ଜଙ୍ଗଲ ନିଆଁ ନିୟନ୍ତ୍ରଣ: ଟାସ୍କଫୋର୍ସ ଗଠିତ

March 08, 2021, ଓଡ଼ିଶା, , Anupambharat News Bureau


ଜଙ୍ଗଲ ନିଆଁ ନିୟନ୍ତ୍ରଣ: ଟାସ୍କଫୋର୍ସ ଗଠିତ
Anupambharat News Bureau
March 08, 2021


ଭୁବନେଶ୍ୱର,୮ା୩(ଅନୁପମ ମିଡ଼ିଆ): ­ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଙ୍ଗଲ ମାନଙ୍କରେ ନିଆଁ ଲାଗିବା ଘଟଣା ମାନ ସାମନାକୁ ଆସିବାରେ ପରେ ଏହି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ପୂର୍ବତନ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀଙ୍କୁ ଏହି ଟାସ୍କଫୋର୍ସର ଅଧ୍ୟକ୍ଷ୍ୟ କରାଯାଇଛି । ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ ’ ଟାସ୍କଫୋର୍ସରେ ଅଧ୍ୟକ୍ଷଙ୍କ ସମେତ ନ’ ଜଣ ସଦସ୍ୟ ଅଛନ୍ତି । ଏଥିରେ ସ୍ଥାନ ପାଇଥିବା ସଦସ୍ୟମାନେ ହେଲେ ଜିତେନ୍ଦ୍ର କୁମାର, ଶଶୀ ପାଲ, ପଙ୍କଜ ଅଗ୍ରୱାଲ, ଡେରାଡୁନର ଆଇସିଏଫ୍‌ଆରଇ ଡିଜିଙ୍କ ପ୍ରତିନିଧି,ଏନଆରଏସସିର ଫରେଷ୍ଟ ଆଣ୍ଡ ଇକୋଲୋଜିର ମୁଖ୍ୟ, ପିକେ ମଲ୍ଲିକ, ଜେ କେ ପାଣିଗ୍ରାହୀ ଓ ବିଜୟ ଅଗ୍ରୱାଲ । ମିଳିଥିବା ସୂଚନା ଅନୁସାରେ ଏହି ଟାସ୍କ ଫୋର୍ସ ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା ଉପାୟ ନେଇ ସୁପାରିସ କରିବ ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ । ଜୈବ ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ଦିଆଯାଇଛି । ଅନୁରୂପ ଭାବେ ଆଜିଠାରୁ ଆସନ୍ତା ୧୫ ଦିନ ଯାଏଁ ଏହି ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ଶିମିଳିପାଳ ନିଆଁ, ତାହାର ଜୈବବିବିଧତାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନନ୍ଦୀଗ୍ରାମରେ ମମତାଙ୍କୁ ଆକ୍ରମଣ

ନନ୍ଦୀଗ୍ରାମରେ ମମତାଙ୍କୁ ଆକ୍ରମଣ

Read More...

ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ କମିଶନର

ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ କମିଶନର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page