୧୬ ପର୍ଯ୍ୟନ୍ତ ବଢିଲା ଆଂଶିକ ଲକ୍‌ଡାଉନ୍‌

June 30, 2021, ଓଡ଼ିଶା, , Anupambharat News Bureau


୧୬ ପର୍ଯ୍ୟନ୍ତ ବଢିଲା ଆଂଶିକ ଲକ୍‌ଡାଉନ୍‌
Anupambharat News Bureau
June 30, 2021


ଭୁବନେଶ୍ୱର, ୩୦ା୬(ଅନୁପମ ମିଡ଼ିଆ): ରାଜ୍ୟରେ ଆଂଶିକ ଲକଡାଉନକୁ ଆସନ୍ତା ୧୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରାଜ୍ୟର ମୋଟ ୨୦ଟି ଜିଲ୍ଲାକୁ କାଟେଗୋରୀ ­ଏ ରେ ରଖାଯାଇଥିବାବେଳେ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାକୁ କାଟେଗୋରୀ ­ ବିରେ ରଖାଯାଇଛି । କାଟେଗୋରୀ ­ଏ ରେ ଥିବା ୨୦ଟି ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତରୁ କମ ଥିବାରୁ ସେଠାରେ ସପ୍ତାହାନ୍ତ ସଟଡାଉନକୁ ହଟାଇ ଦିଆଯାଇ ଥିବାବେଳେ ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି ।
ତେବେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କର୍ଫୁ୍ୟ ଲାଗୁ ହେବ । ଏହି ୨୦ଟି ଜିଲ୍ଲାରେ ବସ, ଅଟୋ ଓ ଟାକ୍ସି ପରିବହନକୁ ଅନୁମତି ଦିଆଯାଇଛି । ଇନ୍‌ ଡୋର ଓ ଆଉଟଡୋର ସୁଟିଂକୁ ମଧ୍ୟ ଅନୁମତି ମିଳିଛି । ସାପ୍ତାହିକ ହାଟ ଓ ମାର୍କେଟ ଓ ସେଲୁନ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ମଲ, ବିଉଟି ପାର୍ଲର ବନ୍ଦ ରହିବ । ଏହି ଜିଲ୍ଲାଗୁଡିକରେ କୋଭିଡ୍‌ ନିୟମ ସହ ବସ୍‌ ଓ ଟ୍ୟାକ୍ସି ଆଦିରେ ସିଟ୍‌ ଅନୁସାରେ ନିର୍ଦ୍ଧାରିତ ସଂଖ୍ୟକ ଯାତ୍ରୀଙ୍କୁ ଅନୁମତି ମିଳିବ । ଅନ୍ୟପକ୍ଷରେ, କ୍ୟାଟେଗୋରୀ ­ବି ରେ ଥିବା ୧୦ଟି ଜିଲ୍ଲା ହେଲା ନୟାଗଡ଼, ପୁରୀ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ମୟୁରଭଞ୍ଜ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା । ଏସବୁ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନକୁ ପୂର୍ବଭଳି ଲାଗୁ ରହିବ ଓ ସକାଳ ୬ ଟାରୁ ଅପରାହ@ ୨ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି । ଏସବୁ ଜିଲ୍ଲାରେ ବସ ପରିବହନ ଉପରେ କଟକଣା ଜାରି ରହିବ । ଏସବୁ ଜିଲ୍ଲାରେ ଚା ଓ ଉଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ମଲ, ବିଉଟି ପାର୍ଲର ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।ରାଜ୍ୟରେ ପୂର୍ବଭଳି ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ବନ୍ଦ ରହିବ । ଏଥିସହ ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ପୂର୍ବଭଳି ନୀତି ନିୟମ ଲାଗୁ ରହିବ । ଲକ୍‌ ଡାଉନ୍‌ ସମୟରେ ଟୀକାକରଣ ଓ ଟେଷ୍ଟିଂ କାର୍ଯ୍ୟକ୍ରମ ଉପରେ କୌଣସି କଟକଣା ରହିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଗଂଜାମ, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକନାଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲାମାନଙ୍କରେ ପୂର୍ବ ପର୍ଯ୍ୟାୟ ଲକଡାଉନ୍‌ ବେଳକୁ ସଂକ୍ରମଣ ହାର ୫ ଶତକଡ଼ାରୁ ତଳକୁ ଖସିଥିଲା । ଇତି ମଧ୍ୟରେ ଅନୁଗୁଳ, ଢେଙ୍କାନାଳ ଏବଂ କେନ୍ଦୁଝର ଆଦି ୩ ଟି ଜିଲ୍ଲାରେ କୋଭିଡ୍‌ ନିୟମର ସଠିକ୍‌ ଅନୁପାଳନ ଯୋଗୁ ସଂକ୍ରମଣ ହାର ୫ ଶତକଡ଼ା ତଳକୁ ଖସିଛି । କେଣୁ ଏସବୁ ଜିଲ୍ଲାକୁ ବର୍ଗ-କ(କାଟେଗୋରୀ-ଏ) ଅନ୍ତର୍ଭୁକ୍ତ କରାଯାଇଛି । ନୟାଗଡ଼, ପୁରୀ, କଟକ, ଖୋର୍ଦ୍ଧା, ଭଦ୍ରଖ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂପୁର ଓ ଯାଜପୁର ଆଦି ୧୦ଟି ଜିଲ୍ଲାକୁ ବର୍ଗ-ଖ ଅନ୍ତର୍ଭୁକ୍ତ କରାଯାଇଛି । ଆସନ୍ତା ୧୬ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ପ୍ରଦର୍ଶନୀ, ମେଳା, ସିନେମାହଲ୍‌, ମଲଫିପ୍ଲେକ୍ସ, ଜିମ୍‌, ପାର୍କ, ଥଏଟର, ଯାତ୍ରା, ବାର୍‌ , ଅଡିଟୋରିଅମ୍‌, ଦୋଳି, ମୀନା ବଜାର, ଏକତ୍ର ହେବା, ହଲ୍‌, ସମସ୍ତ ପ୍ରକାର ସାମାଜିକ, ଧାର୍ମିକ ବା ରାଜନୈତିକ ସଭାସମିତି, ବିବାହ ଓ ବ୍ରତ ଆଦି ପାଇଁ ଶୋଭାଯାତ୍ରା ଓ ଉତ୍ସବ, ମନ୍ଦିର ଓ ଧର୍ମାନୁଷ୍ଠାନ ଆଦିରେ ସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ମନ୍ଦିର, ମସଜିଦ୍‌ ଓ ଗୁରୁଦ୍ୱାର ଓ ଚର୍ଚ୍ଚ ଆଦିରେ ପୁର୍ବ ପର୍ଯ୍ୟାୟଭଳି ସିମୀତ ପୂଜକଙ୍କୁ ନେଇ ଦୈନିକ ନୀତି ଚାଲୁ ରହିବ । ସାରା ରାଜ୍ୟରେ ସାଇକେଲ୍‌ ମରାମତି, ଯାନବାହନ ମରାମତି, କଳକାରଖାନା, ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ, ଦ୍ରବ୍ୟ ପରିବହନ, କୃଷି, ମତ୍ସ୍ୟ ଚାଷ ଓ ପଶୁପାଳନ ସମ୍ବନ୍ଧିତ ଦୋକାନ ଏବଂ କାମକୁ କଟକଣା ମୁକ୍ତ କରାଯାଇଛି । ସେହିପରିର ମିଠା ଦୋକାନୀ, ଠେଲାଗାଡ଼ି, ଉଠାଦୋକାନୀ ମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟବସାୟ କରିପାରିବେ । ତେବେ ଗ୍ରାହକ କେବଳ ଖାଦ୍ୟ କିଣି ଘରକୁ ନେଇ ପାରିବେ । କେହି ଦୋକାନରେ ବସି ବା ସେଠାରେ ଠିଆ ହୋଇ ଖାଇ ପାରିବେ ନାହିଁ । ରାସ୍ତାକଡ଼ ଢାବା କେବଳ ଖାଦ୍ୟ ପାର୍ସଲ ଦେବା ପାଇଁ ଖୋଲା ରହିବ ।ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ୍‌ ଯୋଗାଣ, ଟେଲିକମ୍‌, ଅଗ୍ନିଶମ ସେବା, ଅନ୍ୟାନ୍ୟ ମୌଳିକ ଏବଂ ଜରୁରୀ କାଳୀନ ସେବା ଆଦି ପୂର୍ବପରି ଚାଲୁ ରହିବ । ଉଭୟ ଦୋକାନୀ ଏବଂ ଗ୍ରାହକ ଉପଯୁକ୍ତ ବ୍ୟବଧାନ ରଖିବେ ଏବଂ ସଠିକ୍‌ ଭାବେ ମାକ୍ସ ପିନ୍ଧିବେ । ଏଥିରେ ଅବହେଳା ହେଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ବା ପୌରାଞ୍ଚଳ କମିଶନର ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ । କରୋନା ସ୍ଥିତି ପରିଚାଳନାରେ ଗ୍ରାମ ପଞ୍ଚାୟତମାନଙ୍କର ଅତି ଗରୁତ୍ୱପୁର୍ଣ୍ଣ ଭୂମିକା ରହିଛି ବୋଲି ମୁଖ୍ୟ ଶାସନ ସଚିବ ମହାପାତ୍ର କହିଥିଲେ । ନିଜ ଅଞ୍ଚଳରେ କରୋନା ପ୍ରତିରୋଧ ବ୍ୟବହାର ବିଷୟରେ ସଚେତନା ସୃଷ୍ଟି, ବାହାରୁ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ପ୍ରଦାନ, ସଂକ୍ରମଣ ସର୍ବେକ୍ଷଣ, ଘରୋଇ ପୃଥକବାସରେ ରହିଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଦୃଷ୍ଟି, ଆବଶ୍ୟକସ୍ଥଳେ ଡାକ୍ତରଖାନାକୁ ସ୍ଥାନାନ୍ତରକରଣ, କର୍ତୁପକ୍ଷଙ୍କୁ କୋଭିଡ୍‌ ନିୟମ ଉଲଙ୍ଘନ ସମ୍ବନ୍ଧିତ ସୂଚନା ପ୍ରଦାନ ଆଦି ବିଷୟରେ ଗ୍ରାମ ପଂଚାୟତ ସରପଞ୍ଚ ଓ ୱାର୍ଡ ମେମ୍ବର ମାନଙ୍କ ସକ୍ରିୟ ସହାୟତା ଏକାନ୍ତ ଆବଶ୍ୟକ ବୋଲି ମହାପାତ୍ର କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୌଡ଼ରାଣୀ ଦୂତୀଙ୍କୁ ଅଲିମ୍ପିକ୍ସ ଟିକେଟ୍‌

ଦୌଡ଼ରାଣୀ ଦୂତୀଙ୍କୁ ଅଲିମ୍ପିକ୍ସ ଟିକେଟ୍‌

Read More...

୨୦୨୨ ପୂର୍ବରୁ ବିଦ୍ୟାଳୟ ଖୋଲିବନି !

୨୦୨୨ ପୂର୍ବରୁ ବିଦ୍ୟାଳୟ ଖୋଲିବନି !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page