କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଭରିଲେ ପ୍ରଧାନମନ୍ତ୍ରୀ

April 10, 2021, ଦେଶ, , Anupambharat News Bureau


କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଭରିଲେ ପ୍ରଧାନମନ୍ତ୍ରୀ
Anupambharat News Bureau
April 10, 2021


ନରୱେ: ନରୱେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗଙ୍କୁ ଶୁକ୍ରବାର ଦିନ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜନ୍ମଦିନର ରାତ୍ରି ଭୋଜନ ଆୟୋଜନ କରିଥିବା ଅଭିଯୋଗରେ ତାଙ୍କୁ ଜୋରିମାନା ଲାଗୁ କରାଯାଇଛି ବୋଲି ବୋଲି ପୋଲିସ କହିଛି।ପୋଲିସ କହିଛି ଯେ ସୋଲବର୍ଗଙ୍କ ଦ୍ବାରା ଆୟୋଜିତ ରାତ୍ରି ଭୋଜନରେ ଆବଶ୍ୟକଠାରୁ ଅଧିକ ସଂଖ୍ୟକ ଲୋକ ସାମିଲ୍‌ ହୋଇଥିଲେ।କୋଭିଡ୍‌ ନିୟମ ଉଲ୍ଲଂଘନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୨୦,୦୦୦ ନରୱେ କ୍ରୋନର୍ (ପ୍ରାୟ ୨,୩୦୦, ୨,୦୦୦ ୟୁରୋ) ଜରିମାନା କରାଯାଇଛି।ଘଟଣା ସାମ୍ନାକୁ ଆସିବା ପରେ ସୋଲବର୍ଗ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବା ସହ ସମ୍ଭାବ୍ୟ ଜରିମାନା ଦେବାକୁ ପ୍ରସ୍ତୁତ ଥିବା କହିଥିଲେ।ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ କ୍ଷମା ମାଗିବା ସହ ସେ ଏହି ନିଷ୍ପତ୍ତି ଉପରେ ଆବେଦନ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖସିଗଲା ଗ୍ୟାଙ୍ଗଷ୍ଟର ହାଇଦର

ଖସିଗଲା ଗ୍ୟାଙ୍ଗଷ୍ଟର ହାଇଦର

Read More...

’ମହାଭାରତ’ ଆକ୍ଟର ସତୀଶ କୌଲଙ୍କ ପରଲୋକ

’ମହାଭାରତ’ ଆକ୍ଟର ସତୀଶ କୌଲଙ୍କ ପରଲୋକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page