ଅଗଷ୍ଟ ଗାଇଡ଼ଲାଇନ : ସିନେମା ହଲ୍‌, ପାର୍କ ଖୋଲିବ

July 31, 2021, ଓଡ଼ିଶା, , Anupambharat News Bureau


 ଅଗଷ୍ଟ ଗାଇଡ଼ଲାଇନ : ସିନେମା ହଲ୍‌, ପାର୍କ ଖୋଲିବ
Anupambharat News Bureau
July 31, 2021


ଭୁବନେଶ୍ୱର, ୩୧ା୭(ଅନୁପମ ମିଡ଼ିଆ): କରୋନା ସଂକ୍ରମଣ ତଳମୁହାଁ ହେଉଥିବା ବେଳେ କୋଭିଡ୍‌ କଟକଣା ମଧ୍ୟ କୋହଳ ହେଉଛି । ଏହା ମଧ୍ୟରେ ଶନିବାର ଅଗଷ୍ଟ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ପ୍ରଦୀପ ଜେନା ଶନିବାର ସୂଚନା ଦେଇଛନ୍ତି ଯେ, ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫୁ୍ୟ ଜାରି ରହିବ । ଅଗଷ୍ଟ ମାସରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି ଅର୍ଥାତ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ-ବାଜର ଗୁଡ଼ିକ ଖୋଲା ରହିବ । କଟକ , ଭୁବନେଶ୍ୱର ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ସେପେଫମ୍ବର ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ ।
ରାଜ୍ୟରେ ଧାର୍ମିକ, ରାଜନୈତିକ, ସାଂସ୍କୃତିକ, ପ୍ରଦର୍ଶନୀ, ବାଣିଜ୍ୟ ମେଳା-ମହୋତ୍ସବ ଆଦି କ୍ଷେତ୍ରରେ କଟକଣା ଜାରି ରହିବ । କି;ୁ ଜିଲ୍ଲା ପ୍ରଶାସନର ଅନୁମତି ନେଇ ତଥା ସ୍ଥାନୀୟ ଅଞ୍ଚଳର ସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ଖୋଲାଯାଇପାରିବ । ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗଙ୍କର ବୈଠକ ହେବ ।
ସେହିପରି ଆହାର କେନ୍ଦ୍ର ଖୋଲା ରହିବ । କୋଭିଡ ନିୟମ ପାଳନ କରି ଏଠାରେ ଲୋକେ ଖାଇପାରିବେ । ସପିଂ ମଲ ଖୋଲାଯିବ । କି;ୁ ମଲ କର୍ତ୍ତୃପକ୍ଷ ଲୋକଙ୍କୁ କୋଭିଡ ନିୟମ ପ୍ରତି ସତର୍କ କରାଇବେ । କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ପାପ୍ତ ବୟସ୍କର ଲୋକେ ସପିଂ ମଲ ଭିତରକୁ ପ୍ରବେଶ କରିବା ପାଇଁ କୋଭିଡ ଟିକାର ୨ଟି ଡୋଜ ନେଇଥିବା ପ୍ରମାଣ ପତ୍ର ଦେଖାଇବାକୁ ହେବ । ରେଷ୍ଟୁରାଂଟ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ନାଟ୍ୟ ଶାଳା, ଥିଏଟର, ସିନେମାହଲ ୫୦ ପ୍ରତିଶତ କ୍ଷମତାରେ ଖୋଲିବ । ରାସ୍ତାକଡ଼ର ଦୋକାନରେ ଲୋକେ ଏବେ ଖାଇପାରିବେ । ନୀତି ଦିନିଆ ହାଟ ଓ ସାପ୍ତାହିକ ହାଟ ଖୋଲା ରହିବ । ଅନ୍ତଃରାଜ୍ୟ ବସ ଚଳାଚଳ କରିବ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଅପେରା ଅନୁଷ୍ଠାନ ଚାଲିପାରିବ । କୋଭିଡ ନିୟମ ଅନୁଯାୟୀ ସମୁଦ୍ର, ପାର୍କ, ଚିଡିଆଖାନା, ସଂଗ୍ରହାଳୟ ଖୋଲିବ । ଅଟୋ, ଟ୍ୟାକ୍ସି ଆଦି ନିର୍ଦ୍ଦିଷ୍ଟ ସିଟ ଅନୁସାରେ ପରହିବହନ ହୋଇପାରିବେ ।
