ଅସଦାଚରଣ ଯୋଗୁଁ ଫାଶୀରେ ଝୁଲିଲେ ମା’ ଝିଅ

March 24, 2021, ଦେଶ, , Anupambharat News Bureau


ଅସଦାଚରଣ ଯୋଗୁଁ ଫାଶୀରେ ଝୁଲିଲେ ମା’ ଝିଅ
Anupambharat News Bureau
March 24, 2021


ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗୋଣ୍ଡାରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ବେଲସର ବ୍ଲକ ନିକଟରୁ ଏକ ଗଛରୁ ଦଳିତ ମା ଓ ଝିଅଙ୍କ ଶବ ଝୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଗାଁର ଜଣେ ଯୁବକ ଲଗାତାର ଯୁବତୀଙ୍କୁ ଅସଦାଚରଣ କରୁଥିଲେ । ଶେଷରେ ଯୁବକ ସବୁ ସୀମା ପାର କରି ଅସଦାଚରଣର ଭିଡିଓ ରେକଡିଂ କରି ଯୁବତୀଙ୍କ ଘରଲୋକ ଓ ତାଙ୍କ ସ୍ୱାମୀଙ୍କୁ ପଠାଇ ଦେଇଥିଲେ । ଚିନ୍ତିତ ହୋଇ ମା-ଝିଅ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଘଟଣା ପରେ ଜିଲ୍ଲା ଅଧିକାରୀ, ପୋଲିସ ଅଧିକ୍ଷକ ଓ ଅନ୍ୟ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପରିବାର ଲୋକଙ୍କ ଅଭିଯୋଗରେ ମାମଲା ରୁଜ୍ଜୁ କରି ଅଭିଜ୍ଞକ୍ତ ଯୁବକକୁ ଗିରଫ କରାଯାଇଛି । ପୋଲିସ ମାମଲାର ତଦନ୍ତ କରୁଛିଛ ପୋଲିସ ଅଧିକ୍ଷକ ନିଜେ ସ୍ୱୀକାର କରିଛନ୍ତି ଯେ ମା-ଝିଅ ଅସଦାଚରଣରୁ ଆହତ ହୋଇ ପ୍ରାଣ ହାରିଛନ୍ତି ।ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ ମିଶନ ନାରୀ ଶକ୍ତି ଅନୁଯାୟୀ ଯେଉଁଭଳି ଭାବେ ଥାନା ସ୍ଥରରେ ମହିଳାଙ୍କୁ ସଚେତନ କରାଯାଉଛି, ଅସଦାଚରଣ ମାମଲା ପରେ ମଧ୍ୟ ପୋଲିସ କାହିଁକି କିଛି ପଦକ୍ଷେପ ନେଇନଥିଲା ? ଅସଦାଚରଣ ଭଳି ଅପରାଧରେ ପୋଲିସ ଉଭୟ ପକ୍ଷକୁ ବୁଝାଇ ସୁଝାଇ ମାମଲା ରଫା ଦଫା କରିଦେଇଥାଏ । ସେତେବେଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଆଜି ମା-ଝିଅ ବଞ୍ଚି ଯାଇଥାନ୍ତେ । କି;ୁ ମୃତ୍ୟୁ ହେବାପରେ କାର୍ଯ୍ୟାନୁଷ୍ଠାନ ନେବାର ଲାଭ କଣ ବୋଲି କହିଛନ୍ତି ଗ୍ରାମବାସୀ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୋମନାଥ ଭାରତୀଙ୍କ ଜେଲ ଦଣ୍ଡାଦେଶ ବାତିଲ

ସୋମନାଥ ଭାରତୀଙ୍କ ଜେଲ ଦଣ୍ଡାଦେଶ ବାତିଲ

Read More...

ଗ୍ୟାସ ସିଲିଣ୍ଡର ଭର୍ତ୍ତି ଟ୍ରକରେ ବଜ୍ରପାତ

ଗ୍ୟାସ ସିଲିଣ୍ଡର ଭର୍ତ୍ତି ଟ୍ରକରେ ବଜ୍ରପାତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page