ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିଶନର

May 12, 2021, ଓଡ଼ିଶା, , Anupambharat News Bureau


ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିଶନର
Anupambharat News Bureau
May 12, 2021


ଭୁବନେଶ୍ୱର, ୧୨ା୫ (ଅନୁପମ ମିଡ଼ିଆ): ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ଅଦଳ ବଦଳ କରିଛନ୍ତି । ବର୍ତ୍ତମାନ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ୧୯୯୭ ବ୍ୟାଚର ଆଇଏଏସ ଅଫିସର ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିଶନର ଭାବେ ଅବସ୍ଥାପିତ କରାଯାଇଛି । ବର୍ତ୍ତମାନ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ସଚିବ ଥିବା ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିଶନର ସହ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ବିଡିଏ ଉପାଧ୍ୟକ୍ଷ ସହ ସ୍ମାର୍ଟ ସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ବିଏମସି କମିଶନର ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି । ସେହିପରି ବରିଷ୍ଠ ଆଇଏଏସ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ଡ଼.କ୍ରିଷନ କୁମାରଙ୍କୁ ଇଡ଼କୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଛଟ ଧରଣର ଆଇଏଏସ୍‌ ସ୍ତରରେ ଏଭଳି ହଠାତ ଅଦଳ ବଦଳ ସମ୍ପର୍କରେ ଆଜି ରାଜଧାନୀରେ ବିେଶେଷ ଚର୍ଚ୍ଚା ଶୁଣିବାକୁ ମିଳିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରିଚୟପତ୍ର ନଥିଲେ ବି ମିଳିବ ଟିକା

ପରିଚୟପତ୍ର ନଥିଲେ ବି ମିଳିବ ଟିକା

Read More...

 ୭୮୬ ଡାକ୍ତର କୃତକାର୍ଯ୍ୟ

୭୮୬ ଡାକ୍ତର କୃତକାର୍ଯ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page