ଆଜିଠୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢା

February 07, 2021, ଓଡ଼ିଶା, , Anupambharat News Bureau


ଆଜିଠୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢା
Anupambharat News Bureau
February 07, 2021


ଭୁବନେଶ୍ୱର, ୭ା୨(ଅନୁପମ ମିଡ଼ିଆ): ଆସନ୍ତାକାଲି (ସୋମବାର)ଠାରୁ ନବମ ଓ ଏକାଦଶ ଶ୍ରେଣୀର ପିଲା ସ୍କୁଲ ଯିବେ । କୋଭିଡ୍‌ କଟକଣା ଭିତରେ ପିଲାମାନେ ସ୍କୁଲ ଆସି ପାଠ ପଢିବେ । ୯ମ ଏବଂ ୧୧ଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠପଢା ଏପ୍ରିଲ୍‌ ୩୦ ତାରିଖ ପର୍ଯ୍ୟନ୍ତ କ୍ଲାସ୍‌ ଚାଲିବ । ପୂର୍ବରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇସାରିଥିବା ବେଳେ ଗତ ୧ ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁଯାୟୀ ୯ମ ଏବଂ ୧୧ଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠପଢା ସୋମବାର ଠାରୁ ଶନିବାର ସକାଳ ସାଢ଼େ ୮ରୁ ସାଢ଼େ ୧୦ ପର୍ଯ୍ୟନ୍ତ ହେବ ଏବଂ ରବିବାର ବନ୍ଦ ରହିବ । ତେବେ ସ୍ଥାନୀୟ ପାଣିପାଗକୁ ଦୃଷ୍ଟିରେ ରଖି ସମୟ ପରିବର୍ତ୍ତନ କରାଯାଇପାରିବ । ଆସନ୍ତା ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନବମ ଓ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ଏକ ୟୁନିଟ ଟେଷ୍ଟ ହେବ ଏବଂ ବାର୍ଷିକ ପରୀକ୍ଷା ୨୦୨୧ ଏପ୍ରିଲ ଶେଷ ସପ୍ତାହରେ ହେବ ।ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ସିଫଫରେ ଆସୁଥିବା ଶିକ୍ଷକମାନେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ପଢ଼ାଇବା ପରେ ଅପରାହ୍ନ ୧ଟା ୩୦ରେ ଘରକୁ ଫେରିଯିବେ । କି;ୁ ଦ୍ୱିତୀୟ ସିଫଫରେ ସ୍କୁଲ ଆସୁଥିବା ଶିକ୍ଷକମାନେ ୪ଟା ପର୍ଯ୍ୟନ୍ତ ସ୍କୁଲରେ ରହିବେ । ତେବେ ପାଠପଢା ସମୟରେ ପିଲାମାନଙ୍କୁ କୋଭିଡ୍‌ ଗାଇଡଲାଇନ୍‌ ପାଳନ କରିବାକୁ ପଡ଼ିବ । ଶ୍ରେଣୀଗୃହରେ ପିଲାମାନେ ସାମାଜିକ ଦୂରତା ପାଳନ କରି ବସିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପ୍ରକାଶଥାଉକି କରୋନା ମହାମାରୀ ରାଜ୍ୟରେ ତାଣ୍ଡବ ଆରମ୍ଭ କରିବା ପରବର୍ତ୍ତୀ ସ୍କୁଲକୁ ବନ୍ଦ କରି ଦିଆଯାଇଥିଲା । ଦୀର୍ଘ ନ’ମାସ ଧରି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପରେ ଚଳିତ ଫେବୃୟାରୀରେ ପ୍ରଥମେ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଠ ପଢ଼ା ଆରମ୍ଭ କରାଯାଇଥିଲା । ଏହାପରେ ଆସନ୍ତାକାଲିଠାରୁ ନବମ ଏବଂ ଏକାଦଶ ପିଲାଙ୍କ ପାଠ ପଢ଼ା ଆରମ୍ଭ ହେବ । ଏଥିସହିତ ଚଳିତ ବର୍ଷ ସରକାର ସିଲାବସ୍‌କୁ ୩୦ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି । ପାଠ ପଢ଼ାରେ ଯେଭଳି ବ୍ୟାହତ ନହେବ ସେଥି ସକାଶେ ମଧ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ।
ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ଆରମ୍ଭ ଯୋଜନା ରହିଥିବା ନିକଟରେ ବିଭାଗୀୟ ମନ୍ତ୍ରୀ ପ୍ରକାଶ କରିଥିଲେ । ଗତ କିଛି ଦିନ ପୂର୍ବେ ସରକାର ଅଙ୍ଗନୱାଡ଼ି ମଧ୍ୟ ଖୋଲିଛନ୍ତି । ଅନ୍ୟପକ୍ଷେ ରାଜ୍ୟରେ ଗୋଟିଏ ଦିନରେ ୭୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୬୨୦ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୭୨ ଜଣଙ୍କ ମଧ୍ୟରୁ ୪୩ ଜଣ ସଂଗରୋଧରୁ ହୋଇଥିବା ବେଳେ ୨୯ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
- ଅଭିଯୁକ୍ତ ସୁଖଦେବ ସିଂହ ଗିରଫ

- ଅଭିଯୁକ୍ତ ସୁଖଦେବ ସିଂହ ଗିରଫ

Read More...

ଉତ୍ତରାଖଣ୍ଡରେ ଭୟଙ୍କର ହିମÕଳନ

ଉତ୍ତରାଖଣ୍ଡରେ ଭୟଙ୍କର ହିମÕଳନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page