ସୁସ୍ଥ ହେଲେ ସୁପରଷ୍ଟାର ରଜନୀକାନ୍ତ

December 27, 2020, ଦେଶ, , Anupambharat News Bureau


ସୁସ୍ଥ ହେଲେ ସୁପରଷ୍ଟାର ରଜନୀକାନ୍ତ
Anupambharat News Bureau
December 27, 2020


ହାଇଦ୍ରାବାଦ : ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଛ ରଜନୀକାନ୍ତଙ୍କ ସ୍‌ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ହାଇଦ୍ରାବାଦ ଆପୋଲ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଛ ଏବେ ରଜନୀକାନ୍ତଙ୍କ ବ୍ଲଡ୍‌ ପ୍ରେସର ସ୍ଥିର ଅଛି ଓ ସେ ଆଗ ଅପେକ୍ଷା ବହୁତ ଭଲ ଅନୁଭବ କରୁଛନ୍ତି । ବ୍ଲଡ୍‌ ପ୍ରେସର ଯୋଗୁଁ ଗତ ୨୫ ତାରିଖରେ ରଜନୀକା;ୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଛ ସେ ଗତ ୧୦ ଦିନ ହେବ ହାଇଦ୍ରାବାଦରେ ଫିଲ୍ମ ସୁଟିଂ କରୁଥିଲେ ଛ ସୁଟିଂ ସେଟରେ ଥିବା ଲୋକଙ୍କ ରିପୋର୍ଟ କୋଭିଡ୍‌ ପଜିଟିଭ୍‌ ଆସିଥିଲା ଛ ଯାହାପରେ ରଜନୀକାନ୍ତ ଡିସେମ୍ବର ୨୨ରେ ନିଜ କରୋନା ଟେଷ୍ଟ କରିଥିଲେ ଛ ତେବେ, ତାଙ୍କ ରିପୋର୍ଟ କୋଭିଡ୍‌ ନେଗେଟିଭ୍‌ ଆସିଥିଲା ଛ ଏହାପରେ ରଜନୀକାନ୍ତ ଆଇସୋଲେସନରେ ଥିଲେ ଛ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିଲା । ଡିସଚାର୍ଜ ପୂର୍ବରୁ ହସ୍ପିଟାଲ ପକ୍ଷରୁ କୁହାଯାଇଛି- ରଜନୀକାନ୍ତଙ୍କ ମେଡିକାଲ ଯାଞ୍ଚ ରିପୋର୍ଟ କିଛି ବି ଚିନ୍ତାଜନକ ନୁହେଁ ଛ ବ୍ଲଡ୍‌ ପ୍ରେସର ବଢ଼ିବା ଓ କମିବା ନେଇ ଚିକିତ୍ସା ଜାରି ରହିଛି । ବଲିଉଡ୍‌ ଓ ଟଲିଉଡରେ ସାନଦାର ଅଭିନୟ ପରେ ସୁପରଷ୍ଟାର ରଜନୀକାନ୍ତ ଏବେ ଖୁବଶୀଘ୍ର ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଛ ଡିସେମ୍ବର ୩୧ରେ ସେ ନିଜ ରାଜନୀତିକ ଦଳ ନେଇ ଘୋଷଣା କରିବେ ବୋଲି ଟ୍‌ୱିଟ୍‌ କରି ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ନୂଆ ଷ୍ଟ୍ରେନ୍‌ ଆଶଙ୍କା:  ୩୧ ଜାନୁଆରୀ ପର୍ଯ୍ୟନ୍ତ ବଢ଼ିଲା ଗାଇଡ଼ଲାଇନ୍‌

କରୋନା ନୂଆ ଷ୍ଟ୍ରେନ୍‌ ଆଶଙ୍କା: ୩୧ ଜାନୁଆରୀ ପର୍ଯ୍ୟନ୍ତ ବଢ଼ିଲା ଗାଇଡ଼ଲାଇନ୍‌

Read More...

ସୁଶାନ୍ତ ମାମଲା : ସିବିଆଇକୁ ରିପୋର୍ଟ ମାଗିଲେ ମହାରାଷ୍ଟ୍ରର ଗୃହମନ୍ତ୍ରୀ

ସୁଶାନ୍ତ ମାମଲା : ସିବିଆଇକୁ ରିପୋର୍ଟ ମାଗିଲେ ମହାରାଷ୍ଟ୍ରର ଗୃହମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page