ପ୍ରଥମ ଓଡ଼ିଆ: ଚଣ୍ଡି ପ୍ରସାଦ ସେନା ଉପମୁଖ୍ୟ

January 18, 2021, ଦେଶ, , Anupambharat News Bureau


ପ୍ରଥମ ଓଡ଼ିଆ:  ଚଣ୍ଡି ପ୍ରସାଦ ସେନା ଉପମୁଖ୍ୟ
Anupambharat News Bureau
January 18, 2021


ନୂଆଦିଲ୍ଲୀ,୧୮ା୧:ଜଣକ ପରେ ଜେଣ ଓଡ଼ିଆ ପଦାଧିକାରୀଙ୍କୁ ଜାତୀୟ ସ୍ତରରେ ପ୍ରମୁଖ ସଂସ୍ଥାମାନଙ୍କରେ କାର୍ଯ୍ୟ କରିବାର ସୁଯୋଗ ମିଳିବାରେ ଲାଗିଛି । ପ୍ରଥମ ଓଡ଼ିଆ ଭାବେ ଲେଫଫନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ହେବେ ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ । ଜାନୁଆରୀ ୩୧ରେ ବର୍ତ୍ତମାନ ସେନା ବାହିନୀର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଏସକେ ସାଇନି ଅବସର ଗ୍ରହଣ କରିବେ । ଏହାପରେ ଜେନେରାଲ ମହାନ୍ତି ଏହି ପଦବୀର ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି । ଏବେ ସେ ଦକ୍ଷିଣ-ପୂର୍ବ କମାଣ୍ଡରେ ଜେନେରାଲ ଅଫିସର କମାଣ୍ଡିଂ-ଇନ୍‌-ଚିଫ୍‌ ଭାବେ କାର୍ଯ୍ୟ କରୁଛନ୍ତି । ସୂଚନା ଯେ, ଜେନେରାଲ ମହାନ୍ତି ଦେଶର ୪୨ତମ ସେନା ଉପମୁଖ୍ୟ ହେବେ । ସେହିପରି ପ୍ରଥମ ଓଡ଼ିଆ ଅଫିସର ଭାବେ ସେ ଏହି ପଦବୀରେ ନିଯୁକ୍ତି ପାଇବେ । ଜେନେରାଲ ମହାନ୍ତିଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲା ଜୟବଡ ଗାଁରେ । ଏହି ନୂଆ ନିଯୁକ୍ତି ସମ୍ପର୍କରେ ଖବର ମିଳିବା ପରେ କେବଳ ତାଙ୍କ ଗାଁରେ ନୁହେଁ ସମଗ୍ର ଓଡ଼ିଶାରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ପାକିସ୍ତାନ ଓ ଚାଇନା ସୀମାରେ ହୋଇଥିବା ଏକାଧିକ ଅପରେସନରେ ଜେନେରାଲ ମହାନ୍ତିଙ୍କ ଅଭିଜ୍ଞତା ରହିଛି । ଆସାମରେ ବିଦ୍ରୋହୀଙ୍କୁ ଦମନ କରିବା ପାଇଁ ହୋଇଥିବା ଅପରେସନରେ ମଧ୍ୟ ସେ ସାମିଲ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଘଟ ହେଉଛି ହ୍ୱାଟ୍‌ସ୍‌ଆପ୍‌ କଥାବାର୍ତ୍ତା !

ପ୍ରଘଟ ହେଉଛି ହ୍ୱାଟ୍‌ସ୍‌ଆପ୍‌ କଥାବାର୍ତ୍ତା !

Read More...

ଏକ୍ସପ୍ରେସେୱରେ ୨୫ଟି ଗାଡି ଦୁର୍ଘଟଣା, ଜଣଙ୍କର ମୃତୁ୍ୟ

ଏକ୍ସପ୍ରେସେୱରେ ୨୫ଟି ଗାଡି ଦୁର୍ଘଟଣା, ଜଣଙ୍କର ମୃତୁ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page