ଆସାମ ବିଭାଜନ ପାଇଁ ଚାଲିଛି ଯୋଜନା : ମନମୋହନ

March 27, 2021, ଦେଶ, , Anupambharat News Bureau


ଆସାମ ବିଭାଜନ ପାଇଁ ଚାଲିଛି ଯୋଜନା : ମନମୋହନ
Anupambharat News Bureau
March 27, 2021


ଆସାମ: ଆସାମ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ସରିଛି । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ଆଗକୁ ସମସ୍ତେ ବୁଝି ବିଚାରି ଭୋଟ୍‌ ଦିଅ;ୁ । କାରଣ ଆସାମକୁ ବାଣ୍ଟିବା ପାଇଁ ପ୍ରୟାସ ଜାରି ରହିଛି । ଏମିତି ସରକାର ବାଛ;ୁ ଯିଏ କି ସମ୍ବିଧାନ ଏବଂ ଲୋକତନ୍ତ୍ରକୁ ବଜାୟ ରଖୁ । ଆସାମବାସୀଙ୍କୁ ସେ କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କରିଛନ୍ତି ।ଆଜି ପୁଣି ସମୟ ଆସିଛି ଉଚିତ ନିଷ୍ପତ୍ତି ନେବାର, ଉଚିତ ସରକାର ବାଛିବାର ସମୟ । ଆପଣଙ୍କୁ ଭାବି ଚିନ୍ତି ନିଷ୍ପତ୍ତି ନେବାର ଅଛି, କାରଣ ଆପଣ ଯାହାକୁ ନେତା ବାଛିବେ ସେମାନଙ୍କ ହାତରେ ରହିବ ପିଲାଙ୍କ ଭବିଷ୍ୟତ । ଯେତେ ମାତ୍ରାରେ କଂଗ୍ରେସ ମହାଯୋତ(ଗଠବନ୍ଧନ) କୁ ଭୋଟ ଦିଅ;ୁ । ମନମୋହନ ସିଂହ କହିଛନ୍ତି ଯେ, କିଛି ବର୍ଷ ହେବ ଆସାମ ମୋର ୨ୟ ଘର ରହିଆସିଛି ।ଏଇଟା ମୋ ପାଇଁ ସମ୍ମାନର କଥା ୧୯୯୧ରୁ ୨୦୧୯ ଯାଏଁ ୨୮ ବର୍ଷ ଧରି ମୁଁ ଏଠାରେ ପ୍ରତିନିଧିତ୍ୱ କରିଆସୁଥିଲି । ଆସାମଙ୍କ ଲୋକଙ୍କ ସ୍ନେହ ଓ ଶ୍ରଦ୍ଧାର ମୁଁ ସଦାସର୍ବଦା ଆଭାରି । ଆସାମ ବାସୀଙ୍କ ପାଇଁ ମୁଁ ୫ ବର୍ଷ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ୧୦ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ରହିଥିଲି । ତେବେ ଏଠାରେ କଂଗ୍ରେସ ଭଲ ଆସନରେ ବିଜୟୀ ହେବ ବୋଲି ପୂରା ପାର୍ଟି ଆଶା ରଖିଛି । ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛିି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ ଜିଲ୍ଲାର ୪୭ ଆସନରେ ମତଦାନ ହୋଇଥିଲା । ଏହାମଧ୍ୟରୁ ମାଜୁଲି ଆସନରେ ନିଜଦେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ନିର୍ବାଚନ ଲଢୁଛନ୍ତି । ଏହି ସବୁ ଆସନ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିବସାଗର, ଚବୁଆ, ବୋକାଖଟ ଓ ବିହୁପୁରିଆରେ ପ୍ରଚାର କରିଥିଲେ ଓ ରାଲି ମଧ୍ୟ କରିଥିଲେ ।
ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶିବସାଗର, ଦୁମଦୁମା, ମାରିୟାନୀ ଓ ଗୋହପୁରରେ ସାଧାରଣ ସଭା କରିଥିଲେ । ଏହାବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ଅଧ୍ୟକ୍ଷ ଜେପି ନzା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଅନେକ ହାଇପ୍ରୋଫାଇଲ୍‌ ନେତା ଦଳ ପାଇଁ ଶକ୍ତିପ୍ରଦର୍ଶନ କରିଥିଲେ ।ତେବେ ନିର୍ବାଚନ ହେଉଥିବା ୪୭ ଆସନରୁ ଉପର ଆସାମର ୩୪ଟି ଆସନରେ ସିଏଏକୁ ନେଇ ଜୋରଦାର ବିରୋଧ ହୋଇଥିଲା । ସେହିପରି ଅନ୍ୟ ୧୩ଟି ଆସନର କେନ୍ଦ୍ରୀୟ ଆସାମରେ ରହିଛି । ଏହି ସବୁ ଆସନରେ ୮୧,୦୯,୮୧୫ ଭୋଟର ରହିଥିବା ବେଳେ ୨୬୪ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ତେବେ ସମସ୍ତ ନିର୍ବାଚନ ରାଲିଲେ ମୋଦୀଙ୍କ ସମେତ ବିଜେପି ନେତା କଂଗ୍ରେସ ଓ ଏଆଇୟୁଡିଏଫକୁ ଟାର୍ଗେଟ୍‌ କରିଥିଲେ ୪୭ଟି ଆଶନରୁ ୨୦ଟିରେ ଜନଜାତି ବହୁଳ ଭୋଟର ରହିଛନ୍ତି । ଏଠାରେ ଶ୍ରମିକଙ୍କ ଦୈନିକ ମଜୁରୀ ଏକ ବଡ ପ୍ରସଙ୍ଗ ଅଟେ । ଏହାସହ ଉଭୟ ବିଜେପି ଓ କଂଗ୍ରେସ ଏଠାରେ ଭୂମିହୀନଙ୍କୁ ଜମିପଟ୍ଟା, ୨ ଲକ୍ଷ ସରକାରୀ ଚାକିରୀ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ୨୦୧୬ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ଏହି ୪୭ ଆସନରୁ ୩୫ଟିରେ ବିଜୟଲାଭ କରିଥିଲା । କଂଗ୍ରେସ ମାତ୍ର ୯ଟିରେ ଜିତିଥିଲା ।ବିଜେପି ଆସାମ ଗଣ ପରିଷଦ ଓ ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବରାଲ ସହ ମିଶି ନିର୍ବାଚନ ଲଢୁଛି । କଂଗ୍ରେସ ଏଆଇୟୁଡିଏଫ, ବୋଡାଲାଣ୍ଡ ପିପୁଲ୍ସ ଫ୍ରଣ୍ଟ, ଆଞ୍ଚଳିକ ଗଣ ମୋର୍ଚ୍ଚା, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ସହ ମିଶି ର୍ନିବାଚନ ଲଢୁଛି । ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସୋନୱାଲଙ୍କ ବ୍ୟତୀତ ବାଚସ୍ପତି ହିତେନ୍ଦ୍ର ନାଥ ଗୋସ୍ୱାମୀ, କଂଗ୍ରେସ ସଭାପତି ରିପୁନ ବୋରା ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ରାଜ୍ୟରେ ୨୦୧୬ ବିଧାନସଭା ନିର୍ବାଚନରେ ବିଜେପି ୬୦, କଂଗ୍ରେସ ୨୬, ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ ୧୩, ଆସାମ ଗଣ ପରିଷଦ ୧୪, ବୋଡାଲାଣ୍ଡ ପିପୁଲ୍ସ ଫ୍ରଣ୍ଟ ୧୨ ଓ ଜଣେ ସ୍‌ୱାଧୀନ ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ୧୨୬ ଆସନ ବିଶିଷ୍ଟ ବିଧାନସଭାରେ ଚଳିତ ବର୍ଷ ତିନୋଟି ପର୍ଯ୍ୟାୟରେ ମତଦାନ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟାଟା ମୋଟର୍ସ ଏସ୍‌ବିଆଇ ସହିତ ତିନି ବର୍ଷର ଏମ୍‌ଓୟୁ ସ୍ୱାକ୍ଷର କଲା

ଟାଟା ମୋଟର୍ସ ଏସ୍‌ବିଆଇ ସହିତ ତିନି ବର୍ଷର ଏମ୍‌ଓୟୁ ସ୍ୱାକ୍ଷର କଲା

Read More...

ଜିତିବା ପାଇଁ ବିଜେପି ନେତାଙ୍କୁ ସାହାଯ୍ୟ ମାଗିଲେ କି ମମତା ?

ଜିତିବା ପାଇଁ ବିଜେପି ନେତାଙ୍କୁ ସାହାଯ୍ୟ ମାଗିଲେ କି ମମତା ?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page