କେନାଲକୁ ଖସିଲା ବସ୍‌, ୪୭ ମୃତ

February 16, 2021, ଦେଶ, , Anupambharat News Bureau


କେନାଲକୁ ଖସିଲା ବସ୍‌, ୪୭ ମୃତ
Anupambharat News Bureau
February 16, 2021


ନୂଆଦିଲ୍ଲୀ,୧୬ା୨: ମଧ୍ୟପ୍ରଦେଶର ସମଗ୍ର ରାଜ୍ୟରେ ମଙ୍ଗଳବାର ସକାଳୁ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛି । ପ୍ରତ୍ୟେକ ନଗରୀ ଓ ସହରରେ କେବଳ ଏହି ଦୁଃଖଦ ଦୁର୍ଘଟଣାକୁ ନେଇ ଆଲୋଚନା । ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଏକ ବସ୍‌ ହଠାତ୍‌ ରାସ୍ତାକଡ଼ର ଗଭୀର କେନାଲ ମଧ୍ୟକୁ ଓଲଟି ପଡ଼ିବା ଫଳରେ ୨୦ ଜଣ ମହିଳାଙ୍କ ସମେତ ସମୁଦାୟ ୪୭ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତୁ୍ୟ ଘଟିଛି । ରେୱା ଡିଭିଜିନରେ ଏହି ଦୁର୍ଘଟଣା ଘଟିଛି । ସିଦ୍ଧି ଜିଲ୍ଲା ସଦର ମହକୁମାଠାରୁ ୮୦ କିଲୋମିଟର ଦୂର ପାଟନା ଗ୍ରାମ ନିକଟରେ ଆଜି ସକାଳ ୮.୩୦ ମିନିଟ୍‌ ସମୟରେ ବନ୍‌ସାଗର କେନାଲ ମଧ୍ୟକୁ ଯାତ୍ରୀବାହୀ ବସ୍‌ଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ତେବେ ତୁରନ୍ତ ମାଛ ଜାଲ ପକାଇ ଲୋକମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ । ୨୪ ଜଣ ପୁରୁଷ, ୨୦ ଜଣ ମହିଳା ଓ ଜଣେ ଶିଶୁଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେଠାରେ ୭ ଜଣ ବ୍ୟକ୍ତି ପହଁରି ପହଁରି ନିଜ ଜୀବନକୁ ରକ୍ଷା କରିପାରିଛନ୍ତି । ଘଟଣା ସମଗ୍ର ଦେଶରେ ପ୍ରଚାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଆତ୍ମୀୟଙ୍କୁ ସହାୟତା ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଛନ୍ତି । ସିଦ୍ଧିର ବସ୍‌ ଦୁର୍ଘଟଣା ଅତ୍ୟନ୍ତ ହୃଦୟବିଦାରକ ବୋଲି ସେ କହିଛନ୍ତି । ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିବା ଜଣାଯାଇଛି । ଗୁରୁତର ଆହତଙ୍କ ଉଦ୍ଦେଶ୍ୟରେ ମଧ୍ୟ ୫୦ ହଜାର ଟଙ୍କା ଲେଖାଁଏ ସହାୟତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଇଟ୍‌ କରି ସୂଚନା ଦିଆଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ସିଦ୍ଧି ବସ୍‌ ଦୁର୍ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହି ଶୋକ ପ୍ରକାଶ କରିଛନ୍ତି । ଅମିତ ଶାହା ଏହା ମଧ୍ୟ କହିଛନ୍ତି ଯେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ଙ୍କ ସହିତ ସେ ଯୋଗାଯୋଗ କରିଛନ୍ତି । କେନ୍ଦ୍ର ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ ବନ୍‌ସାଗର ଡ୍ୟାମ୍‌ର ଜଳସ୍ରୋତକୁ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଉଦ୍ଧାର କାର୍ଯ୍ୟ ସହଜସାଧ୍ୟ ହେବ ବୋଲି କହିଛନ୍ତି । ଏସ୍‌ଡିଆର୍‌ଏଫ୍‌
ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଚୌହାନ୍‌ ସୂଚନା ଦେଇଛନ୍ତି । ଏହା ମଧ୍ୟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ବସ୍‌ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ଆତ୍ମୀୟଙ୍କ ଉଦ୍ଦେଶ୍ୟରେ ୫ ଲକ୍ଷ ଲେଖାଁଏ ପ୍ରଦାନ କରାଯିବ । ଘଟଣା ସ୍ଥଳରେ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛି । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବସ୍‌ଟି ସକାଳ ସମୟରେ ସମ୍ପୂର୍ଣ୍ଣ କେନାଲ୍‌ ଭିତରକୁ ବୁଡ଼ିଯାଇଥିଲା । ତେବେ ଜଳସ୍ରୋତକୁ ବନ୍ଦ କରାଯିବା ପରେ ହିଁ ବସ୍‌ଟି ଦେଖାଯାଇଥିଲା ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ ଇତିହାସରେ ପ୍ରଥମ ଫାଶୀ ଖୁଣ୍ଟରେ ଝୁଲିବେ ମହିଳା

ଭାରତ ଇତିହାସରେ ପ୍ରଥମ ଫାଶୀ ଖୁଣ୍ଟରେ ଝୁଲିବେ ମହିଳା

Read More...

ଦୁଷ୍କର୍ମ ମାମଲାରେ ଅଧ୍ୟକ୍ଷଙ୍କୁ ଫାଶୀ ଦଣ୍ଡ ଶୁଣାଣି

ଦୁଷ୍କର୍ମ ମାମଲାରେ ଅଧ୍ୟକ୍ଷଙ୍କୁ ଫାଶୀ ଦଣ୍ଡ ଶୁଣାଣି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page