୬୩ କେନ୍ଦ୍ରରେ ହେବ ଭୋଟ୍‌ ଗଣତି

May 20, 2019, ଓଡ଼ିଶା, , Anupambharat News Bureau


୬୩ କେନ୍ଦ୍ରରେ ହେବ ଭୋଟ୍‌ ଗଣତି
Anupambharat News Bureau
May 20, 2019

ଭୁବନେଶ୍ୱର,୨୦ ।୫(ଅନୁପମ ମିଡିଆ): ଆସନ୍ତା ୨୩ରେ ଭୋଟ୍‌ ଗଣତି ପରେ ପ୍ରକାଶ ପାଇବ ବହୁ ପ୍ରତୀକ୍ଷିତ ସାଧାରଣ ନିର୍ବାଚନ ଫଳାଫଳ । ଏହି ଦିନ ଭୋଟ ଗଣତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି ସରିଛି । ଓଡିଶାର ୬୩ଟି କେନ୍ଦ୍ରରେ ଭୋଟ୍‌ ଗଣତି କରାଯିବ । ଅନୁଗୋଳ ଜିଲ୍ଲାରେ ସର୍ବାଧିକ ୫ଟି, ସୁନ୍ଦରଗଡ଼, ମୟୁରଭ, ଓ ଗାମ ଜିଲ୍ଲାରେ ୪ଟି ଲେଖାଁଏ ଭୋଟଗଣନା କେନ୍ଦ୍ର ସ୍ଥାପନ କରାଯାଇଛି । ସେହିପରି ଭୁବନେଶ୍ୱର ବିଜେପି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର-ଉତର, ଏକାମ୍ର-ଭୁବନେଶ୍ୱର ଏବଂ ଜଟଣୀ ବିଧାନସଭା ଆସନର ଭୋଟ ଗଣନା କରାଯିବ । ସେହିପରି କଟକ ଭୁବନାନନ୍ଦ ଇଞ୍ଜିନୟରିଂ ସ୍କୁଲରେ କଟକର ୬ଟି ବିଧାନସଭା ଆସନର ଭୋଟ ଗଣନା କରାଯିବା ନେଇ ବନ୍ଦେବସ୍ତ କରାଯାଇଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ୭ଟି ଟେବୁଲରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗଣତି ହେବ । ସେହିପରି ପ୍ରତ୍ୟେକ କେନ୍ଦ୍ରରେ ୯ ଜଣ ଗଣତି ଏଜେଣ୍ଟ ରହିବେ । ଜଣେ ଏଜେଣ୍ଟ କେନ୍ଦ୍ରୀୟ ଟେବୁଲରେ ଏବଂ ପୋଷ୍ଟାଲ ବାଲଟ ଗଣତି ପାଇଁ ଜଣେ ଲେଖାଏଁ ରହିବେ ।
ପୋଷ୍ଟାଲ ବାଲଟ୍‌ ଗଣତି ପାଇଁ ସର୍ବାଧିକ ସମୟସୀମା ୩୦ ମିନିଟ୍‌ ରହିଛି । ସେହିପରି ପ୍ରତ୍ୟେକ ରାଉଣ୍ଡ ଗଣତି ପାଇଁ ୨୦ ମିନିଟ୍‌ ଧାର୍ଯ୍ୟ କରାଯାଇଛି ।
ଭୋଟ୍‌ ଗଣତି ସମ୍ପର୍କିତ ଫଳାଫଳ ଜାଣିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକଙ୍କ ଜାଣିବା ପାଇଁ ସିଇଓ ଅଫିସ ପରିସରରେ ସ୍ୱତନ୍ତ୍ର ଭାବେ ପ୍ଲାଇଉଡ୍‌ ନିର୍ମିତ ଅସ୍ଥାୟୀ କୋଠରୀ କରାଯାଇଛି । ସେଠାରେ ଏଲ୍‌ଇଡି ଟିଭି ଲଗାଯିବା ସହ ଭୋଟଗଣତିର ଟିକିନିଖି ଖବର ପ୍ରଦର୍ଶନ କରାଯିବ ।
ଏହାସହିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ସମୟ ସମୟରେ ଗଣମାଧ୍ୟମ ଆଗରେ ଭୋଟ୍‌ ଗଣତି ଓ ଫଳାଫଳ ନେଇ ତଥ୍ୟ ରଖିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ ଚଳିତ ଥର ଭୋଟ ଗଣତିରେ ବିଳମ୍ବ ଘଟିବ ବୋଲି ପୂର୍ବରୁ ନିର୍ବାଚନ ଅଧିକାରୀ ସୂଚିତ କରିଛନ୍ତି । ଗଣତି ଦିନ ଫଳାଫଳ ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ ନାହିଁ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣତି ଜାରି ରହିବ ବୋଲି ମଧ୍ୟ ନିର୍ବାଚନ ଅଧିକାରୀ ଉଲ୍ଳେଖ କରିଥିଲେ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହୁସିଆର୍‌! ମାତୁଛନ୍ତି ବ୍ଲì ପଲସର ଲୁଟେରା

ହୁସିଆର୍‌! ମାତୁଛନ୍ତି ବ୍ଲì ପଲସର ଲୁଟେରା

Read More...

ଆଜି ମାଟ୍ରିକ ପରୀକ୍ଷା ଫଳ

ଆଜି ମାଟ୍ରିକ ପରୀକ୍ଷା ଫଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page