ଉତ୍ତରାଖଣ୍ଡ ଗ୍ଲେସିୟର ଅଘଟଣ : ୮ ମୃତ, ୩୪୮ ଉଦ୍ଧାର

April 24, 2021, ଦେଶ, , Anupambharat News Bureau


ଉତ୍ତରାଖଣ୍ଡ ଗ୍ଲେସିୟର ଅଘଟଣ :  ୮ ମୃତ, ୩୪୮ ଉଦ୍ଧାର
Anupambharat News Bureau
April 24, 2021


ଡେରାଡୁନ୍‌ : ଭାରତ-ଚୀନ ସୀମାକୁ ଯୋଡ଼ୁଥିବା ରାସ୍ତାର ସୁମନା ଅଞ୍ଚଳରେ ଗ୍ଲେସିୟର ଭାଙ୍ଗିଯାଇଥିଲା । ଅଧିକ ମାତ୍ରାରେ ବରଫପାତ ଯୋଗୁ ଗ୍ଲେସିୟର ଭାଙ୍ଗିଥିବା କୁହାଯାଉଛି । ଗ୍ଲେସିୟର ଭାଙ୍ଗିବା ପରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ଏହାସହ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜୋରଦାର କରାଯାଇଛି । ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏବେସୁଦ୍ଧା ୩୮୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୮ଟି ମୃତଦେହ ମିଳିଛି । କିଛି ସ୍ଥାନକୁ ଯୋଗାଯୋଗ ସମ୍ଭବପର ହେଉନାହିଁ । ସେପଟେ ରାସ୍ତା ସଫା କରିବା ପାଇଁ ଶ୍ରମିକମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଆରଓ ଅଧିକାରୀ ଲଗାତର ଯୋଗାଯୋଗ ପ୍ରତିଷ୍ଠା କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହିବରଫ ତରଳିବା ସମୟରେ ବିଆରଓର ଏକ କ୍ୟାମ୍ପ ମଧ୍ୟ ଫସି ଯାଇଥିଲା । ପ୍ରାୟ ୧୫୦ରୁ ଅଧିକ ଇଞ୍ଜିନିୟର ଫସି ରହିଥିଲେ । ସେମାନଙ୍କୁ ବିଳମ୍ବିତ ରାତ୍ରରେ ଉଦ୍ଧାର କରାଯାଇଛି । ଏବେ ଭାୟାକୁଣ୍ଡରୁ ସୁମନା ଯାଏଁ ରାସ୍ତାକୁ ସଫା କରାଯାଉଛି । ଏବେବି ସେହି ସ୍ଥାନରେ ବରଫପାତ ହେଉଥିବାରୁ ଉଦ୍ଧାରକାର୍ଯ୍ୟ ବିଳମ୍ବିତ ହେଉଛି । ଏନଟିପିସି ସମେତ ଅନେକ ପ୍ରକଳ୍ପ କାମକୁ ସାମୟିକ ରୋକି ଦିଆଯାଇଛି । ଗତ ଫେବ୍ରୁଆରୀରେ ମଧ୍ୟ ଚମୋଲିରେ ଗ୍ଲେସିୟର ଭାଙ୍ଗିବା କାରଣରୁ ଧୋଲିଗଙ୍ଗା ନଦୀରେ ବନ୍ୟା ଆସିଥିଲା । ଏଥିରେ ୫୪ ଜଣ ପ୍ରାଣ ହରାଇଥିଲେ । ଅଘଟଣ ପରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଅମିତଙ୍କୁ ଯଥାସମ୍ଭଭ ସାହାଯ୍ୟ ଯୋଗାଇବା ପାଇଁ ଅନୁରୋଧ କରିଥିଲେ । ଏହାସହ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜୋରଦାର କରାଯାଇଛି । ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏବେସୁଦ୍ଧା ୩୮୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୮ଟି ମୃତଦେହ ମିଳିଛି । ଗୃହମନ୍ତ୍ରୀ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ସମସ୍ତ ପ୍ରକାର ସହଯୋଗ ନେଇ ଆଶ୍ୱାସନା ଦେଇଛନ୍ତି । କିଛି ସ୍ଥାନକୁ ଯୋଗାଯୋଗ ସମ୍ଭବପର ହେଉନାହିଁ । ସେପଟେ ରାସ୍ତା ସଫା କରିବା ପାଇଁ ଶ୍ରମିକମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଆରଓ ଅଧିକାରୀ ଲଗାତର ଯୋଗାଯୋଗ ପ୍ରତିଷ୍ଠା କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହିବରଫ ତରଳିବା ସମୟରେ ସମସ୍ତ ଲୋକ ଫସିଯାଇଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାଲିଛି ଅକ୍ସିଜେନ୍‌ର କଳାବଜାରୀ

ଚାଲିଛି ଅକ୍ସିଜେନ୍‌ର କଳାବଜାରୀ

Read More...

ସାନିଟାଇଜର ପିଇ ୭ ଶ୍ରମିକ ମୃତ

ସାନିଟାଇଜର ପିଇ ୭ ଶ୍ରମିକ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page