କରୋନା ନୂଆ ଷ୍ଟ୍ରେନ୍‌ ଆଶଙ୍କା: ୩୧ ଜାନୁଆରୀ ପର୍ଯ୍ୟନ୍ତ ବଢ଼ିଲା ଗାଇଡ଼ଲାଇନ୍‌

December 28, 2020, ଓଡ଼ିଶା, , Anupambharat News Bureau


କରୋନା ନୂଆ ଷ୍ଟ୍ରେନ୍‌ ଆଶଙ୍କା:  ୩୧ ଜାନୁଆରୀ ପର୍ଯ୍ୟନ୍ତ ବଢ଼ିଲା ଗାଇଡ଼ଲାଇନ୍‌
Anupambharat News Bureau
December 28, 2020


ନୂଆଦିଲ୍ଲୀ,୨୮ା୧୨: ଭାରତରେ ସୃଷ୍ଟି ହୋଇଥିବା କୋଭିଡ଼-୧୯ କରୋନା ମହାମାରୀର ପ୍ରଭାବ ଯେଭଳି ଭୟଙ୍କର ହୋଇଛି ଏହାକୁ ନେଇ ଦେଶରେ ସଟ୍‌ଡାଉନ୍‌ ଲକ୍‌ଡ଼ାଉନ୍‌ ଭଳି ସ୍ଥିତି ଉପୁଜିଥିଲା । ସାମାନ୍ୟ ସ୍ଥିତି ସ୍ୱାଭାବିକ ହେବା ବେଳକୁ ପୁଣି କେତେକ ରାଷ୍ଟ୍ରରେ କରୋନା ଭାଇରସର ନୂତନ ରୂପାନ୍ତରିତ ବା ଷ୍ଟ୍ରେନ୍‌ ସଂକ୍ରମଣ ସମଗ୍ର ବିଶ୍ୱକୁ ପୁଣି ଥରେ ଏକ ବଡ଼ ଆତଙ୍କିତ ମଧ୍ୟକୁ ଠେଲି ଦେଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣି କଣ୍ଟେନମେଣ୍ଟ ଜୋନ୍‌ ଉପରେ ନୂଆ ଗାଇଡ଼ଲାଇନ୍‌ ଜାରି କରିଛନ୍ତି । ଚଳିତବର୍ଷ ଶେଷ ସୁଦ୍ଧା ସମସ୍ତ ଗାଇଡ଼ଲାଇନ ପୂରଣ ହେବାକୁ ଥିବା ବେଳେ ନୂତନ ଗାଇଡ଼ଲାଇନ୍‌ ଅନୁଯାୟୀ ୨୦୨୧ ଜାନୁଆରୀ ୩୧ ପର୍ଯ୍ୟନ୍ତ ସର୍ଭେଲାନ୍ସ କଣ୍ଟେନମେଣ୍ଟ ଜାରି କରାଯାଇଛି । ଏଣୁ ଗାଇଡ଼ଲାଇନ୍‌ ସମୟ ପୁଣି ବୃଦ୍ଧି କରିବା ନିଶ୍ଚିତ ହୋଇଛି । ଭାରତରେ ଯଦିଓ କୋଭିଡ଼-୧୯ ସଂକ୍ରମଣ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ନିୟମିତ ହ୍ରାସ ପାଇବାରେ ଲାଗିଛି । ତେବେ ସର୍ଭେଲାନ୍ସ ଏବଂ କଣ୍ଟେନମେଣ୍ଟ ଜୋନ୍‌ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ । କାରଣ ଯୁକ୍ତରାଜ୍ୟ ବା ଇଂଲଣ୍ଡରେ ଏହି ନୂଆ ରୂପାନ୍ତରିତ ବା କରୋନା ଭୂତାଣୁର ଏକ ନୂଆ ଷ୍ଟ୍ରେନ ପୁଣି ପ୍ରଭାବିତ କରିବାରେ ଲାଗିଛି । ଏ ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଏହାମଧ୍ୟ କୁହାଯାଇଛି ଯେ, କଣ୍ଟେନମେଣ୍ଟ ଜୋନ୍‌ ଗୁଡିକରେ କୋଭିଡ଼-୧୯ ନିୟମାବଳୀକୁ କଡ଼ାକଡି ଭାବେ ପାଳନ କରାଯିବ ଏବଂ ଅତ୍ୟାବଶ୍ୟକୀୟ କାର୍ଯ୍ୟଧାରା ଉପରେ କେବଳ ଅନୁମତି ଦିଆଯିବ । କେନ୍ଦ୍ର ସରକାରଙ୍କ ଏହି ନିୟମାବଳୀକୁ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇତିମଧ୍ୟରେ ଭାରତରେ ସୁସ୍ଥ ସଂଖ୍ୟା ୯୭.୮ ଲକ୍ଷକୁ ବୃଦ୍ଧି ପାଇଥିବା ଜଣାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟାରେ ୨୭୯ ସଂଖ୍ୟକ ରୋଗୀଙ୍କ ମୃତୁ୍ୟ ଘଟିଛି । ଏହାକୁ ମିଶାଇ ଦେଶରେ ସମୁଦାୟ ମୃତକଙ୍କ ସଂଖ୍ୟା ୧ଲକ୍ଷ ୪୭ ହଜାର ୯୦୧କୁ ବୃଦ୍ଧି ପାଇଛି । ଏହାବ୍ୟତୀତ ଦେଶରେ ସଂକ୍ରମଣ ସଂଖ୍ୟା ୧ କୋଟିରୁ ଉର୍ଦ୍ଧ୍ୱରେ ରହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ଟପି ଯାଇଛି । କର୍ଣ୍ଣାଟକରେ ୯ ଲକ୍ଷ ଟପିଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷରୁ ଉର୍ଦ୍ଧ୍ୱରେ ରହିଛି । ଦିନକରେ ମହାରାଷ୍ଟ୍ରରେ ୩ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମଣ ହୋଇଥିବା ବେଳେ ୬୬ ରୋଗୀଙ୍କ ମୃତୁ୍ୟ ଘଟିଛି । ରିପୋର୍ଟ ଅନୁଯାୟୀ କେରଳରେ ସର୍ବାଧିକ ୪୯୦୫ ସଂଖ୍ୟକ ବ୍ୟକ୍ତି ନୂତନ ଭାବେ କୋଭିଡ଼-୧୯ ପଜିଟିଭିର ଶିକାର ହୋଇଛନ୍ତି । ସ୍ଥିତି କେତେକ ରାଜ୍ୟରେ ଆଜି ମଧ୍ୟ ସମ୍ବେଦନଶୀଳକ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରକାରୀ ସ୍କୁଲରେ ପଢ଼ିଲେ ମିଳିବ ସଂରକ୍ଷଣ

ସରକାରୀ ସ୍କୁଲରେ ପଢ଼ିଲେ ମିଳିବ ସଂରକ୍ଷଣ

Read More...

ସୁସ୍ଥ ହେଲେ ସୁପରଷ୍ଟାର ରଜନୀକାନ୍ତ

ସୁସ୍ଥ ହେଲେ ସୁପରଷ୍ଟାର ରଜନୀକାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page