ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ, ଅରୁଣାଚଳରେ ବିଜେପି

May 24, 2019, ଦେଶ, , Anupambharat News Bureau


ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ, ଅରୁଣାଚଳରେ ବିଜେପି
Anupambharat News Bureau
May 24, 2019

ନୂଆଦିଲ୍ଲୀ, ୨୩ା୫: ସାଧାରଣ ନିର୍ବାଚନ ସହ ଚାରି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଆଜି ଘୋଷିତ ହୋଇଛି । ମିଳିଥିବା ସୂଚନାନୁଯାୟୀ ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ ହୋଇଥିବା ବେଳେ ଅରୁଣାଚଳରେ ବିଜେପି କ୍ଷମତାସୀନ ହେବାକୁ ଯାଉଛି । ସିକିମ୍‌ରେ ସେଠକାର ଆଞ୍ଚଳିକ ଦଳ ସରକାର ଗଠନ କରିବାକୁ ଯାଉଛି । ଆନ୍ଧ୍ର ବିଧାନସଭା ନିର୍ବାଚନ ଫଳାଫଳ ଅନୁଯାୟୀ ସେଠାରେ ୱାଇଏସ୍‌ଆର୍‌ କଂଗ୍ରେସ କ୍ଷମତାସୀନ ହେବାକୁ ଯାଉଛି । କ୍ଷମତାରେ ଥିବା ତେଲଗୁ ଦେଶମ ପାର୍ଟି(ଟିଡିପି) ପରାଜୟର ମୁହଁ ଦେଖିଛି । ଆନ୍ଧ୍ରରେ ୱାଇଏସ୍‌ ଜଗନମୋହନ ରେzିଙ୍କ ନେତୃତ୍ୱାଧିନ ୱାଇଏସ୍‌ଆର୍‌ କଂଗ୍ରେସ ନୂତନ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି । ଫଳାଫଳ ତତ୍‌କ୍ଷଣାତ୍‌ ଟିଡିପିର ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜଣାଯାଇଛି । ସିକିମ୍‌ ବିଧାନସଭା ନିର୍ବାଚନରେ ସାତଟି ବିଧାନସଭା ଆସନରେ ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା ଯାହାକି ଚଳିତ ଦିନରେ ବିରୋଧୀ ଦଳର ଭୂମିକା ଗ୍ରହଣ କରିଥିଲା ତାହା ଆଜିର ଫଳାଫଳ ଅନୁଯାୟୀ ୭ଟି ଆସନରୁ ବିଜୟ ଲାଭ କରିଛି । ସିକିମ୍‌ର ସମୁଦାୟ ୩୨ଟି ବିଧାନସଭା ଆସନରୁ ବିଜେପିର ଏକ ମେଣ୍ଟ ଦଳ ଭାବେ ଏହି ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା ଶାସନ କ୍ଷମତା ହାତକୁ ନେବ ବୋଲି ଜଣାପଡ଼ିଛି । ଏଠାରେ ଆଞ୍ଚଳିକ ଦଳ ଏସ୍‌ଡିଏଫ୍‌ ୧୮ଟି ଆସନରେ ନିଜ ସ୍ଥିତିକୁ ସୁଦୃଢ଼ କରିପାରିଛି । ଅରୁଣାଚଳ ପ୍ରଦେଶରେ ସ୍ଥିତି କିନ୍ତୁ ଭାରତୀୟ ଜନତାପାର୍ଟି ସପକ୍ଷରେ ଯାଇଛି । ସମୁଦାୟ ୬୦ଟି ଆସନରୁ ସଂଖ୍ୟାଗରିଷ୍ଠତା ମ୍ୟାଜିକ୍‌ ସଂଖ୍ୟା ୩୧ ଆବଶ୍ୟକତା ଥିବାବେଳେ ବିଜେପି କିନ୍ତୁ ଏଠାରେ ୩୯ଆସନରୁ ସଫଳତା ହାସଲ କରି ନିଜ ସ୍ଥିତିକୁ ସୁଦୃଢ଼ କରିପାରିଛି । ଅନ୍ୟପକ୍ଷରେ ଓଡ଼ିଶାରେ ୧୪୭ ବିଧାନସଭା ଆସନ ମଧ୍ୟରୁ ୧୪୬ ଆସନର ସ୍ଥିତି ପ୍ରକାଶ ପାଇଥିବାବେଳେ ଆଞ୍ଚଳିକ ଦଳ ବିଜୁ ଜନତାଦଳ (ବିଜେଡି) ୧୧୩ଟି ଆସନରେ ଅଗ୍ରଣୀ ରହି ନିଜ ସ୍ଥିତିକୁ ସୁଦୃଢ଼ କରିପାରିଛି । ଏଠାରେ ୭୪ଟି ଆସନ ମ୍ୟାଜିକ୍‌ ସଂଖ୍ୟା ଥିବା ବେଳେ ଏହାଠାରୁ ବେଶ୍‌ ଅଧିକ ବିଜେଡି ହାସଲ କରିବାରେ ସକ୍ଷମ ହୋଇଛି । ଅନ୍ୟପକ୍ଷରେ ବିଜେପି ମାତ୍ର ୨୨ଟି ବିଧାନସଭା ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ମାତ୍ର ୧୦ଟି ଆସନରେ ସଫଳତା ପାଇଛି ଓ ଅନ୍ୟ ଦଳ ଗୋଟିଏ ଆସନରେ ସଫଳତା ପାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ

ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ

Read More...

ମୋଦି ସୁନାମୀରେ ବିରୋଧୀ ଧରାଶାୟୀ : ଏନ୍‌ଡିଏ ସରକାର ଗଠନ ପଥ ପରିଷ୍କାର, କଂଗ୍ରେସର ବଡ଼ ବିପର୍ଯ୍ୟୟ

ମୋଦି ସୁନାମୀରେ ବିରୋଧୀ ଧରାଶାୟୀ : ଏନ୍‌ଡିଏ ସରକାର ଗଠନ ପଥ ପରିଷ୍କାର, କଂଗ୍ରେସର ବଡ଼ ବିପର୍ଯ୍ୟୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page