ମଇ ୩ରୁ ମାଟ୍ରିକ ପରୀକ୍ଷା

February 08, 2021, ଓଡ଼ିଶା, , Anupambharat News Bureau


ମଇ ୩ରୁ ମାଟ୍ରିକ ପରୀକ୍ଷା
Anupambharat News Bureau
February 08, 2021


କଟକ, ୮ା୨(ଅନୁପମ ମିଡ଼ିଆ): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୧ ମାଟ୍ରିକ ପରୀକ୍ଷା ମଇ ୩ରୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହାଇସ୍କୁଲ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ସଂସ୍କୃତ ମଧ୍ୟମା ଓ ରାଜ୍ୟ ଓପନ ସ୍କୁଲ ପରୀକ୍ଷା ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମାତ୍ର ଗଣିତ ପରୀକ୍ଷା ଦିନ ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ ଅଧିକ ସମୟ ଦିଆଯିବ । ଚଳିତବର୍ଷ ପରୀକ୍ଷାର୍ଥୀମାନଙ୍କ ପାଇଁ ଏ, ବି, ସି, ଏବଂ ଡି ଭଳି ଚାରିଟି ସେଟରେ ପରୀକ୍ଷା ଦେବାକୁ ପଡିବ । ଚଳିତ ବର୍ଷ ଓଏମଆର ସିଟ୍‌ ପ୍ରଚଳନ କରାଯାଇଛି । ଅବଜେକଫିଭ ୫୦ ନମ୍ବର ଏବଂ ସବଜେକଫିଭରେ ୩୦ ନମ୍ବର ପାଇଁ ପରୀକ୍ଷା କରାଯିବ । କେବଳ ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ସମାନ ପ୍ରଶ୍ନପତ୍ର ରହିବ । ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନରେ ରେଗୁଲାର ପରୀକ୍ଷାର୍ଥୀ ନୂତନ ସିଲାବସ୍‌ ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପୁରାତନ ସିଲାବସ୍‌ ଅନୁଯାୟୀ ପରୀକ୍ଷା ଦେବେ । ବୋର୍ଡ ପକ୍ଷରୁ ଦିଆଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ମଇ ୩ ତାରିଖରେ ପ୍ରଥମ ଭାଷା(ଓଡିଆ, ବଙ୍ଗଳା, ହିନ୍ଦି, ଊର୍ଦ୍ଦୁ, ତେଲଗୁ) ଏବଂ ଅଲଟରନେଟିଭ ଇଂରାଜୀ, ୫ ତାରିଖରେ ଦ୍ୱିତୀୟ ଭାଷା(ଇଂରାଜୀ, ହିନ୍ଦି), କେବଳ ମୂକ ବଧିର ପରୀକ୍ଷାର୍ଥୀଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା ଶିକ୍ଷା, ୭ରେ ତୃତୀୟ ଭାଷା(ହିନ୍ଦିି, ଓଡିଆ, ପାର୍ସୀ), କେବଳ ମୂକ ବଧିରଙ୍କ ପାଇଁ ଟିଏଲଭି ଓ ଭୋକେସନାଲ ପରୀକ୍ଷାର୍ଥୀଙ୍କ ଆଇଟି, ଟିଟି, ଆରଟି , ଟିଏଚ, ଏଜି, ଏମଏସ, ପିଏଲ, ବିଡବ୍ଲୁ୍ୟ, ବିଏଫ, ଏଚସି ଏବଂ ଇଏଚ ଥିଓରି ପରୀକ୍ଷା, ୮ ତାରିଖରେ ତୃତୀୟ ଭାଷା ସଂସ୍କୃତ, ୧୦ରେ ଗଣିତ, ୧୨ ରେ ସାଧାରଣ ବିଜ୍ଞାନ, ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ମଇ ୯ ତାରିଖରେ ତୃତୀୟ ଭାଷା ଭିଜୁଆଲ ଆର୍ଟର ପ୍ରାକଫିକାଲ ପରୀକ୍ଷା ୮ଟାରୁ ୧୦ଟା ପର୍ଯ୍ୟନ୍ତ
ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନଙ୍କୁ
୭ଟା ୪୫ମିନିଟରେ ଉଭୟ ଅବଜେକଫିଭ ଓ ସବଜେକଫିଭ ପ୍ରଶ୍ନପତ୍ର ପ୍ରଦାନ କରାଯିବ । ଅବଜେକଫିଭ ପରୀକ୍ଷା ୮ଟାରୁ ୯ଟା ପର୍ଯ୍ୟନ୍ତ ଏବଂ ଗଣିତରେ ୮ଟା ରୁ ୯ଟା ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିଂସାତ୍ମକ ରାଜନୀତି ଆଡକୁ ମୁହାଁଉଛି ଓଡ଼ିଶା !

ହିଂସାତ୍ମକ ରାଜନୀତି ଆଡକୁ ମୁହାଁଉଛି ଓଡ଼ିଶା !

Read More...

ନବମ ଓ ଏକାଦଶ ପାଠପଢ଼ା ଆରମ୍ଭ

ନବମ ଓ ଏକାଦଶ ପାଠପଢ଼ା ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page