧ୍ୟକ୍ଷ ଉକ୍ତ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ଅଭିଯୋଗ ସତ୍ୟ ହୋଇଥିଲେ ମାର୍କସିଟ୍‌ ଓ ଅନ୍ୟାନ୍ୟ ପ୍ରମାଣଗତ ଦସ୍ତାବିଜ୍‌କୁ ଆଟେଷ୍ଟେଡ୍‌ କରି ଫରୱାର୍ଡିଂ ଲେଟର ସହ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଅନ୍‌ଲାଇନ୍‌ରେ ଦାଖଲ କରିପାରିବେ । ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଅଗଷ୍ଟ ୬ ତାରିଖ ମଧ୍ୟରେ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଦାସ ପ୍ରକାଶ କରିଛନ୍ତି ।
ଏହି ଫଳ ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର www.chଟeଞ୍ଚଛiଟhଚ୍ଚ.nic.inରେ ଉପଲବ୍ଧ ହେଉଛି । ପରୀକ୍ଷାର୍ଥୀମାନେ ହେଲ¬ଲାଇନ୍‌ ନମ୍ବର ୦୬୭୪-୨୩୦୧୦୯୮ରୁ ମଧ୍ୟ ଆବଶ୍ୟକୀୟ ସୂଚନା ପାଇପାରିବେ । ଯେଉଁ ପରୀକ୍ଷାର୍ଥୀ ପୂର୍ବରୁ କାଉନ୍‌ସିଲ୍‌ର କୌଣସି ବାର୍ଷିକ ପରୀକ୍ଷା ଦେଇ ନାହାନ୍ତି, ସେମାନଙ୍କର ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି । ସେମାନେ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ଦେଇପାରିବେ । ଯେଉଁ ପରୀକ୍ଷାର୍ଥୀମାନେ ଅଲଟରନେଟିଭ୍‌ ଆସେସ୍‌ମେଣ୍ଟ ସ୍କିମ୍‌ ଅନୁସାରେ ପ୍ରଦତ୍ତ ମାର୍କରେ ସ;ୁଷ୍ଟ ନୁହଁନ୍ତି, ସେମାନେ ଇଚ୍ଛାକଲେ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ଦେଇପାରିବେ । ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ସମ୍ପର୍କିତ ସୂଚନା ଓ
ବିଜ୍ଞପ୍ତି ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ।
ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଡ. ଗଙ୍ଗାଧର ସାହୁ, ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭଶ୍ରୀ ନନ୍ଦ, ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ, ସଚିବ ନିୟତି ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ, ସହକାରୀ ସଚିବ ଚିନ୍ତନ ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜନୀତିରୁ ସନ୍ନ୍ୟାସ ନେଲେ  ବାବୁଲ ସୁପ୍ରିୟୋ

ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟୋ

Read More...

 ଅଗଷ୍ଟ ଗାଇଡ଼ଲାଇନ : ସିନେମା ହଲ୍‌, ପାର୍କ ଖୋଲିବ

ଅଗଷ୍ଟ ଗାଇଡ଼ଲାଇନ : ସିନେମା ହଲ୍‌, ପାର୍କ ଖୋଲିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page