ହିଂସାତ୍ମକ ରାଜନୀତି ଆଡକୁ ମୁହାଁଉଛି ଓଡ଼ିଶା !

February 08, 2021, ଓଡ଼ିଶା, , Anupambharat News Bureau


ହିଂସାତ୍ମକ ରାଜନୀତି ଆଡକୁ ମୁହାଁଉଛି ଓଡ଼ିଶା !
Anupambharat News Bureau
February 08, 2021


ଭୁବନେଶ୍ୱର, ୯ା୨ (ସ୍ୱତନ୍ତ୍ର ପ୍ରତିନିଧି): ପଡୋଶୀ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ଖୁବ୍‌ ସରଗରମ । କ୍ଷମତାସୀନ ତୃଣମୂଳ କଂଗ୍ରେସ ଓ କ୍ଷମତା ଦଖଲ ଆଶାୟୀ ବିଜେପି ମଧ୍ୟରେ ଛକାପrା ଚରମ ସ୍ଥିତିରେ । ଦିଦିଙ୍କ ଦବଙ୍ଗଗିରି ଚାଲିଛି ବୋଲି ବିଜେପି କହୁଥିବା ବେଳେ ଅମିତ ଶାହଙ୍କୁ ଟାର୍ଗେଟ୍‌ କରି ବିଜେପି ଭଡ଼ାଟିଆ ଗୁଣ୍ଡାଙ୍କୁ ଲଗାଇ ଲୋକଙ୍କୁ ଡରାଇ କ୍ଷମତାଦଖଲ ସ୍ୱପ୍ନ ଦେଖୁଛି ବୋଲି ମମତା ବାନାର୍ଜୀ କଟାକ୍ଷ କରୁଛନ୍ତି । ତେବେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ନୂଆ କଥା ନୁହେଁ । ଅତୀତରେ ସିପିଏମ୍‌ ଓ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ଘଟି ଅନେକ ଜୀବନ ଯାଇଛି ।
ପଡ଼ୋଶୀ ପଶ୍ଚିମବଙ୍ଗ କଥା ଛାଡ଼ନ୍ତ, ଆମ ଓଡ଼ିଶାରେ ମଧ୍ୟ ରାଜନୈତିକ ବିବାଦକୁ ନେଇ ରକ୍ତମୁଖା ସଂଘର୍ଷ ଘଟିବାର ଧାରା ଧୀରେ ଧୀରେ ବଢିବାରେ ଲାଗିଛି । ଏପରିକି ଏଭଳି ସ୍ଥିତି କୁଆଡ଼େ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦର୍ଶାଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୋଲିସ୍‌ ଡିଜିଙ୍କ ନିକଟକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି । ସାଂସଦ ଅପରାଜିତା ତାଙ୍କ ଚିଠିରେ ଉଲ୍ଳେଖ କରିଛନ୍ତି ଯେ, ଗତ କେତେ ମାସ ମଧ୍ୟରେ ରାଜ୍ୟରେ ବିଜେପିର ୧୭ ଜଣ ଛାମୁଆ ନେତାଙ୍କୁ ହତ୍ୟା କରାଯାଇଛି । ମାହାଙ୍ଗା ନୃତଙ୍ଗ ଡବଲ୍‌ ମର୍ଡର୍‌ (ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ), ଖୋର୍ଦ୍ଧା ମଙ୍ଗୁଳି ଜେନା ହତ୍ୟାକାଣ୍ଡ ସମେତ ବିଭିନ୍ନ ମାମଲାରେ ପୋଲିସ୍‌ ତଦନ୍ତରେ ଢିଲା କରିବା ସହ ଚାର୍ଜସିଟ୍‌ ଦାଖଲ କରିବାରେ ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗ କରିଛନ୍ତି ଅପରାଜିତା । ଏପରିକି ଜାତୀୟ କ୍ରାଇମ୍‌ ରେକର୍ଡ ବୁ୍ୟରୋ ତଥ୍ୟ ଅନୁଯାୟୀ ରାଜ୍ୟରେ ଅପରାଧ ତୁଳନାରେ ଅପରାଧୀଙ୍କୁ ଦଣ୍ଡବିଧାନ ହାର ନୈରାଶ୍ୟଜନକ ଥିବା ମଧ୍ୟ ଅପରାଜିତା ଏଥିରେ ଦର୍ଶାଇଛନ୍ତି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପ୍ରମୁଖ ନେତା ଗୋଲକ ମହାପାତ୍ର ମଧ୍ୟ ବିଜେଡି ସରକାରକୁ ପ୍ରେସ୍‌ମିଟ୍‌ରେ ଟାର୍ଗେଟ୍‌ କରିଛନ୍ତି ।
ବିଜେପିର ଏଭଳି ଅଭିଯୋଗ ସମ୍ପୂର୍ଣ୍ଣର୍ କପୋଳକଳ୍ପିତ ଓ ଶସ୍ତା ରାଜନୀତିର ଉଦାହରଣ ବୋଲି କ୍ଷମତାସୀନ ବିଜେଡି କହିଛି । ପୋଲିସ୍‌ ଡିଜିଙ୍କୁ ଅପରାଜିତାଙ୍କ ଚିଠି ଲେଖାର କଡ଼ା ସମାଲୋଚନା କରି ବିଜେଡିର ଯୁବନେତା ଚିନ୍ମୟ ସାହୁ କହିଛନ୍ତି ଯେ, ଏହା ହେଉଛି ଚାଲୁଣୀ ଛୁଞ୍ଚିକୁ କହିବା ଭଳି । ଜାତୀୟ କ୍ରାଇମ୍‌ ରେକର୍ଡ ବୁ୍ୟରୋ ତଥ୍ୟରେ ଓଡ଼ିଶାରେ ରାଜନୈତିକ ହତ୍ୟାକାଣ୍ଡ ନେଇ କୌଣସି ଉଲ୍ଳେଖ ନାହିଁ । ପଶ୍ଚିମବଙ୍ଗରେ ମମତାଙ୍କୁ ହଟାଇ କଳେ ବଳେ କୌଶଳେ କ୍ଷମତା ଦଖଲ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ବିଜେପିର କର୍ମୀମାନେ ହିଂସାର ଆଶ୍ରୟ ନେଉଛି । ହେଲେ ଓଡ଼ିଶାରେ ଏସବୁ ଚଳିବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୈତିକ ହିଂସାର ସମ୍ପୂର୍ଣ୍ଣର୍ ବିରୋଧୀ ବୋଲି ବିଜେଡି ସଫେଇ ଦେଇ କହିଛି ।
ତେବେ ଓଡ଼ିଶାର ସାଂପ୍ରତିକ ଆଇନଶୃଙ୍ଖଳା ସ୍ଥିତିରୁ ରାଜ୍ୟରେ ରାଜନୈତିକ ଛକାପrା ବଢିଥିବା ଜଣାପଡୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନମାନସରେ ନିଜର ସ୍ୱଚ୍ଛ ଛବିକୁ ବଜାୟ ରଖିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଖୁବ୍‌ ଜନପ୍ରିୟ ରହିଛନ୍ତି । ମୋଟାମୋଟି ଭାବେ ଲୋକପ୍ରିୟତା ଦୃଷ୍ଟିରୁ ବିଜେଡି ଓ ବିଜେପି ଉଣିଶ-ବିଶ୍‌ ସ୍ଥିତିରେ ରହିଛନ୍ତି । ପେଟ୍ରୋଲିୟମ୍‌ ଭଳି ଏକ ଦୁଧିଆଳୀ ବିଭାଗର କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପିର ପୋଷ୍ଟର୍‌ବୟ ଧର୍ମେନ୍ଦ୍ର ପ୍ରଧାନ, ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଟାଣୁଆ ନେତା ପ୍ରତାପ ଷଡ଼ଙ୍ଗୀ ଓ ଭୁବନେଶ୍ୱର ସାଂସଦ ଅପରାଜିତା ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ସହ ବିଜେପି ଯୁବବର୍ଗଙ୍କୁ ସତେଜ ରଖି ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛନ୍ତି ।
ସେପଟେ, ଶାସକ ଦଳ ମଧ୍ୟ ସରକାରୀ କାଇଦାରେ ବିଜୁ ଯୁବ ବାହିନୀ ଭଳି ସଂଗଠନ ଗଢି ଯୁବବର୍ଗଙ୍କୁ ହାତରେ ରଖିବାର କଳକୌଶଳ ଆପଣାଇଛନ୍ତି । ଉଭୟ ଦଳ ମୁହାଁମୁହିଁ ଅବସ୍ଥାରେ ରହିଥିବାରୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ବେଳକୁ ରାଜନୈତିକ ଛକାପrା ଚରମ ସ୍ତରରେ ପହଞ୍ଚିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ସମସ୍ତେ ଜାଣନ୍ତି, ରାଜନୈତିକ ବିବାଦ ହିଂସାତ୍ମକ ରୂପ ନେବାକୁ ଅଧିକ ସମୟ ଲାଗେ ନାହିଁ । ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଚାଲିଥିବା ରକ୍ତମୁଖା ହିଂସାର ଛାଇ ଶାନ୍ତିପ୍ରିୟ ଓଡ଼ିଶାର ରାଜନୈତିକ ପରିବେଶକୁ କଳୁଷିତ କରିବାର ଆଶଙ୍କା ଆଦୌ ଅମୂଳକ ନୁହେଁ । ତେଣୁ ଆଗାମୀ ଦିନରେ ଓଡ଼ିଶାକୁ ରାଜନୈତିକ ହିଂସାରୁ ଦୂରେଇ ରହିବା ସରକାରୀ ଦଳ, ପ୍ରମୁଖ ବିରୋଧୀ ଦଳ, ରାଜ୍ୟ ପ୍ରଶାସନ ଓ ପୋଲିସ୍‌ବାହିନୀ ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ୍‌ ଭାବରେ ଦେଖା ଦେବ ଏଥିରେ ସନ୍ଦେହ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଗତିକୁ କେହି ରୋକି ପାରିବେନି:ମୁଖ୍ୟମନ୍ତ୍ରୀ

ପ୍ରଗତିକୁ କେହି ରୋକି ପାରିବେନି:ମୁଖ୍ୟମନ୍ତ୍ରୀ

Read More...

ମଇ ୩ରୁ ମାଟ୍ରିକ ପରୀକ୍ଷା

ମଇ ୩ରୁ ମାଟ୍ରିକ ପରୀକ୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page