ସିଝିଲା ସାରା ଓଡ଼ିଶା: ଝାଞ୍ଜି ପବନ ରେ ଜନଜୀବନ ଅସ୍ତବ୍ୟସ୍ତ

March 31, 2021, ଓଡ଼ିଶା, , Anupambharat News Bureau


ସିଝିଲା ସାରା ଓଡ଼ିଶା:  ଝାଞ୍ଜି ପବନ ରେ ଜନଜୀବନ ଅସ୍ତବ୍ୟସ୍ତ
Anupambharat News Bureau
March 31, 2021


ଭୁବନେଶ୍ୱର, ୩୧ା୩(ଅନୁପମ ମିଡ଼ିଆ): ­ଗ୍ରୀଷ୍ମ ପ୍ରକୋପରେ ବୁଧବାର ସାରା ଓଡ଼ିଶା ସିଝିଛି । ଦିନ ସାରା ଝାଞ୍ଜି ପବନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଥିଲ । ଏପରିକି ମୁଁହଦେହ ପୋଡ଼ିବା ଭଳି ଅନୁଭୂତ ହେବାରେ ଲାଗିଥିଲା । ରାସ୍ତା ଘାଟ ଏକ ପ୍ରକାର ଜନଶୂନ୍ୟ ହୋଇ ପଡ଼ିଥିବା ବେଳେ ଅପରାହ୍ନ ପର୍ଯ୍ୟନ୍ତ କେହି ଘରୁ ବାହାରିବାକୁ ନିରାପଦ ମଣିନଥିଲେ । ଆଜି ସାରା ଓଡ଼ିଶାରେ ଏଭଳି ଦେଖିବାକୁ ମିଳିଥିଲା । ତେବେ ଖରାର ପ୍ରକୋପ ଆହୁରି ବୃଦ୍ଧି ପାଇବ । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । ଦିନର ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ୨୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ତେବେ ଏହାର ପରବର୍ତ୍ତୀ ଦୁଇ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨ ତାରିଖ ଯାଏଁ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର,ମୟୁରଭଞ୍ଜ,ଦେବଗଡ଼, ବରଗଡ଼, ଅନୁଗୁଳ, ଢ଼େଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା , ବଲାଙ୍ଗୀର, କଳାହାଣ୍ଡି , ନୟାଗଡ଼, ଖୋର୍ଦ୍ଧା,କଟକ , ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲା ରେ ଗ୍ରୀଷ୍ମପ୍ରବାହ ଦେଖାଦେବ । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗ୍ରୀଷ୍ମପ୍ରବାହ ସମୟରେ ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ଲୋକଙ୍କ ପ୍ରତି ଧ୍ୟାନ ଦେବାକୁ ଏବଂ ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରକୁ ବାହୁରିଥିଲେ ସତର୍କ ରହିବାକୁ କୁହାଯାଇଛି । ଏଥିସହିତ ଉପଯୁକ୍ତ ପାଣି ପିଇବା ସହିତ ଶରୀରକୁ ହାଇଡ୍ରେଟ ରଖିବାକୁ ହେବ । ଅପରପକ୍ଷରେ ୨ରୁ ୪ ତାରିଖ ମଧ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ଆଶଙ୍କା ରହିଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼ ଆଦି ଜିଲ୍ଲାକୁ ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପକ୍ଷେ ଆଜି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅପରପକ୍ଷରେ ଗତକାଲି ୪୪.୬ ଡିଗ୍ରୀ ସହ ବାରିପଦା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଆଜି ବାରିପଦାରେ ତାପମାତ୍ରା ୪୩.୬ଡିଗ୍ରୀ ରହିଛି ଏବଂ ବାଲେଶ୍ୱରରେ ତାପମାତ୍ରା ୪୩.୦ଡିଗ୍ରୀ ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଉପରେ ରହିଛି । ସେହିପରି ଭୁବନେଶ୍ୱରକୁ ମିଶାଇ ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଉପରେ ରହିଛି । ସେହିପରି ଚାନ୍ଦବାଲିରେ ୪୨.୬, ତାଳଚେରରେ ୪୨.୫, ମାଲକାନଗିରିରେ ୪୨, ଗଜପତିରେ ୪୨, ବୌଦ୍ଧରେ ୪୨, ଅନୁଗୋଳରେ ୪୧.୭,
ବଲାଙ୍ଗିରରେ ୪୧.୫, ଭବାନୀପାଟଣାରେ ୪୧.୫, ଟିଟିଲାଗଡ଼ ୪୧.୨ ଓ ନୟାଗଡ଼ର ତାପମାତ୍ରା ୪୧.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି । ସମ୍ବଲପୁରରେ ୪୦.୮, କଟକ ୪୦.୬, ସୁନ୍ଦରଗଡ଼ ୪୦.୫ ତାପମାତ୍ରା ରେକର୍ଡ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଦୁ୍ୟତ୍‌ ଦର ବୃଦ୍ଧି ତାତି : ପୁନର୍ବିଚାର ପାଇଁ ଚିଠି ଲେଖିବେ ସରକାର: ଶକ୍ତିମନ୍ତ୍ରୀ

ବିଦୁ୍ୟତ୍‌ ଦର ବୃଦ୍ଧି ତାତି : ପୁନର୍ବିଚାର ପାଇଁ ଚିଠି ଲେଖିବେ ସରକାର: ଶକ୍ତିମନ୍ତ୍ରୀ

Read More...

ନନ୍ଦିଗ୍ରାମରେ ଭୋଟ୍‌ ମାଗିଲେ ମମତା

ନନ୍ଦିଗ୍ରାମରେ ଭୋଟ୍‌ ମାଗିଲେ ମମତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page