ଆଜି ମାଟ୍ରିକ ପରୀକ୍ଷା ଫଳ

May 20, 2019, ଓଡ଼ିଶା, , Anupambharat News Bureau


ଆଜି ମାଟ୍ରିକ ପରୀକ୍ଷା ଫଳ
Anupambharat News Bureau
May 20, 2019

କଟକ, ୨୦ା୫(ଅନୁପମମିଡ଼ିଆ): ଆସନ୍ତା କାଲି ସକାଳ ୯ଟା ସମୟରେ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହି ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଡ. ଜାହାଁନ ଆରା ବେଗମ୍‌ । ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ । ଏକ ସଙ୍ଗେ ହାଇସ୍କୁଲ ସାର୍ଟିଫିକେଟ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ କରାଯିବ । ପୂର୍ବାହ୍ନ ୧୧ଟାରୁ ବୋର୍ଡର େୱବ ସାଇଟ୍‌ ରେ ପରୀକ୍ଷା ଫଳ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ଏସଏମଏସ ଯୋଗେ ମଧ୍ୟ ପରୀକ୍ଷା ଫଳ ମୋବାଇଲ ଫୋନ ମାଧ୍ୟମରେ ଜାଣିପାରିବେ । ମୋବାଇଲରେ ଓଆର୧୦ ସ୍ପେଶ ରୋଲ ନମ୍ବର ଲେଖି ୫୬୭୬୭୫୦କୁ ଏସଏମ୍‌ଏସ କଲେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ । ଆସନ୍ତା କାଲିଠାରୁ େୱବସାଇଟରେ ଓଏମଆର ସିଟ୍‌ ମଧ୍ୟ ଅପଲୋଡ୍‌ କରାଯିବ । ଛାତ୍ରଛାତ୍ରୀମାନଙ୍କର ଫଳାଫଳ ସମ୍ପର୍କରେ କୌଣସି ଅଭିଯୋଗ ବା ସନ୍ଦେହ ରହିଥିଲେ ସେଥିପାଇଁ ବୋର୍ଡ ପକ୍ଷରୁ ଦୁଇଟି ହେଲପ ଲାଇନ ନମ୍ବର ଜାରି କରାଯାଇଛି । ସକାଳ ୧୦ଟାରୁ ୫ଟା ମଧ୍ୟରେ ୦୬୭୧-୨୪୧୨୦୫୯ ଏବଂ ୦୬୭୧-୨୪୧୨୦୬୦ରେ ଫୋନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବୋର୍ଡ ସମ୍ପାଦକ ରାମାଶିଷ ହାଜରା ଓ ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୬୩ କେନ୍ଦ୍ରରେ ହେବ ଭୋଟ୍‌ ଗଣତି

୬୩ କେନ୍ଦ୍ରରେ ହେବ ଭୋଟ୍‌ ଗଣତି

Read More...

 ଆଉ ଦୁଇଦିନ ସିଝିବ ପଶ୍ଚିମ ଓଡ଼ିଶା

ଆଉ ଦୁଇଦିନ ସିଝିବ ପଶ୍ଚିମ ଓଡ଼ିଶା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page