ଜିଲ୍ଲା ମାଜିଷ୍ଟେଟ୍‌, ପୌର କମିଶନରମାନେ ସ୍ଥାନୀୟ କୋଭିଡ୍‌ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ୍‌ ନିୟମ କଟକଣା ସହ ମନ୍ଦିର, ଧାର୍ମିକ ସ୍ଥଳ ଓ ପୂଜା ସ୍ଥାନ ଆଦିକୁ ଭକ୍ତଙ୍କ ପ୍ରବେଶ ବିଷୟରେ ନିଷ୍ପତ୍ତି ନେଇପାରିବେ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନ ସମ୍ପୃକ୍ତ ପରିଚାଳନା କମିଟି ଓ ଅନ୍ୟ ଭାଗିଦାରଙ୍କ ସହ ଆଲୋଚନା କରି ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲିବା ବିଷୟରେ ନିଷ୍ପତ୍ତିି ନେଇପାରିବେ । ତେବେ ମନ୍ଦିରକୁ ଯାଉଥିବା ଭକ୍ତ ଓ ଶ୍ରଦ୍ଧାଳୁ ପ୍ରସାଦ ଓ ଭୋଗଲାଗି କରାଇପାରିବେ ନାହିଁ । ଯାତ୍ରା, ଥିଏଟର, ଅପେରା ଓ ମୁକ୍ତକାଶ ରଙ୍ଗମଂଚ ଆଦିରେ ଦର୍ଶକମାନେ ପରସ୍ପରଠାରୁ ୬ ଫୁଟର ବ୍ୟବଧାନ ରଖିବେ ଏବଂ ସମସ୍ତ କୋଭିଡ୍‌ ନିୟମ ପାଳନ କରିବେ ।
ବିବାହ ଓ ବ୍ରତୋପନୟନ କାର୍ଯ୍ୟ ୨୫ ଜଣ ଏବଂ ଅନ୍ତେଷ୍ଟ୍ରିକ୍ରିୟା ୨୦ ଜଣ ବ୍ୟକ୍ତିଙ୍କୁ ଅନୁଷ୍ଠିତ ହୋଇପାରିବ । ତେବେ ଏ ସବୁ ସ୍ଥାନରେ ଭୋଜିଭାତ ହୋଇ ପାରିବ ନାହିଁ । ଆୟୋଜକ ଚାହିଁଲେ ଅତିଥିମାନଙ୍କୁ ଖାଦ୍ୟ ପ୍ୟାକେଟ୍‌ ପାର୍ଶଲ ଦେଇପାରିବେ । ସମସ୍ତ ସରକାରୀ ଓ ବ୍ୟବସାୟିକ ସଭାରେ ଅତି ବେଶିରେ ୧୦୦ ଜଣ ଏବଂ ଶିଳାନ୍ୟାସ ଓ ଉଦ୍‌ଘାଟନ ଆଦି କାର୍ଯ୍ୟକ୍ରମରେ ୩୦ ଜଣ ବ୍ୟକ୍ତି କୋଭିଡ୍‌ ନିୟମର ପୂର୍ଣ୍ଣ ଅନୁପାଳନସହ ଅଂଶ ଗ୍ରହଣ କରିପାରିବେ । ସମସ୍ତ ଶିକ୍ଷନୁଷ୍ଠାନ , କୋଚିଂ ସେଣ୍ଟର ଆଦି ସମ୍ପୃକ୍ତ ପ୍ରଶାସନିକ ବିଭାଗଙ୍କର ଗାଇଡ୍‌ ଲାଇନ୍‌ ଅନୁସାରେ ଚାଲିପାରିବ । ସରକାରୀ ଏବଂ ଘରୋଇ ସଂସ୍ଥାମାନେ ମଧ୍ୟ କୋଭିଡ୍‌ ନିୟମ ଅନୁପାଳନସହ ତାଲିମ ଏବଂ ଦକ୍ଷତା ଅବିବୃଦ୍ଧି ଆଦି କାର୍ଯ୍ୟକ୍ରମ ଆୟୋଜନ କରିପାରିବେ । ପର୍ଯ୍ୟଟନ ସ୍ଥାନ, ସଂଗ୍ରହାଳୟ, ପତ୍ନିତାତ୍ତ୍ୱିକ ସ୍ଥାନ, ଇନଡୋର, ଆମୋଦ କେନ୍ଦ୍ର, ଆମୋଦ-ପ୍ରମୋଦ ପାର୍କ, ୱାଟର ପାର୍କ, ଚିଡ଼ିଆଖାନା, ମୀନାବଜାର, ମାରି-ଗୋରାଉଣ୍ଡ ଦୋଳି, ସୁଇମିଂ ପୁଲ୍‌ ଆଦି କୋଭିଡ୍‌ ନିୟମ କଟକଣାସହ ଖୋଲାଯାଇ ପାରିବ । ୨ ଚକିଆ ଓ ୪ ଚକିଆ ଯାନ, ଅଟୋରେକ୍ସା, ଓଲା, ଉବେର ଆଦି ଯାନମାନେ ନିର୍ଦ୍ଧାରିତ ସିଟ୍‌ ଅନୁସାରେ ଯାତ୍ରୀ ନେବା ଆଣିବା କରିପାରିବେ ।
