ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର

May 10, 2021, ଓଡ଼ିଶା, , Anupambharat News Bureau


 ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର
Anupambharat News Bureau
May 10, 2021


ଭୁବନେଶ୍ୱର, ୧୦ା୫(ଅନୁପମ ମିଡ଼ିଆ): ରାଜ୍ୟରେ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରମୁଖ କମ୍ପାନୀମାନଙ୍କଠାରୁ କୋଭିଡ୍‌ ଟିକା ସଂଗ୍ରହ ନିମନ୍ତେ ଗ୍ଲୋବାଲ ଟେଣ୍ଡର ଜାରି କରିବାକୁ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଦେଶ-ବିଦେଶର ବିଭିନ୍ନ କମ୍ପାନିରୁ ସରକାର ଟିକା ଆଣିବେ । ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ କେନ୍ଦ୍ରକୁ ଦାବି କରାଯିବ । ଟିକା ସଂଗ୍ରହ ପାଇଁ ଗ୍ଲୋବାଲ ଟେଣ୍ଡର ହେବ । ଗ୍ଲୋବାଲ ଟେଣ୍ଡର ପାଇଁ ବୈଷୟିକ କମିଟି ଗଠନ ହେବ । ଏହି କମିଟି ଟେଣ୍ଡର ବ୍ୟବସ୍ଥା ଉପରେ ବିଶଦ ଧ୍ୟାନଦେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ କୋଭିଡ ପରିଚାଳନା ତଥା ରାଜ୍ୟରେ ସଂକ୍ରମଣ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଏହା ବ୍ୟତୀତ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଏବଂ ପରିବହନ, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ, ଏବଂ ଗୃହ ବିଭାଗ ସହ ଜଡିତ ଅନ୍ୟ ୧୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ମଧ୍ୟ ଗ୍ରହଣ କରାଯାଇଛି । କୋଭିଡ୍‌-୧୯ ବିରୁଦ୍ଧ ସଂଗ୍ରାମରେ କୋଭିଡ୍‌ ଯୋଦ୍ଧାମାନଙ୍କ ନିଷ୍ଠା ଓ ତ୍ୟାଗକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପରୀକ୍ଷଣ, ଚିହ୍ନଟକରଣ, ଟିକାକରଣ ଏବଂ ଲକ୍‌ଡାଉନ୍‌ ପରି ବିଭିନ୍ନ କୋଭିଡ୍‌ ପ୍ରତିରୋଧୀ ପଦକ୍ଷେପଗୁଡ଼ିକରେ ସହଯୋଗ କରିଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ମହାପାତ୍ର କହିଛନ୍ତି ଯେ, ରୋଗର ଜଟିଳତା ହ ୍ରାସ କରି ରୋଗୀର ଜୀବନ ରଷା ଦିଗରେ ଟିକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ବାସୀ ଯେପରି ସୁବିଧାରେ ଟିକା ପାଇ ପାରିବେ ସେଥିପାଇଁ ବିଶ୍ୱର ବିଭିନ୍ନ ପ୍ରମୁଖ କମ୍ପାନୀରୁ ଟିକା ସଗ୍ରହ ନିମନ୍ତେ ପଦକ୍ଷେପ ନିଆଯିବ । ଏଥିପାଇଁଏକ ଗ୍ଲୋବାଲ ଟେଣ୍ଡର ଜାରି କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କରିଛନ୍ତି । ବିପଦସଙ୍କୁଳ ଜନସାଧାରଣଙ୍କର ଶୀଘ୍ର ଟୀକାକରଣ ଏବଂ ମୂଲ୍ୟବାନ ଜୀବନ ର ସୁରକ୍ଷା ସହିତ ଲୋକଙ୍କ ଜୀବନଜୀବିକାର ପୁନସ୍ଥାପନରେ ଏହା ସହାୟକ ହେବ । ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ । ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍‌ ଚାପ ପଡ଼ିବ ଏବଂ ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ । କେନ୍ଦ୍ର ସରକାର ବିଭିନ୍ନ ସେସ୍‌ ଓ ସରଚାର୍ଜ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟ ମାନଙ୍କ ମଧ୍ୟ ରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି । ଏହି ଜଟିଳ ପରିସ୍ଥିତିରେ କୋଭିଡ଼ ଲଢ଼େଇରେ ରାଜ୍ୟ ମାନଙ୍କ ଅର୍ଥିକ ସ୍ଥିତିକୁ ମଜବୁତ କରିବାରେ ଏହା ଶକ୍ତି ଯୋଗାଇବ ।ରାଜ୍ୟ ସରକାର ତାଙ୍କର ଉପଲବ୍ଧ ସମ୍ବଳର ବିନିଯୋଗ କରି କୋଭିଡ଼ ବିରୁଦ୍ଧରେ ଲଢ଼େଇକୁ ଜୋରଦାର କରିବା ଏବଂ କୋଭିଡ଼ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ତାଙ୍କର ଦୃଢ଼ ସକଳ୍ପର ପୁନଘୋଷଣା କରୁଛନ୍ତି ।ଏହି ଅବସରରେ ରାଜ୍ୟ କ୍ୟାବିନେଟ କୋଭିଡ଼ ନିୟମାବଳୀ ଯଥା ଠିକ୍‌ ଭାବେ ମାସ୍କ ପିନ୍ଧିବା,ବାରମ୍ବାର ସାବୁନରେ ଭଲ ଭାବେ ହାତ ଧୋଇବା,ସାମାଜିକ ଦୂରତା ରକ୍ଷା କରିବା,ଘରେ ରହିବା ଏବଂ ଆବଶ୍ୟକତା ନଥିଲେ ବାହାରକୁ ନଯିବା ଆଦିକୁ କଡ଼ାକଡ଼ି ଭାବରେ ପାଳନ ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶପଥ ନେଲେ ହିମନ୍ତ

ଶପଥ ନେଲେ ହିମନ୍ତ

Read More...

କରୋନା ରୋଗୀଙ୍କୁ ମିଳିବ ୫ ହଜାର

କରୋନା ରୋଗୀଙ୍କୁ ମିଳିବ ୫ ହଜାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page