ଶପଥ ନେଲେ ହିମନ୍ତ

May 10, 2021, ଦେଶ, , Anupambharat News Bureau


ଶପଥ ନେଲେ ହିମନ୍ତ
Anupambharat News Bureau
May 10, 2021


ଦିସ୍‌ପୁର, ୧୦ା୫: ଆସାମର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ ଡ. ହିମନ୍ତ ବିଶ୍ୱ ଶର୍ମା ସୋମବାର ଶପଥ ଗ୍ରହଣ କରିଛନ୍ତି । ପୂର୍ବ କଳାକ୍ଷେତ୍ରରେ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ରୂପେ ଡ. ଶର୍ମାକୁ ରାଜ୍ୟପାଳ ପ୍ର. ଜଗଦୀଶ ମୁଖୀ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ । ଏହି ଅବସରରେ ଅନ୍ୟ ୧୩ ଜଣ ବିଧାୟକଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଶପଥ ଗ୍ରହଣ ସମାରୋହରେ କୋଭିଡ଼-୧୯ର ସମ୍ପୂର୍ଣ୍ଣଭାବେ ନିୟମ ପାଳନ କରାଯାଇଥିଲା । ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଡ. ଶର୍ମା ଜନତାଭବନସ୍ଥିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ଶପଥ ଗ୍ରହଣ ଉତ୍ସବରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା, ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ବିଜେପିର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରୀୟ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ଅରୁଣ ସିଂହ, ରାଷ୍ଟ୍ରୀୟ ସାଂଗଠନିକ ମହାସଚିବ ବିଏଲ ସନ୍ତୋଷ, ଅଜୟ ଜାମୱାଲ, ପବନ ଶର୍ମା, ରାଷ୍ଟ୍ରୀୟ ମହାସଚିବ ଦିଲ୍ଲୀପ ସୌିକଯା, ୟୁପିପି,ଲ ପାର୍ଟିର ଅଧ୍ୟକ୍ଷ ପ୍ରମୋଦ ବୋଡ଼ୋ ଙ୍କ ସହିତ ତିନିଦଳର ନବ ନିର୍ବାଚିତ ବିଧାୟକ, ତିନି ଦଳର ବରିଷ୍ଠ ପଦାଧିକାରୀ, ଦଳର କାର୍ଯ୍ୟକର୍ତ୍ତା ଏବଂ ଅନେକ ସମର୍ଥକ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅନ୍ତର୍ଜାତୀୟ ନର୍ସ ଦିବସ

ଅନ୍ତର୍ଜାତୀୟ ନର୍ସ ଦିବସ

Read More...

 ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର

ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page