ଭାରୋତ୍ତୋଳନରେ ଭାରତକୁ ପ୍ରଥମ ପଦକ : ଚାନୁ ଜିଣିଲେ ରୌପ୍ୟ

July 24, 2021, କ୍ରୀଡ଼ା, , Anupambharat News Bureau


 ଭାରୋତ୍ତୋଳନରେ ଭାରତକୁ ପ୍ରଥମ ପଦକ :  ଚାନୁ ଜିଣିଲେ ରୌପ୍ୟ
Anupambharat News Bureau
July 24, 2021


ଟୋକିଓ,୨୪ା୭: ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ ୪୯ କେଜି ବର୍ଗରେ ରୌପ୍ୟ ପଦକ ହାସଲ କରି ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ପଦକ ଆଣିଛନ୍ତି । ଏଥିସହିତ ଦୀର୍ଘ ୨୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ପଦକ ମିଳିଛି ।
କ୍ଲିନ୍‌ ଆଣ୍ଡ ଜର୍କରେ ୨୬ ବର୍ଷୀୟା ଏହି ଖେଳାଳି ଦ୍ୱିତୀୟ ପ୍ରୟାସରେ ମୋଟ୍‌ ୨୦୨ କେଜି ଭାର ଉଠାଇଥିଲେ । ତେବେ ଭାରୋତ୍ତୋଳନରେ ଚୀନ ଖେଳାଳି ହୋଉ ଝିହୁଇ ୨୨୦ ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଇଣ୍ଡୋନେସିଆ କ୍ରୀଡ଼ାବିତଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ପ୍ରଥମ ପ୍ରୟାସରେ ୮୪ କିଗ୍ରାରେ ଉଦ୍ୟମ କରିଥିଲେ । ଏହି ମଣିପୁର ଖେଳାଳି ସମୟ ନେଇଥିଲେ ଏବଂ ଦ୍ୱିତୀୟ ପ୍ରାସରେ ୮୭ କିଗ୍ରା ଓଜନ ଉଠାଇଥିଲେ । ତେବେ ସେ ଏଥିରେ ସ୍ଥିର ରହି ଯାଇଥିଲେ । ତେବେ ଚୀନ ପ୍ରତିଯୋଗୀ ୯୪ କିଗ୍ରା ପ୍ରୟାସ କରି ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ତେବେ ଏହି ଭାରତୀୟ ଖେଳାଳି ଶେଷ ପ୍ରୟାସରେ ୧୧୭ କିଗ୍ରା ଉଠାଇ ପାରିନଥିଲେ ସୁଦ୍ଧା ଭାରତ ପାଇଁ ପଦକ ନିଶ୍ଚିତ କରିଥିଲେ । ତେବେ ଟୋକିଓରେ ଚାନୁଙ୍କ ଏହି ସଫଳତା ପରେ ତାଙ୍କ ପରିବାରରେ ଖେଳି ଯାଇଛି ଖୁସିର ପରିବେଶ ।
ଏହା ସହ ଭାରଉତୋଳନରେ ଅଲମ୍ପିକ ପଦକ ଜିତିବାରେ ସେ ଦ୍ୱିତୀୟ ଭାରତୀୟ । ଟୋକିଓ ଅଲମ୍ପିକରେ ଭାରତ ପାଇଁ ପ୍ରଥମ ପଦକ ଜିତି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରୋତ୍ତୋଳକ ମୀରାବାଇ ଚାନୁଙ୍କୁ ତାଙ୍କର ଏହି ସଫଳତା ନିମନ୍ତେ ବଧାଇ ଜଣାଇଛନ୍ତି । ମୀରାବାଇ ଚାନୁଙ୍କ ଏହି ସଫଳତା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ବଧାଇ ଜଣାଇବା ସହ କହିଛନ୍ତି ଯେ, ଏଭଳି ଭବ୍ୟ କ୍ରୀଡ଼ାରେ ଏହାଠାରୁ ଭଲ ଆରମ୍ଭ ଆଉ କିଛି ନହୋଇପାରେ । ମୀରାବାଇ ଚାନୁଙ୍କ ଏଭଳି ଉନ୍ନତ କ୍ରୀଡ଼ା ପ୍ରଦର୍ଶନରେ ଭାରତ ଖୁବ୍‌ ଉତ୍ସାହିତ । ତାଙ୍କର ଏହି ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ ।
କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମୀରାବାଇ ଚାନୁଙ୍କ ଏହି ସଫଳତା ନିମନ୍ତେ ତାଙ୍କୁ ବଧାଇ ଜଣାଇବା ସହ ଟ୍ୱିଟ୍‌ କରିଛନ୍ତି ଯେ, ଟୋକିଓ ଅଲମ୍ପିକର ପ୍ରଥମ ଦିନରେ ରୌପ୍ୟ ପଦକ ଜିଣି ସେ ୧୩୫ କୋଟି ଭାରତୀୟଙ୍କ ମୁହଁରେ ହସ ଆଣିପାରିଛନ୍ତି । ଦେଶର ଅନ୍ୟ ଖେଳାଳଙ୍କ ପାଇଁ ମଧ୍ୟ ସେ ପ୍ରେରଣା ଯୋଗାଇଛନ୍ତି । ମୋର ପୂର୍ଣ୍ଣ ବିଶ୍ୱାସ ଭାରତର ଅନ୍ୟ ଖେଳାଳି ମାନେ ମଧ୍ୟ ମୀରାବାଇ ଚାନୁଙ୍କ ଭଳି ଇତିହାସ ରଚିବେ । ଏହା ପୂର୍ବରୁ କର୍ଣ୍ଣମ ମାଲେଶ୍ୱରୀ ୨୦୦୦ ମସିହାର ସିଡନୀ ଅଲିମ୍ପିକ୍ସରେ ଦେଶକୁ ପ୍ରଥମ ମହିଳା ଭାରୋତ୍ତଳନ ପଦକ ଦେଇ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାରାଷ୍ଟ୍ରରେ ପ୍ରଳୟଙ୍କାରୀ ବନ୍ୟା:  ମୃତୁ୍ୟ ସଂଖ୍ୟା ୧୩୮କୁ ବୃଦ୍ଧି

ମହାରାଷ୍ଟ୍ରରେ ପ୍ରଳୟଙ୍କାରୀ ବନ୍ୟା: ମୃତୁ୍ୟ ସଂଖ୍ୟା ୧୩୮କୁ ବୃଦ୍ଧି

Read More...

ପୋଲିସ ଗୁଳିରେ ଟଳିଲା ହାଇଦର  :  ଖସି ପଳାଉଥିବା ବେଳେ ଏନ୍‌କାଉଣ୍ଟର

ପୋଲିସ ଗୁଳିରେ ଟଳିଲା ହାଇଦର : ଖସି ପଳାଉଥିବା ବେଳେ ଏନ୍‌କାଉଣ୍ଟର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page