ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

April 20, 2021, କ୍ରୀଡ଼ା, , Anupambharat News Bureau


ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ
Anupambharat News Bureau
April 20, 2021


ଚେନ୍ନାଇ,୨୦ା୪: ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ପ୍ରଥମ ତିନୋଟି ମ୍ୟାଚ୍‌ ହାରିଥିବା ସନରାଇଜର୍ସ ହାଇଦ୍ରାବାଦ ବୁଧବାର ଆଇପିଏଲରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ । ଉଭୟ ଦଳର ନଜର ବିଜୟ ଉପରେ ରହିବ । ଏହି ସିଜନରେ ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ଏଯାବତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ତାଙ୍କ ଦଳ ଏପର୍ଯ୍ୟନ୍ତ ତିନିଟି ମ୍ୟାଚ୍ରେ ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ପରାସ୍ତ ହୋଇଛି ଏବଂ ଖାତା ଖୋଲିପାରି ନାହିଁ ।
ପଞ୍ଜାବର ସ୍ଥିତି ମଧ୍ୟ ଊଣାଅଧିକେ ସମାନ । କେଏଲ ରାହୁଲଙ୍କ ନେତୃତ୍ୱରେ ଦଳ ତିନୋଟି ମ୍ୟାଚ ମଧ୍ୟରୁ ଦୁଇଟି ହାରିଛି । ରାଜସ୍ଥାନ ରୟାଲ୍ସ ବିପକ୍ଷ ହାଇସ୍କୋରିଂ ପ୍ରଥମ ମ୍ୟାଚରେ ପଞ୍ଜାବ ହାରୁ ହାରୁ ଜିତିଥିଲା । କି;ୁ ଏହା ପରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପଞ୍ଜାବର ବ୍ୟାଟ୍ସମ୍ୟାନ୍‌ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ଦଳର ବୋଲରମାନେ ଭଲ ପ୍ରଦର୍ଶନ କରିପାରି ନଥିଲେ । ଚେନ୍ନାଇ ବୋଲରଙ୍କ ଆଗରେ ପଞ୍ଜାବ କିଙ୍ଗ୍ସ ଆଠ ୱିକେଟ୍‌ ହରାଇ ୧୦୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା ଏବଂ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଦିଲ୍ଲୀ ବିପକ୍ଷରେ ରାହୁଲ ଏବଂ ତାଙ୍କ ଓପନିଂ ପାର୍ଟନର ମୟଙ୍କ ଅଗ୍ରୱାଲ ଗତ ବର୍ଷର ପ୍ରଦର୍ଶନ ଦୋହରାଇ ଥିଲେ । କି;ୁ ଷ୍ଟାର ବୋଲର ମହମ୍ମଦ ଶାମି ଏହି ମ୍ୟାଚରେ ବିଫଳ ହୋଇଥିଲେ । ପଞ୍ଜାବ ଦଳ ୧୯୬ ରନର ଲକ୍ଷ୍ୟକୁ ଡିଫେଣ୍ଡ କରିପାରି ନଥିଲା । ଅଭିଜ୍ଞ ବୋଲର୍‌ ଶାମି ଚାରି ଓଭରରେ ୫୦ରୁ ଊର୍ଦ୍ଧ୍ୱ ରନ୍‌ ବ୍ୟୟ କରିଥିଲେ, ଯାହାକି ତାଙ୍କ ଭଳି ବୋଲରଙ୍କ କ୍ଷେତ୍ରରେ କ୍ୱଚିତ ଘଟେ । ଏହି ଦ୍ରୁତ ବୋଲର ସନରାଇଜର୍ସ ବିପକ୍ଷରେ ନିଜର ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବେ । କି;ୁ ୱାର୍ଣ୍ଣର ଏବଂ ଜନି ବେୟାରଷ୍ଟୋ ଗତ ମ୍ୟାଚ୍‌ ରେ ବିସ୍ପୋରକ ଆରମ୍ଭ କରିଥିଲେ ଏବଂ ଉଭୟ ବ୍ୟାଟ୍ସମ୍ୟାନ୍‌ ଶାମି ଏବଂ ତାଙ୍କ ସାଥୀଙ୍କ ଉପରେ ବି ପ୍ରାଧାନ୍ୟ ଜାହିର କରିବାକୁ ଚେଷ୍ଟା କରିବେ । ଦଳ ପାଇଁ ଅର୍ଶଦୀପ ସିଂ ଏପର୍ଯ୍ୟନ୍ତ ଭଲ ବୋଲିଂ କରିଛନ୍ତି । କି;ୁ ଅଷ୍ଟ୍ରେଲିଆର ଜୋ ରିଚାର୍ଡସନ ଏବଂ ରେଲି ମେରେଡିଥ ପ୍ରଭାବ ପକାଇବାରେ ବିଫଳ ହୋଇଛନ୍ତି । ଉଭୟ ତିନିଟି ମ୍ୟାଚ୍‌ରେ ୧୦ରୁ ଅଧିକ ଷ୍ଟ୍ରାଇକ୍‌ ହାରରେ ରନ୍‌ ଦେଇଛନ୍ତି । ଚେପକର ମନ୍ଥର ପିଚରେ ପଞ୍ଜାବ ଜଣେ ଅତିରିକ୍ତ ସ୍ପିନରଙ୍କ ଅନୁପସ୍ଥିତି ଅନୁଭବ କରୁଛି । ସ୍ପିନ୍‌ ବିଭାଗରେ ଦଳ ମୁରୁଗାନ୍‌ ଅଶ୍ୱିନଙ୍କ ଉପରେ ଅତ୍ୟଧିକ ର୍ନିଭର କରିଛି । କି;ୁ ପ୍ରଥମ ଦୁଇଟି ମ୍ୟାଚ୍‌ ରେ ଅଶ୍ୱିନ ବିଫଳ ହେବା ପରେ ଦଳକୁ ଗତ ମ୍ୟାଚରେ ଜଲଜ ସାକ୍ସେନାଙ୍କୁ ଖେଳାଇବାକୁ ପଡିଥିଲା । ଜଲଜଙ୍କ ଅଲରାଉଣ୍ଡର ଦକ୍ଷତାକୁ ଦେଖିଲେ ଦଳ ତାଙ୍କୁ ଏକାଦଶରେ ବଜାୟ ରଖିବା ସମ୍ଭାବନା ରହିଛି ।
ପଞ୍ଜାବରେ ଦୀପକ ହୁଡାଙ୍କ ରୂପରେ ଆଉ ଜଣେ ଅଲରାଉଣ୍ଡର ଅଛନ୍ତି ଯିଏ ବ୍ୟାଟିଂରେ ତାଙ୍କ ଭୂମିକାକୁ ସଫଳତାର ସହ ନିଭାଇଛନ୍ତି, କି;ୁ ବୋଲିଂରେ ତାଙ୍କୁ ମାତ୍ର ଦୁଇଟି ଓଭର ମିଳିଛି । ପଞ୍ଜାବ ମଧ୍ୟ କାରିବିୟାନ ଖେଳାଳି କ୍ରିସ ଗେଲ ଏବଂ ନିକୋଲାସ ପୁରାନଙ୍କ ଠାରୁ ଧମାକାଦାର ଇନିଂସକୁ ଅପେକ୍ଷା କରିଛି । ଏହି ଦୁଇଜଣଙ୍କ ବ୍ୟାଟ୍‌ ଏପର୍ଯ୍ୟନ୍ତ ନିରବ ଅଛି ।କ୍ରମାଗତ ତିନିଟି ପରାଜୟ ପରେ ସନରାଇଜର୍ସ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ମଧ୍ୟ ଏବଂ ନିମ୍ନ କ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା କାରଣରୁ ଦଳ ଗତ ମ୍ୟାଚରେ ଶେଷ ମୁହୂର୍ତ୍ତରେ ମ୍ୟାଚ୍‌ ହାରିଥିଲା । ଦଳ ସମସ୍ତ ତିନୋଟି ମ୍ୟାଚ୍ରେ ଜିତିବା ସ୍ଥିତିରୁ ହାରିଥିଲା, ଯାହା ନିଶ୍ଚିତ ଭାବେ ୱାର୍ଣ୍ଣରଙ୍କ ପାଇଁ ଚିନ୍ତାର କାରଣ ହେବ । ୱାର୍ଣ୍ଣର ଏବଂ ବେୟାରଷ୍ଟୋ ଦଳକୁ ମୁମ୍ବାଇ ବିପକ୍ଷରେ ଭଲ ଆରମ୍ଭ ଦେଇଥିଲେ । କି;ୁ ଦୁହେଁ ଆଉଟ୍‌ ହେବା ପରେ ସେମାନଙ୍କର ମଧ୍ୟମ ଅର୍ଡର ବ୍ୟାଟିଂ ଭୁଶୁଡ଼ି ପଡ଼ିଥିଲା ।ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କେବଳ ମନୀଷ ପାଣ୍ଡେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛନ୍ତି । ବିରାଟ ସିଂ, ବିଜୟ ଶଙ୍କର, ଅଭିଷେକ ଶର୍ମା ଏବଂ ଅବଦୁଲ ସମାଦ ନିରାଶ କରିଛନ୍ତି । ଏଭଳି ସ୍ଥିତିରେ ଦଳ ମଧ୍ୟମ କ୍ରମକୁ ମଜବୁତ କରିବା ପାଇଁ ଚୂଡାନ୍ତ ଏକାଦଶରେ କେନ୍‌ ୱିଲିୟମସନଙ୍କୁ ସାମିଲ କରିପାରେ । ଭୁବନେଶ୍ୱର କୁମାର ଆଶାନୁରୂପ ପ୍ରଦର୍ଶନ କରିନଥିଲେ ମଧ୍ୟ ଷ୍ଟାର ଲେଗ୍‌ ସ୍ପିନର ରସିଦ ଖାନଙ୍କ ପ୍ରଭାବଶାଳୀ ବୋଲିଂ ବଳରେ ସନରାଇଜର୍ସ ବୋଲରମାନେ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇଥିଲେ । ଯଦି ଉଭୟ ଭୁବନେଶ୍ୱର ଏବଂ ରସିଦ କ୍ଲିକ କରନ୍ତି, ତେବେ ପଞ୍ଜାବ ବ୍ୟାଟ୍ସମ୍ୟାନଙ୍କ ପାଇଁ ବଡ଼ ସ୍କୋର କରିବା କଷ୍ଟକର ହେବ । ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ଣ୍ଣର (ଅଧିନାୟକ), କେନ ୱିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ୍‌ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜେସନ ରୟ, ଶ୍ରୀବତ୍ସ ଗୋସ୍‌ୱାମୀ, ବିଜୟ ଶଙ୍କର, ମହମ୍ମଦ ନବୀ, କେଦାର ଯାଦବ, ଜେ.ସୁଚିତ, ଜେସନ ହୋଲïର, ଅଭିଷେକ ଶର୍ମା ଅବଦୁଲ ସମାଦ, ଭୁବନେଶ୍ୱର କୁମାର, ରସିଦ ଖାନ, ଟି.ନଟରାଜନ୍‌, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କୌଲ, ବେସିଲ ଥାମ୍ପି, ଶାହାବାଜ ନଦୀମ ଏବଂ ମୁଜିବ ଉର ରେହମାନ ।ପଞ୍ଜାବ କିଙ୍ଗସ୍‌: କେ.ଏଲ୍‌. ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ୍‌ ଗେଲ, ମନଦୀପ ସିଂ, ପ୍ରଭସିମ୍ରନ୍‌ ସିଂ, ନିକୋଲାସ୍‌ ପୁରାନ୍‌, ସରଫରାଜ ଖାନ୍‌, ଦୀପକ ହୁଡା, ମୁରୁଗାନ୍‌ ଅଶ୍ୱିନ୍‌, ରବି ବିଷ୍ଣୁ, ହରପ୍ରୀତ ବରାଡ, ମହମ୍ମଦ ଶାମି, ଅର୍ଶଦୀପ ସିଂ, ଇଶାନ୍‌ ପୋରେଲ୍‌ , ଦର୍ଶନ ନାଲକାଣ୍ଡେ, କ୍ରିସ୍‌ ଜୋର୍ଡାନ, ଡେଭିଡ ମଲାନ, ଜୋ ରିଚାର୍ଡସନ, ଶାହରୁଖ ଖାନ, ରେଲି ମେରେଡିଥ, ମୋଇସ ହେ[୍ରିକ୍ସ, ଜଲଜ ସାକ୍ସେନା, ଉତ୍କର୍ଷ ସିଂ, ଫାବିଏନ ଆଲେନ, ସୌରଭ କୁମାର ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା: ପୁଣି ଦୁଇ ମାସ ମାଗଣା ରାସନ ଦେବେ ମୋଦି ସରକାର

କରୋନା: ପୁଣି ଦୁଇ ମାସ ମାଗଣା ରାସନ ଦେବେ ମୋଦି ସରକାର

Read More...

ସିଲ୍‌ ହେଲା ସୋରଡ଼ା ରାସ୍ତା

ସିଲ୍‌ ହେଲା ସୋରଡ଼ା ରାସ୍ତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page