ସ୍ତ୍ରୀ ଓ ଝିଅକୁ ବଞ୍ଚାଇବା ପାଇଁ ବାଘର ତଣ୍ଟି ଚିପି ମାରିଦେଲେ ଯୁବକ

March 07, 2021, ଦେଶ, , Anupambharat News Bureau


ସ୍ତ୍ରୀ ଓ ଝିଅକୁ ବଞ୍ଚାଇବା ପାଇଁ ବାଘର ତଣ୍ଟି ଚିପି ମାରିଦେଲେ ଯୁବକ
Anupambharat News Bureau
March 07, 2021


ବେଙ୍ଗାଲୁରୁ: କର୍ଣ୍ଣାଟକର ହାସନ ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କର ପରିବାରକୁ ବଞ୍ଚାଇବାକୁ ଯାଇ ବାଘ ସହିତ ଲଢ଼ି ଥିବା ଜଣାପଡ଼ିଛି । ପାଖପାଖି ରହୁଥିବା ଲୋକଙ୍କ କହିବା ମୁତାବକ, ଆରାସିକେରେ ତାଲୁକ୍ର ବନ୍ଦେକେରେ ଗ୍ରାମରେ ରହୁଥିବା ରାଜଗୋପାଲ୍‌ ନାଏକ ୧୮୦ କିଲୋମିଟର ଦୂର ବାଙ୍ଗାଲୋରରୁ ବାଇକ୍‌ ଯୋଗେ ତାଙ୍କ ପତ୍ନୀ ଏବଂ ଝିଅଙ୍କ ସହିତ ଘରକୁ ଫେରୁଥିଲେ । ଏହି ସମୟରେ ଏକ ନିଛାଟିଆ ରାସ୍ତାରେ ଗୋଟିଏ ବସ୍‌ ଛିଡ଼ା ହୋଇଥିଲା ।
ବସ୍କୁ ଅତିକ୍ରମ କରିବା ବେଳେ ବସ୍‌ ପଛପଟେ ଲୁଚି ରହିଥିବା ଏକ ଚିତାବାଘ ତାଙ୍କୁ ଆକ୍ରମଣ କରିଥିଲା । ବାଘଟି ପ୍ରଥମେ ଝିଅଟିର ଗୋଡ଼କୁ ଆକ୍ରମଣ କରିଥିଲା । ପରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଏହି ସମୟରେ ହଠାତ୍‌ ରାଜଗୋପାଲ୍‌ ତାଙ୍କର ପରାକ୍ରମ ଦେଖାଇ ବାଘର ବେକକୁ ଯାବୁଡ଼ି ଧରିଥିଲେ ଏବଂ ବାଘର ମୁଣ୍ଡକୁ ଆଘାତ ପରେ ଆଘାତ କରିଥିଲେ ।
ଏହି ସମୟରେ ବାଘଟି ବାରମ୍ବାର ତାଙ୍କ ହାତରୁ ଖସିଯିବା ପାଇଁ ପ୍ରୟାସ କରିଥିଲା । ବାଘଟି ତାଙ୍କୁ ଆଘାତ କରିବା ସେ‰ ମଧ୍ୟ ସେ ତାକୁ ଛାଡ଼ିନଥିଲେ । ବାଘଟି ମରିବା ପର୍ଯ୍ୟନ୍ତ ସେ ତା ବେକକୁ ଜାବୁଡ଼ି ଧରିଥିଲେ । ଏଥିରେ ରାଜଗୋପାଲ୍‌ଙ୍କ ମୁହଁ ଏବଂ କପାଳରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଏହାପରେ ଆଖପାଖର ଲୋକ ତାଙ୍କ ପତ୍ନୀ ଏବଂ ଝିଅର ଚିତ୍କାର ଶୁଣି ଦୌଡ଼ି ଆସିଥିଲେ । ବାଘଟିକୁ ମାରିବାରେ ସାହାଯ୍ୟ କରିବା ସହିତ ବନ ବିଭାଗକୁ ଏନେଇ ଖବର ଦେଇଥିଲେ ।
ତେବେ ବନବିଭାଗ ଏନେଇ ବାଘଟି କିଛି ଦିନ ହେବ ଭୋକରେ ରହିଥିବା କହିବା ସହିତ କ୍ଲାନ୍ତ ଏବଂ ଦୁର୍ବଳ ଅନୁଭବ କରିଥିବା କହିଥିବା ଜଣାପଡ଼ିଛି । ଏହାକୁ କିଛି ଦିନ ହେବ ଟ୍ରାକ୍‌ କରାଯାଉଥିଲା ।କର୍ଣ୍ଣାଟକର ହାସନ ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କର ପରିବାରକୁ ବଞ୍ଚାଇବାକୁ ଯାଇ ବାଘ ସହିତ ଲଢ଼ି ଥିବା ଜଣାପଡ଼ିଛି ।
ପାଖପାଖି ରହୁଥିବା ଲୋକଙ୍କ କହିବା ମୁତାବକ, ଆରାସିକେରେ ତାଲୁକ୍ର ବନ୍ଦେକେରେ ଗ୍ରାମରେ ରହୁଥିବା ରାଜଗୋପାଲ୍‌ ନାଏକ ୧୮୦ କିଲୋମିଟର ଦୂର ବାଙ୍ଗାଲୋରରୁ ବାଇକ୍‌ ଯୋଗେ ତାଙ୍କ ପତ୍ନୀ ଏବଂ ଝିଅଙ୍କ ସହିତ ଘରକୁ ଫେରୁଥିଲେ । ଏହି ସମୟରେ ଏକ ନିଛାଟିଆ ରାସ୍ତାରେ ଗୋଟିଏ ବସ୍‌ ଛିଡ଼ା ହୋଇଥିଲା ।
ଉଲ୍ଲେଖଥାଉକି ବନ ବିଭଗ କହିବା କଥା ହେଲା ବାଘଟି ବହୁ ଦିନ ଧରି ଏହି ଠାରେ ଚଳପ୍ରଚଳ କରୁଥିଲା ଏବଂ କାଁ ଭାଁ ଆକ୍ରମଣ ମଧ୍ୟ କରୁଥିଲା ତେଣୁ ଏହା ଉପରେ ନଜର ରଖାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଁ ଗୋଟେ ଗୋଖର : ମିଥୁନ

ମୁଁ ଗୋଟେ ଗୋଖର : ମିଥୁନ

Read More...

ପୁଅର ପଚାଷଢ଼ା ଶବକୁ ବସ୍ତାରେ ଧରି କାନ୍ଦି କାନ୍ଦି ଚାଲିଲେ ଅସହାୟ ପିତା

ପୁଅର ପଚାଷଢ଼ା ଶବକୁ ବସ୍ତାରେ ଧରି କାନ୍ଦି କାନ୍ଦି ଚାଲିଲେ ଅସହାୟ ପିତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page