୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି­

April 11, 2021, ଓଡ଼ିଶା, , Anupambharat News Bureau


୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି­
Anupambharat News Bureau
April 11, 2021


ଭୁବନେଶ୍ୱର, ୧୧ା୪(ଅନୁପମ ମିଡ଼ିଆ): ନବମ ଶ୍ରେଣୀ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଆସନ୍ତା ୩୦ ପରେ ନିଆଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ସୂଚନା ଦାଶ କହିଛନ୍ତି, ସରକାର ଚାହାଁନ୍ତି ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବାର୍ଷିକ ପରୀକ୍ଷା ଦିଅ;ୁ । ସରକାର ମଧ୍ୟ ଏ ନେଇ ପ୍ରସ୍ତୁତ ଅଛନ୍ତି । କି;ୁ କରୋନା ପାଇଁ ଏପ୍ରିଲ ୩୦ ଯାଏ ପାଠପଢ଼ା ବନ୍ଦ ରହିଛି । ନବମ ଶ୍ରେଣୀର କୋର୍ସ ପ୍ରାୟତଃ ଶେଷ ହୋଇଛି । ହେଲେ ସବୁ କୋର୍ସ ସରିନି । ୩୦ ପରେ ଦ୍ୱିତୀୟ ଲହରର ସ୍ଥିତି ଦେଖି ପରୀକ୍ଷା ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ସିବିଏସଇ ପରୀକ୍ଷା ପୂର୍ବରୁ କିମ୍ବା ଦେଉଥିବା ସମୟରେ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ ହେଲେ ସେମାନଙ୍କୁ ବିକଳ୍ପ ବ୍ୟବସ୍ଥା ଜରିଆରେ ମାର୍କ ଦେବାକୁ ନିଷ୍ପତ୍ତି ନେଇଛି । ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କର ଯେପରି ଗୋଟିଏ ବର୍ଷ ନଷ୍ଟ ନ ହୁଏ ସେଥିଲାଗି ସିବିଏସଇ ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଛି । ଏହାକୁ ମଧ୍ୟ ବିଭାଗ ଅନୁଧ୍ୟାନ କରିବା ପରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତିି ନିଆଯିବ ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପିର ଓଡ଼ିଶା ମିଶନ : ଧର୍ମେନ୍ଦ୍ରଙ୍କ ଆଗରେ ବହୁ ଚ୍ୟାଲେଞ୍ଜ

ବିଜେପିର ଓଡ଼ିଶା ମିଶନ : ଧର୍ମେନ୍ଦ୍ରଙ୍କ ଆଗରେ ବହୁ ଚ୍ୟାଲେଞ୍ଜ

Read More...

ହାଇଦର ଫେରାର ଘଟଣା:  ଗ୍ୟାଙ୍ଗଷ୍ଟାରର ପତ୍ତା ମିଳୁନି

ହାଇଦର ଫେରାର ଘଟଣା: ଗ୍ୟାଙ୍ଗଷ୍ଟାରର ପତ୍ତା ମିଳୁନି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page