ଜିତିବା ପାଇଁ ବିଜେପି ନେତାଙ୍କୁ ସାହାଯ୍ୟ ମାଗିଲେ କି ମମତା ?

March 27, 2021, ଦେଶ, , Anupambharat News Bureau


ଜିତିବା ପାଇଁ ବିଜେପି ନେତାଙ୍କୁ ସାହାଯ୍ୟ ମାଗିଲେ କି ମମତା ?
Anupambharat News Bureau
March 27, 2021


କୋଲକାତା: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଣ ନିଜ ବିଜୟ ଉପରେ ଭରସା ନାହିଁ ? ଭାରତୀୟ ଜନତା ପାର୍ଟି ଏହି ପ୍ରଶ୍ନ ଏଥିପାଇଁ ପଚାରୁଛି କାରଣ ବିଜେପିର ଜଣେ ନେତା ଶନିବାର ଚାଞ୍ଚଲ୍ୟକର ଦାବି କରିଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ସହଯୋଗୀ ପ୍ରଲୟ ପଲ୍‌ କହିଛନ୍ତି ତୃଣମୂଳ କଂଗ୍ରେସର ପ୍ରମୁଖ ମମତା ବାନାର୍ଜୀ ନିଜେ ତାଙ୍କୁ ଫୋନ କରି ସାହାଯ୍ୟ ମାଗିଛନ୍ତି । ସେ କଲ୍‌ ରେକର୍ଡିଂ ମଧ୍ୟ ଜାରି କରିଛନ୍ତି । ଏଥିରେ ମମତା ବାନାର୍ଜୀଙ୍କୁ ପଲ୍‌ଙ୍କୁ ନନ୍ଦିଗ୍ରାମ ଆସନରୁ ଜିତାଇବା ପାଇଁ କହୁଛନ୍ତି । ବିଜେପିର ଆଇଟି ସେଲ୍ର ମୁଖ୍ୟ ଅମିି ମାଲଭୀୟ ମଧ୍ୟ ଏହାର ଭିଡିଓ ଜାରି କରି ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି ।ସେ କହିଛନ୍ତି, ଦିଦି ନନ୍ଦିଗ୍ରାମରୁ ପରାଜିତ ହେଉଛନ୍ତି । ବିଜେପି ନେତା ପ୍ରଲୟ ପଲ୍‌ ଶନିବାର ସକାଳେ ଦାବି କରିଛନ୍ତି ଯେ, ମମତା ବାନାର୍ଜୀ ଖୋଦ୍‌ ତାଙ୍କୁ ଫୋନ କରିଥିଲେ ଏବଂ ଟିଏମସିକୁ ନନ୍ଦିଗ୍ରାମରୁ ଜିତାଇବା ପାଇଁ ସାହାଯ୍ୟ କରିବାକୁ କହିଥିଲେଛ ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଓଡିଅ ଭାଇରାଲ ହେବାରେ ଲାଗିଛି । କି;ୁ ଟିଏମସି ଦାବି କରିଛି ଯେ, କଲ୍‌ ରେକର୍ଡିଂରେ ରହିଥିବା ସ୍‌ର କାହାର ତାର ସତ୍ୟତା ଯାଞ୍ଚ ହୋଇ ନାହିଁ । ପ୍ରଲୟ ପଲ୍‌ କହିଛନ୍ତି, ଦିଦି ଚାହୁଁଛନ୍ତି ମୁଁ ଟିଏମସି ପାଇଁ କାମ କରେ ଏବଂ ଟିଏମସିରେ ଯୋଗ ଦିଏ ।ମାତ୍ର ମୁଁ ଶୁଭେନ୍ଦୁ ଅଧିକାରୀ ଏବଂ ତାଙ୍କ ପରିବାର ସହ ଦୀର୍ଘ ଦିନରୁ ଜଡିତ ଅଛି । ଏବେ ମୁଁ ଭାରତୀୟ ଜନତା ପାର୍ଟି ପାଇଁ କାମ କରୁଛି । ଭିଡିଓରେ ପଲ୍‌ କହୁଛନ୍ତି ଯେ, ଲେଫଫ ଶାସନ ସମୟରେ ଯେବେ ସିପିଆଇ(ଏମ) ନନ୍ଦିଗ୍ରାମର ଲୋକଙ୍କୁ ପ୍ରତାଡିତ କରୁଥିଲା, ସେହି ସମୟରେ ଅଧିକାରୀଙ୍କ ପରିବାର ଆମ ସହିତ ରହିଥିଲେ । ମୁଁ କେବେ ମଧ୍ୟ ତାଙ୍କ ବିରୋଧରେ ଯାଇ ନାହିଁ କି, କେବେ ମଧ୍ୟ ଏମିତି କରିବି ନାହିଁ ।ଅମିତ୍‌ ମାଲଭୀୟ କହିଛନ୍ତି, ମମତା ବାନାର୍ଜୀ ନନ୍ଦିଗ୍ରାମରେ ବିଜେପିର ଜିଲ୍ଲା ଉପ ସଭାପତି ପ୍ରଲୟ ପଲଙଯକୁ ଫୋନ କରି ତାଙ୍କୁ ସାହାଯ୍ୟର ଗୁହାରି ଲଗାଇଛନ୍ତି । ପ୍ରଲୟ କହିଛନ୍ତି, ଟିଏମସିରେ ତାଙ୍କୁ ଅପମାନିତ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସାମ ବିଭାଜନ ପାଇଁ ଚାଲିଛି ଯୋଜନା : ମନମୋହନ

ଆସାମ ବିଭାଜନ ପାଇଁ ଚାଲିଛି ଯୋଜନା : ମନମୋହନ

Read More...

ରୁଦ୍ର ବିଜେଡି ପ୍ରାର୍ଥୀ

ରୁଦ୍ର ବିଜେଡି ପ୍ରାର୍ଥୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page