ଜାଲ୍‌ କରି ଟିକା ନେଲେ କାର୍ଯ୍ୟାନୁଷ୍ଠାନ

March 04, 2021, ଓଡ଼ିଶା, , Anupambharat News Bureau


ଜାଲ୍‌ କରି ଟିକା ନେଲେ କାର୍ଯ୍ୟାନୁଷ୍ଠାନ
Anupambharat News Bureau
March 04, 2021


ଭୁବନେଶ୍ୱର, ୪ା୩(ଅନୁପମ ମିଡ଼ିଆ): ଜାଲ୍‌ ସାର୍ଟିଫିକେଟ ଦେଇ ଟିକା ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଜଟିଳ ରୋଗ ଥିବା ୪୫ ବର୍ଷରୁ ଅଧିକ ଓ ୬୦ବର୍ଷରୁ କମ୍‌ ବ୍ୟକ୍ତିଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଟିକା ଦିଆଯାଉଛି । ତାଲିକାରେ ଥିବା ରୋଗ ସମ୍ପର୍କରେ ସ୍ୱୀକୃତିପ୍ରାପ୍ତ ଡାକ୍ତରଙ୍କଠାରୁ ପ୍ରମାଣ ଦେବା ବାଧ୍ୟତାମୂଳକ କରାଯାଇଛି । ତେଣୁ ସ୍ୱୀକୃତିପ୍ରାପ୍ତ ଡାକ୍ତରଙ୍କ ପ୍ରମାଣପତ୍ରକୁ ଜାଲ୍‌ କରି ଟିକା ନେବାକୁ ପ୍ରୟାସ କରି ଧରାପଡ଼ିଲେ କଡ଼ା ପରିଣାମ ଭୋଗିବାକୁ ହେବ । ଅପରପକ୍ଷରେ ରାଜ୍ୟରେ ୨୪ ଘଣ୍ଟିଆ ଟିକାକରଣ ପାଇଁ ସରକାର ପ୍ରସ୍ତୁତି କରୁଛନ୍ତି । ଏଣିକି ଦିନର ଯେକୌଣସି ସମୟରେ କରୋନା ଟିକା ନେଇ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ପୌର ନିର୍ବାଚନ ଖୁବ୍‌ ଶୀଘ୍ର

ରାଜ୍ୟରେ ପୌର ନିର୍ବାଚନ ଖୁବ୍‌ ଶୀଘ୍ର

Read More...

ପୁଣି ବଢିଲା ବସ୍‌ ଭଡ଼ା

ପୁଣି ବଢିଲା ବସ୍‌ ଭଡ଼ା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page