ଦଳ ଚୟନ ପୂର୍ବରୁ ଅଭ୍ୟାସ୍‌ ମ୍ୟାଚ୍‌ରେ ସଂଘର୍ଷ କରୁଛନ୍ତି ଅର୍ଜୁନ୍‌ ତେନ୍ଦୁଲକର

December 27, 2020, କ୍ରୀଡ଼ା, , Anupambharat News Bureau


ଦଳ ଚୟନ ପୂର୍ବରୁ ଅଭ୍ୟାସ୍‌ ମ୍ୟାଚ୍‌ରେ ସଂଘର୍ଷ କରୁଛନ୍ତି ଅର୍ଜୁନ୍‌ ତେନ୍ଦୁଲକର
Anupambharat News Bureau
December 27, 2020


ନୂଆଦିଲ୍ଲୀ,୨୭ ।୧୨:ଭାରତର ବ୍ୟାଟିଂ ମହାରଥି ସଚିନ୍‌ ତେନ୍ଦୁଲକର ଙ୍କ ପୁଅ ଅର୍ଜୁନ୍‌ ତେନ୍ଦୁଲକର ଅଭ୍ୟାସ୍‌ ମ୍ୟାଚ୍‌ରେ ରନ୍‌ ସଂଗ୍ରହ କରିବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟ୍ରଫି ଦଳ ଚୟନ ପୂର୍ବରୁ ଏଭଳି ସ୍ଥିତି ରହିଛି । ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟ୍ରଫି ପୂର୍ବରୁ ଅଭ୍ୟାସ୍‌ ମ୍ୟାଚ୍‌ ଆୟୋଜିତ ହୋଇଥିଲା । ଅର୍ଜୁନ୍‌ ତେନ୍ଦୁଲକର ଟିମ୍‌ ଡି’ରେ ଚୟନ ହୋଇଥିଲେ । ସେ ମ୍ୟାଚ୍‌ରେ ଚାରୋଟି ୱିକେଟ୍‌ ହାସଲ କରିଥିଲେ । ବ୍ୟାଟିଂରେ ତିନୋଟି ଇନିଂସ୍‌ରେ କେବଳ ୭ ରନ୍‌ ସଂଗ୍ରହ କରିଥିଲେ । ଏଭଳି ପ୍ରଦର୍ଶନ ବଳରେ ଅର୍ଜୁନ୍‌ ତେନ୍ଦୁଲକର ଚୟନକର୍ତ୍ତା କେତେଦୂର ପ୍ରଭାବିତ କରିବେ,ତାହା ଅନୁମାନ କରିବା ସହଜ ହେଉନାହିଁ । ସେ ଦଳରୁ ବାଦ୍‌ ପଡିବେ ବୋଲି କୁହାଯାଉଛି । ୨୧ବର୍ଷୀୟ ତେନ୍ଦୁଲକର ୪ ଓଭରରେ ୨୩ ରନ୍‌ ଦେଇ ୨ଟି ୱିକେଟ୍‌ ହାସଲ କରିଥିଲେ । ଟିମ୍‌ ସି’ବିପକ୍ଷରେ ଅର୍ଜୁନ୍‌ ତେନ୍ଦୁଲକର ଏହି ପ୍ରଦର୍ଶନ କରିଥିଲେ । ପରବର୍ତ୍ତୀ ମ୍ୟାଚ୍‌ ଟିମ୍‌ ବି’ ସହ ୩୩ ରନ୍‌ କରିବାସହ ଚାରି ଓଭରରେ ଗୋଟିଏ ୱିକେଟ୍‌ ହାସଲ କରିଥିଲେ । ତେନ୍ଦୁଲକରଙ୍କ ଟିମ୍‌ ଏ’ରେ ୩୭ ରନ୍‌ ହୋଇଛି । ଚତୁର୍ଥ ମ୍ୟାଚ୍‌ରେ ତେନ୍ଦୁଲକର ୱିକେଟ୍‌ ହାସଲ କରିନଥିଲେ । ସେ ୧୫ଟି ବଲ୍‌ରେ ