ମୋଦି ସୁନାମୀରେ ବିରୋଧୀ ଧରାଶାୟୀ : ଏନ୍‌ଡିଏ ସରକାର ଗଠନ ପଥ ପରିଷ୍କାର, କଂଗ୍ରେସର ବଡ଼ ବିପର୍ଯ୍ୟୟ

May 24, 2019, ଦେଶ, , Anupambharat News Bureau


ମୋଦି ସୁନାମୀରେ ବିରୋଧୀ ଧରାଶାୟୀ : ଏନ୍‌ଡିଏ ସରକାର ଗଠନ ପଥ ପରିଷ୍କାର, କଂଗ୍ରେସର ବଡ଼ ବିପର୍ଯ୍ୟୟ
Anupambharat News Bureau
May 24, 2019

ନୂଆଦିଲ୍ଲୀ,୨୩ା୫: ଦେଶରେ ପୁଣି ମୋଦି ସୁନାମୀ ଦେଖିବାକୁ ମିଳିଛି । ଏହି ତଥାକଥିତ ସୁନାମୀରେ ବିରୋଧୀ ସମ୍ପୂର୍ଣ୍ଣ ଧରାଶାୟୀ ହୋଇପଡ଼ିଛନ୍ତି । ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନର ଗୁରୁବାର ଭୋଟ ଗଣତିରେ ଯେଉଁ ଟ୍ରେଣ୍ଡ ଦେଖିବାକୁ ମିଳିଛି ସେଥିରେ ପୁଣି ଥରେ କେନ୍ଦ୍ରରେ ଏନ୍‌ଡିଏ ସରକାର ଗଠନ ହେବା ପଥ ପରିଷ୍କାର ହେବାରେ ଲାଗିଛି । ପ୍ରଥମ ଥର ଲାଗି ଅଣ କଂଗ୍ରେସ ଦଳ ଦେଶରେ ଦ୍ୱିତୀୟ ଥର ସରକାର ଗଠନ କରିବାରେ ସକ୍ଷମ ହୋଇଛି । ଫଳରେ ନରେନ୍ଦ୍ର ମୋଦି ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।
ସମଗ୍ର ଦେଶରେ ମୋଦିଙ୍କ ମ୍ୟାଜିକ କାର୍ଯ୍ୟ କରିବାରୁ ବିଜେପିକୁ ଏକ ବଡ଼ ସଫଳତା ମିଳିଛି । ଯାହାକି ଆଜିର ଗଣତି ଫଳାଫଳରୁ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛ । ଏହାକୁ ନେଇ ବିଜେପିରେ ଖୁସିର ମାହଲ ଦେଖିବାକୁ ମିଳିଛି । ଅନ୍ୟପକ୍ଷେ କଂଗ୍ରେସରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଫଳରେ ଦଳରେ ନୈରାଶ୍ୟଭାବ ଦେଖିବାକୁ ମିଳିଛି । ଏକ୍‌ଜିଟ୍‌ ପୋଲ୍‌ ସର୍ଭେ ରିପୋର୍ଟରେ ଏନ୍‌ଡିଏ ସରକାର ବହୁମତ ହାସଲ ନେଇ ଆକଳନ ହୋଇଥିଲା । ଆଜି ଗଣତି ସମୟରେ ଏକ୍‌ଜିଟ୍‌ ପୋଲ୍‌ ଆକଳନ ଏକ ପ୍ରକାର ସତ୍ୟ ହେବାରେ ଲାଗିଛି । ରିପୋର୍ଟ ଲେଖା ପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁଯାୟୀ ବିଜେପି ନେତୃତ୍ୱାଧିନ ଏନ୍‌ଡିଏ ୧୮୨ ଆସନରେ ବିଜୟୀ ହୋଇଥିବା ବେଳେ ୧୪୪ଟିରେ ଆଗୁଆ ରହିଛି । ସେହିଭଳି କଂଗ୍ରେସ ନେତୃବାଧିନ ୟୁପିଏ ୪୮ଟିରେ ବିଜୟୀ ହୋଇଥିବା ବେଳେ ୪୦ ଆସନରେ ଆଗୁଆ ରହିଛି । ଅନ୍ୟାନ୍ୟ ୪୬ ଆସନରେ ବିଜୟୀ ହୋଇଥିବା ବେଳେ ୭୪ ଆସନରେ ଆଗୁଆ ରହିଛନ୍ତି । ସରକାରେ ଗଠନ ଲାଗି ମ୍ୟାଜିକ୍‌ ସଂଖ୍ୟା ୨୭୨ ରହିଥିଲା ବେଳେ ବତ୍ତର୍ମାନର ଟ୍ରେଣ୍ଡକୁ ଦେଖିଲେ ଏନ୍‌ଡିଏ ଏହାଠାରୁ ଅଧିକ ସଂଖ୍ୟକ ଆସନ ପାଇବା ନିଶ୍ଚିତ ହୋଇଛି ।
