ନନ୍ଦିଗ୍ରାମରେ ଭୋଟ୍‌ ମାଗିଲେ ମମତା

March 30, 2021, ଦେଶ, , Anupambharat News Bureau


ନନ୍ଦିଗ୍ରାମରେ ଭୋଟ୍‌ ମାଗିଲେ ମମତା
Anupambharat News Bureau
March 30, 2021


ନନ୍ଦିଗ୍ରାମ: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ମଙ୍ଗଳବାର ପ୍ରଚାରର ଶେଷ ଦିନ । ରାଜ୍ୟର ହଟ ସିଟ ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହ୍ୱିଲ୍‌ ଚେୟାରରେ ବସି ପଦଯାତ୍ରା କରିଛନ୍ତି । ପଦଯାତ୍ରା ସମୟରେ ମମତା ନନ୍ଦିଗ୍ରାମରେ ଅଲଗା ଅନ୍ଦାଜରେ ଭୋଟ ମାଗିଛନ୍ତି ।
ନନ୍ଦିଗ୍ରାମରୁ ସୋନାଚୁରା ପଦଯାତ୍ରା ସମୟରେ ମମତା କହିଛନ୍ତି ଯେ ଶାନ୍ତି ରକ୍ଷା କରି ମତଦାନ କର;ୁଛ ସେ କହିଛନ୍ତି, ଧ୍ୟାନରେ ରଖ;ୁ, ‘କୁଲ କୁଲ ତୃଣମୂଳ, ଥଣ୍ଡା ଥଣ୍ଡା କୁଲ କୁଲ, ଭୋଟ ପାେୱ ଜୋଡା ଫୁଲ (ଥଣ୍ଡା ଥଣ୍ଡା କୁଲ କୁଲ, ଫୁଲ କେ ଯୋଡ଼େ କୋ ମିଲେଗା ଭୋଟ)’ ସେ କହିଛନ୍ତି, ‘୨୪ ଘଣ୍ଟା ପାଇଁ ନିଜ ମନକୁ ଶାନ୍ତ ରଖ;ୁ, ଆମ ବିଜୟ ନିଶ୍ଚିତ ହେବ ।’
ନଁଦୁଗରମ ଆସନରୁ ଏଥର ମମତା ନିଜର ଖାସ ଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଟMର ଦେଉଛନ୍ତି । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କର ଏହି ଅଞ୍ଚଳରେ ଖୁବ ଦବଦବା ରହିଛି ବୋଲି କୁହାଯାଉଛି । ସେଥିପାଇଁ ନନ୍ଦିଗ୍ରାମ ଆସନକୁ ନେଇ ମମତା ଖୁବ ସତର୍କ ଅଛନ୍ତି । ଏପଟେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ମାତ ଦେବେ ବୋଲି ଦାବି କରିଛନ୍ତି । ମମତା ଲଗାତାର ନିଜ ଜନସଭାରେ ଅଭିଯୋଗ କରୁଛନ୍ତି ଯେ ବିଜେପି ନିର୍ବାଚନ ଜିତିବାକୁ ଯେକୌଣସି ପଦକ୍ଷେପ ନେଇପାରେ । ଭୋଟରଙ୍କୁ ଡରାଇ ଧମକାଇ ନିଜ ପାଲରେ ପକାଇବାକୁ ବିଜେପି ବାହାରୁ ଗୁଣ୍ଡା ନେଇ ଆସିଛି ବୋଲି ମଧ୍ୟ ସେ କହିଛନ୍ତି ।
ମମତା ଦଳର ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ବିଜେପି ଉପରେ ନଜର ରଖିବାକୁ କହିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଆଜି ହେଉଛି ଶେଷ ଦିନ । ତେଣୁ ଶେଷ ଦିନରେ କzା ଟMର ହେବାକୁ ଯାଉଛି ।
ଏଥିଲାଗି ନନ୍ଦୀଗ୍ରାମରେ ଡେରା ପକାଇଛନ୍ତି ଉଭୟ ଦଳର ହେଭିେୱଟ୍‌ ନେତା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ ଆଜି ନନ୍ଦୀଗ୍ରାମରେ ଶେଷ ପ୍ରଚାର କରିବେ । ତେବେ ତାଙ୍କୁ ଟMର ଦେବାକୁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା । ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଭୋଟ ଜନତାଙ୍କୁ ଭୋଟ୍‌ ଅପିଲ୍‌ କରିବେ ଶାହା । ନିର୍ବାଚନରେ ବିଜୟୀ ହେବାକୁ ଉଭୟ ବିଜେପି ଓ ଟିଏମସି ଆଶାବାଦୀ ଅଛନ୍ତି ।
ତେବେ ଫିଲ୍ମ ଷ୍ଟାର ତଥା ନିକଟରେ ବିଜେପିରେ ସାମିଲ ହୋଇଥିବା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ନନ୍ଦୀଗ୍ରାମ ରୋଡ ଶୋ’ କରି ଶୁଭେନ୍ଦୁଙ୍କ ବିଜୟ ପାଇଁ ଯୋଗାଡ କରିବେ ଜନ ସମର୍ଥନ । ରାଜନୈତିକ ସ୍ଲୋଗାନରେ କମ୍ପୁଛି ନନ୍ଦୀଗ୍ରାମର ଗଳିକନ୍ଦି । ନେତାଙ୍କ ପ୍ରଚାର ଓ ସମର୍ଥକଙ୍କ ଉତ୍ସାହ ବଳରେ ଉଭୟ ବିଜୟ ଲକ୍ଷ୍ୟରେ ଅଛନ୍ତି ଟିଏମସି ଓ ବିଜେପି ।
ଆଜି ନନ୍ଦୀଗ୍ରାମରେ କଡ଼ା ମୁକାବିଲା ହେବ ବୋଲି ସମସ୍ତଙ୍କ ଆଶା । ଗତକାଲି ହୋଲିରେ ମମତା ବାନାର୍ଜୀ ହୁଇଲଚେୟାରରେ ବସି ନନ୍ଦୀଗ୍ରାମର ଗଳିକନ୍ଦିରେ ପ୍ରଚାର କରିଥିଲେ । ତେବେ ବିଜେପି ପ୍ରାର୍ଥୀ ମଧ୍ୟ ପଛରେ ନଥିଲେ । ଶୁଭେନ୍ଦୁ ଡୋର ଟୁ ଡୋର୍‌ ବୁଲି ଭୋଟ୍‌ ଭିକ୍ଷା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିଝିଲା ସାରା ଓଡ଼ିଶା:  ଝାଞ୍ଜି ପବନ ରେ ଜନଜୀବନ ଅସ୍ତବ୍ୟସ୍ତ

ସିଝିଲା ସାରା ଓଡ଼ିଶା: ଝାଞ୍ଜି ପବନ ରେ ଜନଜୀବନ ଅସ୍ତବ୍ୟସ୍ତ

Read More...

ଶରଦ ପାୱାର ଅସୁସ୍ଥ

ଶରଦ ପାୱାର ଅସୁସ୍ଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page