ପରିଚୟପତ୍ର ନଥିଲେ ବି ମିଳିବ ଟିକା

May 12, 2021, ଓଡ଼ିଶା, , Anupambharat News Bureau


ପରିଚୟପତ୍ର ନଥିଲେ ବି ମିଳିବ ଟିକା
Anupambharat News Bureau
May 12, 2021


ଭୁବନେଶ୍ୱର, ୧୨ା୫(ଅନୁପମ ମିଡ଼ିଆ): ­ ଏଣିକି ପରିଚୟପତ୍ର ନଥିଲେ ମଧ୍ୟ ନେଇ ହେବ କରୋନା ଟିକା । ପରିଚୟପତ୍ର ନଥିବା ସାଧୁସନ୍ଥ, ଭିକାରୀ, କଏଦୀ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ପରିଚୟ ପତ୍ର ନଥିଲେ ବି ଏମାନେ ସ୍ୱତନ୍ତ୍ର ଟିକା ଅଭିଯାନରେ ସାମିଲ ହୋଇପାରିବେ । ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ମୁ୍ୟନିସପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଚିଠିରେ ମହାପାତ୍ର ଉଲ୍ଲେଖ କରିଛନ୍ତି ଯେ ଟିକା ପାଇଁ ପଞ୍ଜିକରଣ କରିବାକୁ ହେଲେ ୭ଟି ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡୁଛି । ହେଲେ ରାଜ୍ୟରେ ଏମିତି ବହୁ ବର୍ଗର ଲୋକ ଅଛନ୍ତି, ଯେଉଁମାନଙ୍କ ନିକଟରେ ଏହି ପରିଚୟ ପତ୍ର ଗୁଡ଼ିକ ମଧ୍ୟରୁ କୌଣସିଟି ବି ନାହିଁ । କି;ୁ ସେମାନେ ବି କୋଭିଡ ସଂକ୍ରମିତ ହୋଇପାରନ୍ତି । ବିଭିନ୍ନ ଧର୍ମର ସାଧୁ, ସନ୍ଥ, ଯାଯାବର ଜୀବନ ବିତାଉଥିବା ନିରାଶ୍ରୟ, ଭିକାରୀ, ମାନସିକ ଚିକିତ୍ସା ଅନୁଷ୍ଠାନ ଏବଂ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଏହି ବର୍ଗରେ ତାଲିକାଭୁକ୍ତ କରାଯାଇଛି । ଏହି ବର୍ଗର ୧୮ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାକୁ ତ୍ୱରିତ ପଦକ୍ଷେପ ନେବାକୁ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଟିକା ନେବାକୁ ପରିଚୟ ପତ୍ର ବାଧ୍ୟ କରାଯାଇଥିଲ । ତେବେ ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପରେ ସରକାର ଆଜି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗାଁ ଗାଁରେ ବ୍ୟପିଲାଣି କରୋନା !

ଗାଁ ଗାଁରେ ବ୍ୟପିଲାଣି କରୋନା !

Read More...

ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିଶନର

ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିଶନର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page