୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମ୍‌ସି

March 05, 2021, ଦେଶ, , Anupambharat News Bureau


୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମ୍‌ସି
Anupambharat News Bureau
March 05, 2021

କୋଲକାତା: ତୃଣମୂଳ କଂଗ୍ରେସ ୨୯୪ ବିଧାନସଭା ଆସନରୁ ୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଯେଉଁଥିରେ ୪୨ ମୁସଲମାନ ପ୍ରାର୍ଥୀ, ଏସସି ୭୯ ଏବଂ ଏସଟି ଶ୍ରେଣୀର ୧୭ ପ୍ରାର୍ଥୀ ରହିଛନ୍ତି । ବାକି ତିନି ଆସନ କାଲିପାଙ୍ଗ, ଦାର୍ଜିଲିଂ ଏବଂ କାର୍ସିୟାଙ୍ଗ ଆସନ ପାଇଁ ନାଁ ଘୋଷଣା କରି ନାହାନ୍ତି ଟିଏମସି ସୁପ୍ରିମୋ । ତେବେ ପୂର୍ବତନ ମନ୍ତ୍ରୀ ଅମିତ ମିତ୍ରା ଏବଂ ମନ୍ତ୍ରୀ ପୁର୍ଣ୍ଣେନ୍ଦୁ ବସୁ ନିର୍ବାଚନ ଲଢ଼ିବେ ନାହିଁ ।
ବିଧାନସଭା ପରିଷଦ ଗଠନ ହେବ । ବିଧାନସଭା ପରିଷଦରେ ଏହି ଦୁଇ ନେତାଙ୍କୁ ଥଇଥାନ କରାଯିବ ବୋଲି ମମତା କହିଛନ୍ତି । ମୋଟ୍‌ ୧୮ଟି ବିଧାୟକଙ୍କ ଟିକେଟ୍‌ କାଟିଛନ୍ତି ଦିଦି । ତେବେ ମମତା ନିଜ ପୂର୍ବ ଘୋଷଣା ଅନୁଯାୟୀ ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରାର୍ଥୀ ହେବେ । ତାଙ୍କର ଏବେର ଆସନ ଭବାନୀପୁରରୁ ଚଳିତଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି । ଏହି ଆସନରୁ ଶୋଭନ ଚୋଟ୍ଟୋପାଧ୍ୟାୟ ପ୍ରାର୍ଥୀ ହୋଇଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀ ତାଲିକା ଘୋଷଣା କରିଛି ତୃଣମୂଳ କଂଗ୍ରେସ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି । ମୋଟ ୨୯୧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି ଟିଏମ୍‌ସି ।
ଏହା ସହିତ ସହଯୋଗୀ ଦଳଙ୍କ ପାଇଁ ମଧ୍ୟ ୩ଟି ସିଟ୍‌ ଛାଡିଛନ୍ତି ମମତା ବାନର୍ଜୀ । ପ୍ରେସ୍‌ କନଫରେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ମମତା ବାନାର୍ଜୀ । ଏହା ସହିତ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୋଦିଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଦିଦି । ବିଧାନସଭା ନିର୍ବାଚନ ପାଇଁ ୨୦ଟି ସ୍ଥାନରେ ରାଲି କରିବାକୁ ଯୋଜନା କରିଛି ବିଜେପି । ତେବେ ଏହାକୁ ଟାର୍ଗେଟ୍‌ କରି ଦିଦି କହିଛନ୍ତି, ‘୨୦ ରାଲି ଛାଡି ୧୨୦ ରାଲି କଲେ ମଧ୍ୟ, ନିର୍ବାଚନରେ ଶେଷ ଯାଏଁ ଲଢେଇ ଜାରି ରଖିବୁଛ ନିର୍ବାଚନ ଜିତିବା ପାଇଁ ପ୍ରବଳ ଟଙ୍କା ଖର୍ଚ୍ଚ କରୁଛି ବିଜେପି । ’ ଚଳିତ ଥର ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି । ପ୍ରତିଥର ସେ ଭବାନୀପୁରରୁ ନିର୍ବାଚନ ଲଢିଆସୁଥିଲେ । କି;ୁ ଏଥର ସେ କେବଳ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, କିଛି ଦିନ ତଳେ ଟିଏମ୍ସିରୁ ଯାଇ ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ, ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହେବାକୁ ଚ୍ୟାଲେଞ୍ଜ୍‌ କରିଥିଲେ । ତେବେ ଶୁଭେନ୍ଦୁଙ୍କ ଏହି ଚ୍ୟାଲେଞ୍ଜଙ୍କୁ ଗ୍ରହଣ କରିଛନ୍ତି ଦିଦି । ନିଜେ ନନ୍ଦିଗ୍ରାମ ଆସନରୁ ଲଢିବା ନେଇ ଘୋଷଣା କରିଛନ୍ତି ମମତା ବାନାର୍ଜୀ । ମୋଟ ୨୯୪ ଆସନ ମଧ୍ୟରୁ ୨୯୧ ପ୍ରାର୍ଥୀଙ୍କ ତାଲିକା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନର୍ଜୀ । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ୫୦ ଜଣ ମହିଳାଙ୍କୁ ସ୍ଥାନ ଦିଆଯାଇଛି । ମୁସଲିମ୍‌ ପ୍ରାର୍ଥୀଙ୍କୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ଟିଏମ୍ସି ସୁପ୍ରିମୋ । ମୋଟ ୨୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୪୨ ଜଣ ମୁସିଲିମ୍‌ଙ୍କ ନାଁ ଘୋଷଣା କରାଯାଇଛି । ଏହା ସହିତ ୭୯ ଏସ୍‌ସିପ୍ରାର୍ଥୀ ଏବଂ ୧୭ ଏସ୍‌ଟି ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିଛି ।
କେବଳ ସେତିକି ନୁହେଁ ଚଳିତ ଥର ଗାୟକ, କ୍ରିକେଟର, ଅଭିନେତାଙ୍କୁ ମଧ୍ୟ ନିର୍ବାଚନ ମୈଦାନକୁ ଆଣିଛି ଦଳ । କ୍ରିକେଟର ମନୋଜ ତିୱାରୀଙ୍କୁ ଶିବପୁର ଆସନରୁ ଲଢିବାକୁ ଘୋଷଣା କରାଯାଇଛି । ସେହିପରି ଅଭିନେତ୍ରୀ କାଞ୍ଚନ ମଲିକଙ୍କୁ ଉତ୍ତରପଡା ଆସନରୁ ପ୍ରାର୍ଥୀ କରାଯାଇଛି । ମମତା ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ବେଳେ ମନ୍ତ୍ରୀ ଫିରହାଦ ହାକିମ, ମନ୍ତ୍ରୀ ପାର୍ଥ ଚାଟାର୍ଜି, ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ପ୍ରମୁଖ ନେତା ଉପସ୍ଥିତ ଥିଲେ । ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ମମତା ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଥିଲେ । ଚଳିତଥର କି;ୁ ମମତା ବିଳମ୍‌ୱରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ଏକାକୀ ନିର୍ବାଚନ ଲଢ଼ୁଛି । ୨୦୧୧ରେ ମମତା ବାମପନ୍ଥୀ ଦଳକୁ ହଟାଇ କ୍ଷମତାରେ ରହିଛନ୍ତି । ଏବେ ମମତା ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଟିଏମସିର ଚେହେରା ହୋଇଛନ୍ତି । ତେବେ ଚଳିତଥର ବିଜେପି ସହିତ ଟିଏମସିର ହାଇଭୋଲଟେଜ ମୁକାବିଲା ହେବାକୁ ଯାଉଛି । ଆଜି ମଧ୍ୟ ବିଜେପି ୬୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିପାରେଛ ନନ୍ଦିଗ୍ରାମରୁ ମମତାଙ୍କ ପୂର୍ବତନ ସହଯୋଗୀ ତଥା ଏବେର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଲଢ଼ିବେ ବୋଲି ସମ୍ଭାବନା ରହିଛି । ଶୁଭେନ୍ଦୁ ହେଉଛନ୍ତି ନନ୍ଦିଗ୍ରାମର ପୂର୍ବତନ ବିଧାୟକ । ବିଜେପିକୁ ଆସିବାରୁ ସେ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି । ମମତା ଏହି ଆସନରୁ ନିର୍ବାଚନ ଲଢ଼ିଲେ ୫୦ ହଜାରରୁ ଅଧିକ ଭୋଟରେ ମମତା ପରାସ୍ତ ହେବେ ବୋଲି ର୍ନିବାଚନୀ ରାଲିରେ କହିଥିଲେ ଶୁଭେନ୍ଦୁ ଅଧିକାରୀ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାଷୀ ଆନ୍ଦୋନଳକୁ ୧୦୦ ଦିନ

ଚାଷୀ ଆନ୍ଦୋନଳକୁ ୧୦୦ ଦିନ

Read More...

ପୁଣି ଅଶ୍ୱିନ-ଅକ୍ଷର ମ୍ୟାଜିକ୍‌ : ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୫ରେ ଅଲ୍‌ଆଉଟ୍‌, ଭାରତ ୨୪/୧

ପୁଣି ଅଶ୍ୱିନ-ଅକ୍ଷର ମ୍ୟାଜିକ୍‌ : ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୫ରେ ଅଲ୍‌ଆଉଟ୍‌, ଭାରତ ୨୪/୧

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page