ପୁଣି ବଢିଲା ବସ୍‌ ଭଡ଼ା

March 04, 2021, ଓଡ଼ିଶା, , Anupambharat News Bureau


ପୁଣି ବଢିଲା ବସ୍‌ ଭଡ଼ା
Anupambharat News Bureau
March 04, 2021


ଭୁବନେଶ୍ୱର, ୪ା୩(ଅନୁପମ ମିଡ଼ିଆ): ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ପୁଣି ବସ ଭଡ଼ା ବଢ଼ିଛି । ଗତ ୨୬ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବସ୍‌ ଭଡ଼ା ବଢ଼ିଛି । ବର୍ଦ୍ଧିତ ଦର ଅନୁଯାୟୀ ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିମି ପିଛା ୫ ପଇସା ବଢ଼ିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ୍‌ ବସ୍‌ ଭଡ଼ା କିଲୋମିଟର ପିଛା ୧୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ବର୍ଦ୍ଧିତ ଭଡ଼ା ଲାଗୁ ହେବା ପରେ ପୂର୍ବରୁ ଅର୍ଡିନାରୀ ବସ ଭଡ଼ା ୮୦ ପଇସା ଥିବା ବେଳେ ବର୍ତ୍ତମାନ ତାହା ୮୫ ପଇସାକୁ ବଢିଛି । ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା ଥିଲା ୮୪ ପଇସାରୁ ୮୯ ପଇସାକୁ , ଡିଲକ୍ସ ବସ୍‌ ଭଡ଼ା ୧ ଟଙ୍କା ୧୧ ପଇସାରୁ ୧ ଟଙ୍କା ୨୧ ପଇସା ଓ ଏସି ଡିଲକ୍ସ ବସ୍‌ ଭଡା ୧ ଟଙ୍କା ୩୯ ପଇସାରୁ ୧ ଟଙ୍କା ୪୯ ପଇସାକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ସୁପର ପ୍ରିମିୟର ଭଡା ୨ ଟଙ୍କା ୧୭ ପଇସାରୁ ୨ ଟଙ୍କା ୩୨ ପଇସା ହୋଇଛି । ଏହା ପୂର୍ବରୁ ଗତ ୮ ଫେବୃୟାରୀରେ ବସ୍‌ ଭଡ଼ା ବଢିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାଲ୍‌ କରି ଟିକା ନେଲେ କାର୍ଯ୍ୟାନୁଷ୍ଠାନ

ଜାଲ୍‌ କରି ଟିକା ନେଲେ କାର୍ଯ୍ୟାନୁଷ୍ଠାନ

Read More...

ଦୟନୀୟ ପରିସ୍ଥିତିରେ ପରଭେଜ୍‌ ମୁଶାରଫ

ଦୟନୀୟ ପରିସ୍ଥିତିରେ ପରଭେଜ୍‌ ମୁଶାରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page