ଉତ୍ତରାଖଣ୍ଡରେ ଭୟଙ୍କର ହିମÕଳନ

February 07, 2021, ଦେଶ, , Anupambharat News Bureau


ଉତ୍ତରାଖଣ୍ଡରେ ଭୟଙ୍କର ହିମÕଳନ
Anupambharat News Bureau
February 07, 2021


ନୂଆଦିଲ୍ଲୀ,୭ା୨: ଉତ୍ତରାଖଣ୍ଡରେ ରବିବାର ସକାଳେ ଭୟଙ୍କର ହିମÕଳନ ଯୋଗୁ ୧୦ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୧୭୦ରୁ ଊର୍ଦ୍ଧ୍ୱ ନିଖୋଜ ଥିବା ଜଣାପଡ଼ିଛି । ଘଟଣାରେ ନିଖୋଜକଙ୍କ ପତ୍ତା ମିଳିପାରୁ ନଥିବାରୁ ମୃତୁ୍ୟ ସଂଖ୍ୟ୍ରା ୧୫୦ରୁ ଊର୍ଦ୍ଧ୍ୱ ହେବା ଆଶଙ୍କା କରାଯାଉଛି । ଇତିମଧ୍ୟରେ ଏଭଳି ଏକ ଦୁର୍ଭାଗ୍ୟଜନକ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ପ୍ର୍ରତ୍ୟେକ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ରାୱତ୍‌ । ଏହା ବ୍ୟତୀତ ପ୍ରତ୍ୟେକ ମୃତକଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ପାଣ୍ଠିରୁ ମଧ୍ୟ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ରାୱତ୍‌ କହିଛନ୍ତି ।
ଉତ୍ତରରାଖଣ୍ଡର ଚାମଲି ଜିଲ୍ଲା ଜୋସିମାତା ଠାରେ ବଡ଼ ବଡ଼ ବରଫ ପାହାଡରୁ ଅତଡ଼ା ଖସି ଅଳକାନନ୍ଦା ଏବଂ ଧଉଳିଗଙ୍ଗା ନଦୀରେ ଭୟଙ୍କର ବନ୍ୟା ସୃଷ୍ଟି କରିଛି । ଘଟଣାସ୍ଥଳରୁ ଉଦ୍ଧାରକାରୀ ଦଳ ଇତିମଧ୍ୟରେ ୧୬୦ ଲୋକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ପ୍ରାୟତଃ ନ୍ୟାସ୍‌ନାଲ୍‌ ଥର୍ମାଲ ପାୱାର୍‌ କର୍ପୋରେସନ (ଏନ୍‌ଟିପିସି) ଏବଂ ଋଷି ଗଙ୍ଗା ପାୱାର୍‌ ପ୍ଲାଣ୍ଟ୍‌ ସାଇଟ୍‌ରେ କାର୍ଯ୍ୟରତ ଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇ ପାରିଛି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ୍‌ ସୂଚନା ଦେଇଛନ୍ତି । ଏଭଳି ଭୟଙ୍କର ବରଫ ଖଣ୍ଡ ତରଳିବା ଯୋଗୁଁ ଅଳକାନନ୍ଦା ଓ ଧଉଳିଗଙ୍ଗା ନଦୀ ନିକଟସ୍ଥ ଗ୍ରାମାଞ୍ଚଳ ଗୁଡିକ ବନ୍ୟା ଜଳରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ଏନ୍‌ଟିପିସି ପାୱାର୍‌ପ୍ଲାଣ୍ଟ୍‌ ନିକଟସ୍ଥ ଜନବସତି ତଥା ବାସଗୃହ ଗୁଡିକ ବହୁ ସଂଖ୍ୟାରେ ଭୁଶୁୁଡି ପଡିଥିବା ଦେଖିବାକୁ ମିଳିଛି । ଏପରିକି ଏକ ଋଷିଗଙ୍ଗା ନିକଟସ୍ଥ ଏକ କ୍ଷୁଦ୍ର ହାଇଡ୍ରୋ ପାୱାର୍‌ ପ୍ରୋଜେକଫ ମଧ୍ୟ ଏହି ବନ୍ୟା ସ୍ରୋତରେ ଭାସି ଯାଇ ଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବିପର୍ଯ୍ୟୟ ପ୍ରଶମନ ଦଳଙ୍କୁ ମୁତୟନ କରାଯାଇଛି । ସେନା ପକ୍ଷରୁ ତିନୋଟି ହେଲିକାପଫର୍‌ରେ ବାଟାଲିଅନ ପଠା ଯାଇଛି ଫଳରେ ସେମାନେ ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳକୁ ଅନୁଧ୍ୟାନ କରୁଛନ୍ତି । ପ୍ରାୟ ୭ଟି ନ୍ୟାଭି ଡାଇଭିଂ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ମୁତୟନ ଅଛନ୍ତି । ୨୪ ଘଣ୍ଟିଆ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନାରୁ ପ୍ରକାଶ । ଉତ୍ତରାଖଣ୍ଡ ସହିତ ଭାରତ ସରକାର ଯୋଗାଯୋଗରେ ଅଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ସୁରକ୍ଷା ପ୍ରତି ସରକାର ଅବଗତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଜଣାଇଛନ୍ତି । ଏଭଳି ଏକ ବଡ଼ ଧରଣର ବିପର୍ଯ୍ୟୟର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏକ ବୈଜ୍ଞାନିକ ବିଶେଷଜ୍ଞ ଦଳ ଘଟଣାର ପ୍ରକୃତ କାରଣ ଅନୁସନ୍ଧାନ କରିବେ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ରାୱତ୍‌ କହିଛନ୍ତି । ଏହାମଧ୍ୟ କୁହାଯାଇଛି ଯେ, ଏନ୍‌ଟିପିସି ଓ ଋଷିଗଙ୍ଗାର ୧୬୦ ଲୋକଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିନାହିଁ । ସୂଚନାମୁତାବକ ତପୋବନ ଡ୍ୟାମ୍‌ର ଏକ ନିର୍ମାଣାଧିନ ଟନେଲ୍‌ ମଧ୍ୟରେ ୧୬ ଜଣ ଲୋକ ପୋତି ହୋଇ ରହିଥିବା ବେଳେ ସେମାନଙ୍କୁ ଆଇଟିବିପିର ଏକ ଟିମ୍‌ ଉଦ୍ଧାର କରିଛନ୍ତି । ଉତ୍ତରାଖଣ୍ଡ ଲୋକଙ୍କ ସହିତ ସରକାର ଅଛନ୍ତି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଟୁଇଟ୍‌ କରି ଜଣାଇଛନ୍ତି । ପ୍ରଭାବିତ ଅଞ୍ଚଳମାନଙ୍କୁ ମେଡିକାଲ୍‌ ଟିମ୍‌ ପହଞ୍ଚିଛନ୍ତି । ତେବେ ପଡୋଶୀ ଗ୍ରାମାଞ୍ଚଳ ଗୁଡିକରେ କୌଣସି ବିପଦ ସୃଷ୍ଟି କରିବ ନାହିଁ ତେଣୁ ଭୟଭୀତ ହେବାର ନାହିଁ ବୋଲି ନ୍ୟାସ୍‌ନାଲ୍‌ କ୍ରାଇସିସ୍‌ ମ୍ୟାନେଜମେଣ୍ଟ କମିଟି (ଏନ୍‌ସିଏମ୍‌ସି) ପକ୍ଷରୁ କୁହାଯାଇଛି । ଘଟଣାକୁ ନେଇ ଗୁଜବ ଉପରେ ବିଶ୍ୱାସ ନକରିବାକୁ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ୍‌ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି । ପ୍ରଭାବିତଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ଉତ୍ତରରାଖଣ୍ଡ ସରକାର ହେଲ¬୍‌ ଲାଇନ୍‌ ନଂ ୧୯୦୫, ୧୦୭୦ ଏବଂ ୯୫୫୫୭୪୪୪୪୮୬ ଜାରି କରିଛନ୍ତି । ଏଥିସହିତ କେତେକ ପୁରୁଣା ଭିଡ଼ିଓ ଭାଇରାଲ
କରୁଥିବାରୁ ଏଥିରେ ଭୟଭୀତ ନହେବାକୁ କୁହାଯାଇଛି । ଏଥିସହିତ ଶ୍ରୀନଗର, ରୁଷିକେଶ ଏବଂ ହରିଦ୍ୱାରରେ ଆଲର୍ଟ ଜାରି କରାଯାଇଛି । ଉତ୍ତର ପ୍ରଦେଶର ଗଙ୍ଗାକୂଳରେ ରହିଥିବା ସହର ଗୁଡ଼ିକକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢା

ଆଜିଠୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢା

Read More...

ଡିଜି ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କରୋନା ଟିକା

ଡିଜି ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କରୋନା ଟିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page