ଫଳାଫଳ ଚୂଡାନ୍ତ ହୋଇନଥିଲେ ସୁଦ୍ଧା ବିଜେପି ନେତୃତ୍ୱାଧିନ ଏନ୍‌ଡିଏ ସରକାର ଗଠନ ନିଶ୍ଚିତ ହୋଇଥିବାରୁ ଗୌରିକ ଦଳ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ମୋଦି ତାହାଙ୍କ ବିପୁଳ ବିଜୟ ନେଇ ଦଳୀୟ ସମର୍ଥକ କର୍ମୀଙ୍କୁ ଆଜି ତାହାଙ୍କ ବିଜୟ ଯାତ୍ରାର ପ୍ରଥମ ଉଦ୍‌ବୋଧନ ଦେଇଛନ୍ତି । ବାସ୍ତବିକ ଏହି ନିର୍ବାଚନ ଓ ଭୋଟ ଏବଂ ବିଜୟ ନୂଆ ଭାରତ ପାଇଁ ଏହା ଏକ ସୁଦୃଢ଼ ଜନାଦେଶ ବୋଲି ନରେନ୍ଦ୍ର ମୋଦି ନିଜ ଉଦ୍‌ବୋଧନରେ କହିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଅତ୍ୟନ୍ତ ଉଲ୍ଲସିତ ପରିବେଶ ମଧ୍ୟରେ ମୋଦି କହିଛନ୍ତି ଯେ ଦେଶବାସୀ ପୁଣି ଥରେ ଏହି ଫକିର ଉପରେ ଭରସା କଲେ । ବାସ୍ତବିକ ଏହା ହିଁ ଜନାଦେଶ ବୋଲି ସେ ବୁଝାଇଥିଲେ । ଓଡ଼ିଶା, ତାମିଲନାଡ଼ୁ , ପଞ୍ଜାବ ଏବଂ ପଶ୍ଚିମବଙ୍ଗକୁ ବାଦ୍‌ ଦେଲେ ଅନ୍ୟ ସବୁ ରାଜ୍ୟରେ ବିଜେପି ଆଶାତୀତ ସଫଳତା ହାସଲ କରିଛି । ତେବେ ଆସନ୍ତାକାଲି କେଉଁ ଦଳ କେତୋଟି ଆସନରେ ବିଜୟୀ ହୋଇଛନ୍ତି ସ୍ପଷ୍ଟ ହେବ । ଉତ୍ତର ପ୍ରଦେଶରେ ୮୦ଟି ଲୋକସଭା ଆସନରୁ ୬୧ ଆସନରୁ ଏନ୍‌ଡିଏ ସଫଳତା ପାଇଥିବା ବେଳେ ମହାରାଷ୍ଟ୍ରରୁ ଏନ୍‌ଡିଏ ୪୮ ଆସନରୁ ସର୍ବାଧିକ ୪୧ଟିରେ ସଫଳତା ହାସଲ କରିଛି । ତେବେ ପଶ୍ଚିମବଙ୍ଗରେ ଏନ୍‌ଡିଏ ପାଇଁ କିନ୍ତୁ ପୃଥକ ପରିଚୟ ଦେଖିବାକୁ ମିଳିଛି । ଏଠାରେ ୪୨ଟି ଆସନରୁ ମାତ୍ର ୧୭ଟି ସଫଳତା ହାସଲ କରିଥିବା ବେଳେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଅଧିକ ସଦସ୍ୟ ଲୋକସଭାକୁ ଆସୁଥିବା ସ୍ପଷ୍ଟ ହୋଇଛି । ତାମିଲନାଡୁରେ ସମୁଦାୟ ୨୯ ଆସନରୁ ଏନ୍‌ଡିଏକୁ ମାତ୍ର ୨ଟି ଆସନରେ ସଫଳତା ମିଳିଥିବା ବେଳେ ଏଠାରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ୩୧ଟି ଆସନରେ ସଫଳତା ମିଳିଛି । ଆନ୍ଧ୍ରପ୍ରଦେଶରେ ମଧ୍ୟ ଏନ୍‌ଡିଏକୁ କୌଣସି ସଫଳତା ମିଳିନାହିଁ । ୱାଇଏସ୍‌ଆର୍‌ କଂଗ୍ରେସକୁ ଏଠାରେ ବହୁ ସଫଳତା ମିଳିଛି । ମଧ୍ୟପ୍ରଦେଶରେ ସମୁଦାୟ ୨୯ଟି ଲୋକସଭା ଆସନ ମଧ୍ୟରୁ ଏନ୍‌ଡିଏକୁ ୨୮ଟି ଆସନର ସଫଳତା ମିଳିଛି । କର୍ଣ୍ଣାଟକରେ ୨୮ଟି ଆସନରୁ ୨୫ଟି ଆସନକୁ ଏନ୍‌ଡିଏ ନିଜ ଅକ୍ତିଆରକୁ ନେଇଛି । ଓଡ଼ିଶାରେ ସମୁଦାୟ ୨୧ଟି ଲୋକସଭା ଆସନରୁ ୮ଟିରେ ଏନ୍‌ଡିଏ ସଫଳତା ହାସଲ କରିଥିବା ବେଳେ ଏଠାର ଆଞ୍ଚଳିକ ଦଳ ବିଜୁ ଜନତା ଦଳ (ବିଜେଡି) ୧୩ଟି ଆସନରେ ବିଜୟ ଲାଭ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ, ଅରୁଣାଚଳରେ ବିଜେପି

ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ, ଅରୁଣାଚଳରେ ବିଜେପି

Read More...

ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି

ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page