ପୋଲିସ ଗୁଳିରେ ଟଳିଲା ହାଇଦର : ଖସି ପଳାଉଥିବା ବେଳେ ଏନ୍‌କାଉଣ୍ଟର

July 24, 2021, ଓଡ଼ିଶା, , Anupambharat News Bureau


ପୋଲିସ ଗୁଳିରେ ଟଳିଲା ହାଇଦର  :  ଖସି ପଳାଉଥିବା ବେଳେ ଏନ୍‌କାଉଣ୍ଟର
Anupambharat News Bureau
July 24, 2021


କଟକ/ବାଲେଶ୍ୱର, ୨୪ା୭ (ଅନୁପମ ମିଡ଼ିଆ): ପୋଲିସ ଗୁଳିରେ ଶନିବାର ଟଳିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସେକ ହାଇଦର । ବାରିପଦା ଜେଲକୁ ଏହି ଗ୍ୟାଙ୍ଗଷ୍ଟାରକୁ ନିଆଯାଉଥିବାବେଳେ ଅଧରାସ୍ତାରେ ଖସିଯିବାକୁ ଚେଷ୍ଟା କରୁଥିବା ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଆଜି ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି । ଜଣେ ସବ ଇନ୍ସପେକଫରଙ୍କ ଗୁଳି ତାଙ୍କ ପେଟରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲା ।
ତାକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ତା’ର ମୃତୁ୍ୟ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଡିସିପି ପ୍ରତୀକ ସିଂହଙ୍କ ସୂଚନା ମୁତାବକ, କୋର୍ଟଙ୍କ ନିର୍ଦ୍ଦେଶରେ ହାଇଦରକୁ ଆଜି ଚୌଦ୍ୱାର ଜେଲରୁ ବାରିପଦା ନିଆଯାଉଥିଲା । ଜଣେ ଇନ୍ସପେକଫର, ଜଣେ ସବ ଇନ୍ସପେକଫର ଓ ଏକ ସେକ୍ସନ ଆର୍ମଡ୍‌ ଫୋର୍ସ ସହାୟତାରେ ତାକୁ ବାରିପଦା ନିଆଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ଦିନ ପ୍ରାୟ ୩ଟା ବେଳେ ସେ ପରିସ୍ରା କରିବା ବାହାନାରେ ସୁରକ୍ଷା କର୍ମୀଙ୍କ ପିସ୍ତଲ ଛଡାଇ ଖସି ପଳାଇବାକୁ ଉଦ୍ୟମ କରିଥିଲା । ତେବେ ପୋଲିସ ବାହିନୀ ପକ୍ଷରୁ ତାକୁ ଚେତାବନୀ ଦିଆଯାଇଥିବା ବେଳେ ସେ ପିସ୍ତଲ ଛଡାଇବା ଉଦ୍ୟମ ଜାରି ରଖିଥିଲା । ଫଳରେ ନିକଟରେ ଥିବା ଏସଆଇ ତା ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି ତା ପେଟରେ ବାଜିଥିଲା । ତାକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଚିକିସିାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାର ମୃତୁ୍ୟ ଘଟିଥିବା ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିସିାଧିକାରୀ ଡ଼. ମୃତୁ୍ୟଞ୍ଜୟ ମିଶ୍ର ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ସୁରକ୍ଷା ଦୃଷ୍ଟିରୁ ଡ଼ାକ୍ତରଖାନା ପରିସରରେ ତିନି ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଆସନ୍ତା କାଲି ବ୍ୟବଛେଦ ହେବା ପରେ ଶବକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗତ ମାର୍ଚ୍ଚ ୨୩ରେ ସମ୍ବଲପୁରରୁ କଟକ ବଡମେଡିକାଲକୁ ଚିକିସିା ପାଇଁ ଅଣଯାଇଥିଲା । ଏପ୍ରିଲ ୧୦ ତାରିଖରେ କଟକ ବଡ ମେଡିକାଲରୁ ଚିକିସିାଧିନ ଥିବା ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ସେ ଫେରାର ହୋଇଯାଇଥିଲା । ହାଇଦର ଫେରାର ଘଟଣା ସାରା ଓଡିଶାରେ ଚହଳ ପକାଇଥିଲା । ବେଳେ କମିଶନରେଟ ପୋଲିସର ନିଦ ହଜାଇ ଦେଇଥିଲା । କଟକ କମିଶନରେଟ ପୋଲିସର ବଛା ବଛା ଅଫିସରଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇ ରାଜ୍ୟ ବାହାରକୁ ତାକୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲା । ଶେଷରେ ଏହି ସ୍ୱତନ୍ତ୍ର ଟିମ୍‌ ତାକୁ ତେଲେଙ୍ଗାନାର ହାଇଦ୍ରାବାଦରୁ ଧରିଥିଲା ।
ପ୍ରକାଶ ଥାଉକି ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ନାଁରେ କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ ସମେତ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଦାଦାବଟି, ଲୁଟ, ରାହାଜାନି, ଟେଣ୍ଡର ଫିକ୍ସିଂ, ବାଲିଘାଟ ନିଲାମ ଭଳି ଅନେକ ସଙ୍ଗୀନ ମାମଲାରେ ରହିଥିଲା । ସେକ୍‌ ଚୁନ୍ନାର ଓ ରଶ୍ମୀ ମହାପାତ୍ରଙ୍କ ହତ୍ୟାକାଣ୍ଡ ମାମଲାରେ ଆଜୀବନ ଜେଲ ଦଣ୍ଡାଦେଶ ପାଇବା ପରେ ଜେଲ୍‌ରେ ରହିଥିଲା ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟାର । ପୂର୍ବରୁ ମଧ୍ୟ ହାଇଦରକୁ ଥରେ ପୋଲିସ ଏନ୍‌କାଉଣ୍ଟର କରି ଧରିଥିଲା । ଜେଲ ଯାଇ ଆସିବା ପରେ ପୁଣି ସେ ତାର କଳା ସାମ୍ରାଜ୍ୟକୁ ତ୍ୱରାନିତ କରିବାରେ ଲାଗିଥିଲା । ତେବେ ଜେଲ୍‌ରେ ରହି ମଧ୍ୟ ତାର ଦୁଇ ପୁଅ ଓ ସହଯୋଗୀ ଦ୍ୱାରା କେନ୍ଦ୍ରପଡ଼ାରେ କ୍ରାଇମ ସିଣ୍ଡିକେଟ୍‌ ଜାରି ରଖିଥିଲା ହାଇଦର । ୨୦୧୫ରୁ ଜେଲ୍‌ରେ ଥିବା ହାଇଦର ପୁଣି ଗତ ମାର୍ଚ୍ଚରେ ଚର୍ଚ୍ଚାକୁ ଆସିଥିଲା । ଯେତେବେଳେ ଏହି ଦୁର୍ଦ୍ଦାନ୍ତ ଅପରାଧୀ କଟକ ହସ୍ପିଟାଲରୁ ଫେରାର ହୋଇଯାଇଥିଲା । ଏହାକୁ ନେଇ ରାଜ୍ୟ ପୋଲିସକୁ ବଦନାମ ହେବାକୁ ପଡ଼ିଥିଲା । ତେବେ ପରବର୍ତ୍ତୀ ସମୟରେ ସେ ଧରାପଡ଼ି ପୁଣି ଜେଲ୍‌କୁ ଯାଇଥିଲା । ତେବେ ଓଡ଼ିଶା ଅପରାଧ ଜଗତରେ ନିକଟ ଅତୀତରେ ପୋଲିସ ଏନ୍‌କାଉଣ୍ଟରେ କେହି ଗ୍ୟାଙ୍ଗଷ୍ଟାର ନିହତ ହେବା ପ୍ରଥମ ଘଟଣା ବୋଲି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଭାରୋତ୍ତୋଳନରେ ଭାରତକୁ ପ୍ରଥମ ପଦକ :  ଚାନୁ ଜିଣିଲେ ରୌପ୍ୟ

ଭାରୋତ୍ତୋଳନରେ ଭାରତକୁ ପ୍ରଥମ ପଦକ : ଚାନୁ ଜିଣିଲେ ରୌପ୍ୟ

Read More...

ଯୁକ୍ତ ୩ରେ‘ବିପର୍ଯ୍ୟୟ ପରିଚାଳନା’ ସାମିଲ

ଯୁକ୍ତ ୩ରେ‘ବିପର୍ଯ୍ୟୟ ପରିଚାଳନା’ ସାମିଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page