ସିଲ୍‌ ହେଲା ସୋରଡ଼ା ରାସ୍ତା

April 20, 2021, ଓଡ଼ିଶା, , Anupambharat News Bureau


ସିଲ୍‌ ହେଲା ସୋରଡ଼ା ରାସ୍ତା
Anupambharat News Bureau
April 20, 2021


ରାଉରକେଲା, ୨୦ା୪(ଅନୁପମ ମିଡ଼ିଆ): ସୁନ୍ଦରଗଡ଼ ଜିଲ୍ଲାରୁ ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଯିବା ଲାଗି ଲାଗି ରହିଛି ଅନେକ ରାସ୍ତା । ଅନେକ ଗଳି ରାସ୍ତା ସହ ପାହାଡ ଉପରେ ମଧ୍ୟ ଅନେକ ରାସ୍ତା ରହିଛି । ତେବେ ଏହି ସବୁ ରାସ୍ତା ଦେଇ ରାଉରକେଲା ସମେତ ଜିଲ୍ଲାକୁ ପ୍ରତିଦିନ ସେହି ସବୁ ଅଂଚଳରୁ ଅନେକ ଲୋକ ସହରକୁ ପ୍ରବେଶ କରୁଥିବା ବେଳେ ଗତକାଲି ସୋରଡ଼ା ରାସ୍ତାକୁ ରାତି ୧୧ଟା ବେଳେ ଜିଲ୍ଲା ପ୍ରଶାସନ ବନ୍ଦ କରି ମେଡିକାଲ ଟିମ ଦ୍ୱାରା ଯାତାୟତ କରୁଥିବା ଲୋକଙ୍କୁ ପରିକ୍ଷା କରାଯାଇ ଛଡା ଯାଉଥିବା ଜଣାପଡିଛି । ଏହାର ୪ରୁ ୫ ଦିନ ପୂର୍ବରୁ ଜରେଇକେଲା ରାସ୍ତାକୁ ମହିପାଣି ଠାରେ ସିଲ୍‌ କରାଯାଇଥିଲା । ତେବେ ପଡୋଶି ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଯିବା ପାଇଁ ରାଉରକେଲାରୁ ରହିଛି ଅନେକ ରାସ୍ତା । ବୀରମିତ୍ରପୁର, ବିଶ୍ରା, ନୂଆଗାଁ ସମେତ ହୁରଦା, ନୂଆଗାଁ ପଟେ ଥିବା ଏକ ପାହାଡ଼ ରାସ୍ତା ଜାହାଡା ଟୋଲୀ ଭଳି ଅନେକ ରାସ୍ତା ରହିଛି । ଲୋକେ ମୋଟର ସାଇକେଲ, କାରରେ ପ୍ରତି ମୁହୁର୍ତରେ ସହରର ଆଖପାକ ଅଂଚଳକୁ ପ୍ରବେଶ କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

Read More...

ହାଇଦର ଫେରାର ଘଟଣା କନଷ୍ଟେବଳ ଓ ୱାର୍ଡର ଗିରଫ

ହାଇଦର ଫେରାର ଘଟଣା କନଷ୍ଟେବଳ ଓ ୱାର୍ଡର ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page