ରାତ୍ରିକାଳୀନ କର୍ଫୁ୍ୟଏବଂ ସପ୍ତାହନ୍ତ ଲକଡାଉନ୍‌ ( କଟକ, ପୁରୀ ଓ ଭୁବନେଶ୍ୱର) ସମୟରେ ପୂର୍ବପରି କଟକଣା ଜାରିରହିବ । ତେବେ ଏ ସମୟରେ ଜରୁରୀକାଳୀନ ସେବା, ସ୍ୱାସ୍ଥ୍ୟ ସେବା କୋଭିଡ୍‌ ପରୀକ୍ଷା ଓ ଟିକାକରଣ ଆଦି କାର୍ଯ୍ୟ ଚାଲୁ ରହିବ । ବିଜୁଳି, ବିମାନବନ୍ଦର, ପରିବହନ ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିମାନେ ନିଜର ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ । ବିମାନବନ୍ଦର, ରେଳଷ୍ଟେସନ ଏବଂ ବସ୍‌ଷ୍ଟାଣ୍ଡରୁ ଅଟୋରେକ୍ସା ବା କ୍ୟାବ ଚାଳକମାନେ ଯାତ୍ରୀ ନେବା ଆଣିବା କରିପାରିବେ । କର୍ଫ୍ୟୁ ସମୟରେ ଯିବା ଆସିବା କରୁଥିବା ବ୍ୟକ୍ତିମାନେ ଯାତ୍ରା ସମ୍ବନ୍ଧିତ ଟିକେଟ, ଦସ୍ତାବିଜ ଏବଂ ନିଜର ପରିଚୟପତ୍ର ଦେଖାଇ ଯାଇପାରିବେ ।
୬୫ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ବିଶେଷ, ଏକାଧିକ ରୋଗରେ ପିଡୀତ ବ୍ୟକ୍ତି, ଗର୍ଭବତୀ ଏବଂ ୧୦ ବର୍ଷରୁ କମ୍‌ ଶିଶୁ ନିଜ ନିଜର ସୁରକ୍ଷା ପାଇଁ ବାହାରେ ବୁଲାବୁଲି ନକରି ଘର ମଧ୍ୟରେ ରହିବା ପାଇଁ ଜେନା ଅନୁରୋଧ କରିଥିଲେ । ସମସ୍ତ ସ୍ଥାନରେ ଓ ଯାତ୍ରୀପରିବହନରେ କୋଭିଡ୍‌ ନିୟମ ଅନୁପାଳନ ବାଧ୍ୟତାମୂଳକ ହେବ । ଅବମାନନାକାରୀଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ୍‌-୨୦୦୫ କୋଭିଡ୍‌ ନିୟନ୍ତ୍ରଣ ନିୟମ-୨୦୨୦ ଏବଂ ଭାରତୀୟ ପିଙ୍ଗଳ କୋର୍ଡ ଅନୁସାରେ ସମ୍ପୃକ୍ତ କର୍ତ୍ତୃପକ୍ଷମାନେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜେନା ଅମାନିଆଙ୍କୁ ସତର୍କ କରାଇଦେଇଥିଲେ । କରୋନା ପରୀକ୍ଷା, ଟ୍ରାକିଂ, ଚିକିତ୍ସା, ଟିକାକରଣ ଏବଂ କୋଭିଡ଼୍‌ ନିୟମ ଅନୁପାଳନ ଆଦି ୫-ସୁତ୍ରୀ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରାଯିବ ବୋଲି ମଧ୍ୟ କହିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଲକଡାଉନ୍‌ ଏବଂ ସଟଡ଼ାଉନ୍‌ ନିୟମ ଅନୁପାଳନରେ ସହଯୋଗ କରିଥିବାରୁ ଉନ୍ନୟନ କମିଶନର ଜେନା ଜନସାଧାରଣ, ଜନ ପ୍ରତିନିଧି, କରୋନା ଯୋଦ୍ଧା ଏବଂ ଆଗ ଧାଡ଼ିର ସେବା
ଯୋଗାଣକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ସହଯୋଗ ଓ ଅନୁପାଳନ ଜାରି ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାସ୍‌ହାର ବିଜ୍ଞାନରେ ୯୫.୧୫% ,ବାଣିଜ୍ୟରେ ୯୪.୯୬%

ପାସ୍‌ହାର ବିଜ୍ଞାନରେ ୯୫.୧୫% ,ବାଣିଜ୍ୟରେ ୯୪.୯୬%

Read More...

୩୧ରେ ଯୁକ୍ତ ୩  ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

୩୧ରେ ଯୁକ୍ତ ୩ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page