ଚାଲିଛି ଅକ୍ସିଜେନ୍‌ର କଳାବଜାରୀ

April 24, 2021, ଦେଶ, , Anupambharat News Bureau


ଚାଲିଛି ଅକ୍ସିଜେନ୍‌ର କଳାବଜାରୀ
Anupambharat News Bureau
April 24, 2021


ନୂଆଦିଲ୍ଲୀ: ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଏବେ ଉତ୍କଟ ଅକ୍ସିଜେନ୍‌ ସମସ୍ୟା ଦେଖାଦେଇଛି । ଅକ୍ସିଜେନ ଅଭାବ ହେତୁ ପ୍ରାୟ ୨୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇସାରିଲାଣି । ଓଡିଶା ସମେତ ବିଭିନ୍ନ ସ୍ଥାନରୁ ଅକ୍ସିଜେନ୍‌ ଯୋଗାଇ ଦିଆଯାଉଛି । କି;ୁ ଏହାରି ମଧ୍ୟରେ ଚିନ୍ତାର କାରଣ ପାଲିଟିଛି ଅକ୍ସିଜେନ କଳାବଜାରୀ । ସାଉଥ୍‌ େୱଷ୍ଟ୍‌ ଦିଲ୍ଲୀର ସାଗପରପୁର ଅଞ୍ଚଳରେ ଅନିଲ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢଉକରି ୮୦ରୁ ଉର୍ଦ୍ଧ୍ୱ ଅକ୍ସିଜେନ ସିଲିଣ୍ଡର ଜବତ କରିଛି ଦିଲ୍ଲୀ ପୋଲିସ । ଯେଉଁଥିରେ ୬୭ଟି ବଡ ଏବଂ ୧୬ଟି ଛୋଟ ଅକ୍ସିଜେନ ସିଲିଣ୍ଡର ରହିଛି । ଏହା ସହିତ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତଜଣକ ପୂର୍ବରୁ ଇଣ୍ଡଷ୍ଟ୍ରିୟାଲ ଅକ୍ସିଜେନ ବ୍ୟବସାୟ କରୁଥିଲା କି;ୁ ଗତ କିଛିଦିନ ହେବ ସେ ମେଡିକାଲ ଅକ୍ସଜେନ୍‌ର କଳାବଜାରୀ କରୁଥିଲା । ପୋଲିସ କହିବା ମୁତାବକ ଅଭିଯୁକ୍ତ ଅନିଲ କୁମାର, ଗୁରୁତର ରୋଗୀଙ୍କୁ ଅକ୍ସିଜେନ ଯୋଗାଇଦେବାକୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା । ସିଲଣ୍ଡର ପିଛା ୧୨ ହଜାର ୫୦୦ ଟଙ୍କା ନେଉଥିଲା ଅଭିଯୁକ୍ତ ଅନିଲ କୁମାର । ଛାନଭିନ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ଦିଲ୍ଲୀର ମାୟାପୁରୀରେ ମଧ୍ୟ ଅନିଲଙ୍କର ଗୋଟିଏ ଅବୈଧ ଅକ୍ସଜେନ ଗୋଦାମ ରହିଛି । ପୋଲିସ ଉଭୟ ସ୍ଥାନରେ ଛାନଭିନ୍‌ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଇ ୧୫ ପର୍ଯ୍ୟନ୍ତ  ଜଗା ଦର୍ଶନ ମନା

ମଇ ୧୫ ପର୍ଯ୍ୟନ୍ତ ଜଗା ଦର୍ଶନ ମନା

Read More...

ଉତ୍ତରାଖଣ୍ଡ ଗ୍ଲେସିୟର ଅଘଟଣ :  ୮ ମୃତ, ୩୪୮ ଉଦ୍ଧାର

ଉତ୍ତରାଖଣ୍ଡ ଗ୍ଲେସିୟର ଅଘଟଣ : ୮ ମୃତ, ୩୪୮ ଉଦ୍ଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page