ସୋମନାଥ ଭାରତୀଙ୍କ ଜେଲ ଦଣ୍ଡାଦେଶ ବାତିଲ

March 24, 2021, ଦେଶ, , Anupambharat News Bureau


ସୋମନାଥ ଭାରତୀଙ୍କ ଜେଲ ଦଣ୍ଡାଦେଶ ବାତିଲ
Anupambharat News Bureau
March 24, 2021


ମାରପିଟ୍‌ ଘଟଣାରେ ୨ ବର୍ଷ ଜେଲଦଣ୍ଡ ପାଇଥିବା ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ହାଇକୋର୍ଟ ଆଜି ତାଙ୍କୁ ମିଳିଥିବା ଜେଲଦଣ୍ଡକୁ ବାତିଲ କରିଦେଇଛନ୍ତି । ୨୦୧୬ ମସିହା ଦିଲ୍ଲୀ ଏମ୍‌ସ ସିକ୍ୟୁରିଟି ଗାର୍ଡମାନଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କୁ ନିମ୍ନ ଅଦାଲତ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଏହା ବିରୋଧରେ ବିଧାୟକ ସୋମନାଥ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ଦିଲ୍ଲୀ ହାଇକୋର୍ଟର ଗୋଟିଏ ବେଞ୍ଚ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି । ଏଥିସହ ଜଷ୍ଟିସ ସୁରେଶ କଇତ ବିଧାୟକ ସୋମନାଥଙ୍କୁ ଜାମିନ ମଧ୍ୟ ପ୍ରଦାନ କରିଛନ୍ତି । ଗତକାଲି ଦିଲ୍ଲୀ ପୁଲିସ୍‌ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ପରେ ସୋମନାଥଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ପ୍ରଥମେ ଆଡିସନାଲ ମୁଖ୍ୟ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ପାଣ୍ଡେ ୨୦୨୧ ଜାନୁଆରୀ ମାସରେ ସୋମନାଥଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୨ ବର୍ଷ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜୋରିମାନା ଦାଖଲ କରିବାକୁ କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲାଣ୍ଡରେ ତୃତୀୟ ଲେହର କରୋନା

ପୋଲାଣ୍ଡରେ ତୃତୀୟ ଲେହର କରୋନା

Read More...

ଅସଦାଚରଣ ଯୋଗୁଁ ଫାଶୀରେ ଝୁଲିଲେ ମା’ ଝିଅ

ଅସଦାଚରଣ ଯୋଗୁଁ ଫାଶୀରେ ଝୁଲିଲେ ମା’ ଝିଅ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page