ଚାଷୀ ଆନ୍ଦୋନଳକୁ ୧୦୦ ଦିନ

March 05, 2021, ଓଡ଼ିଶା, , Anupambharat News Bureau


ଚାଷୀ ଆନ୍ଦୋନଳକୁ ୧୦୦ ଦିନ
Anupambharat News Bureau
March 05, 2021


ନୂଆଦିଲ୍ଲୀ : ଦିଲ୍ଲୀ ସୀମାରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ୧୦୦ ଦିନ ପୂରିଛି । ସିଂଘୁ ସୀମାରୁ ଟୀକରୀ ସୀମା ଏପରିକି ଗାଜୀପୁର ସୀମାରେ ଚାଷୀଙ୍କ ଆନ୍ଦୋଳନ ଏବେବି ଜାରି ରହିଛି । ବହୁତ କିଛି ବଦଳିଛି କି;ୁ ଚାଷୀଙ୍କ ମୁଡ୍‌ ଯେମିତି ଥିଲା ସେମିତି ହିଁ ରହିଛି । ଚାଷୀ ଆନ୍ଦୋଳନର ଏହି ଶହେ ଦିନ ଭାରତ ଇତିହାସରେ ଲିପିବଦ୍ଧ ହୋଇ ରହିବ ଏଥିରେ ସନ୍ଦେହ ନାହିଁ । କାରଣ ଏହି ୧୦୦ ଦିନ ମଧ୍ୟରେ ଅନେକ କିଛି ଘଟିଛି । ଲାଲ କିଲ୍ଲାରୁ ଆରମ୍ଭ କରି ଦିଲ୍ଲୀ ରାଜରାସ୍ତା ଏକପ୍ରକାର ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି ।ଯେବେ ଚାଷୀ ଆନ୍ଦୋଳନ ଶେଷ ହେବ ଭାରତ ଇତିହାସରେ ଏହା ସବୁଠାରୁ ଲମ୍ବା ସମୟ ଧରି ଚାଲିଥିବା ଆନ୍ଦୋଳନ ମଧ୍ୟରେ ସ୍ଥାନ ପାଇବ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ପ୍ରବଳ ବିରୋଧ କରି ଏହାକୁ ପ୍ରତ୍ୟାହାର କରିବା ଦାବିରେ ଗତ ବର୍ଷ ନଭେମ୍ବର ୨୬ ତାରିଖରେ ପଞ୍ଜାବ ଓ ହରିୟାଣାରୁ ହଜାର ହଜାର ସଂଖ୍ୟାରେ ଚାଷୀ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ । ଡିସେମ୍ବର ୧ ତାରିଖରେ ସରକାର ଏବଂ ଚାଷୀ ନେତାଙ୍କ ମଧ୍ୟରେ ଏ ନେଇ ଆଲୋଚନା ଆରମ୍ଭ ହୋଇଥିଲା । କି;ୁ କୌଣସି ନିସ୍କର୍ଷ ବାହାରି ପାରିନଥିଲା ।କେବଳ ଥରେ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ସହିତ ଚାଷୀ ନେତାମାନେ ପ୍ରାୟ ୧୧ ଥର ଆଲୋଚନା କରିଥିଲେ । ଏହା ପରେ ମଧ୍ୟ କୌଣସି ଖାସ୍‌ ରାସ୍ତା ବାହାରିପାରିନଥିଲା । ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରସ୍ତାବ ଉପସ୍ଥାପିତ ହୋଇଥିଲେ ସୁଦ୍ଧା ଚାଷୀ ନେତାମାନେ ରୋକେwାକ୍‌ ମନା କରିଦେଇଥିଲେ ।ସରକାରଙ୍କ ପକ୍ଷରୁ ପ୍ରାୟ ଦେଢ ବର୍ଷ ପାଇଁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲେ କି;ୁ ଏହାକୁ ମଧ୍ୟ ଖାରଜ କରିଦେଇଥିଲେ ଚାଷୀନେତା । ଏହା ପରେ ଡିସେମ୍ବର ୮ ତାରିଖରେ ୩ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିଲେ ଚାଷୀ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସାମରେ ୯୨ଟି ଆସନରେ ଲଢିବ ବିଜେପି

ଆସାମରେ ୯୨ଟି ଆସନରେ ଲଢିବ ବିଜେପି

Read More...

୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମ୍‌ସି

୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମ୍‌ସି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page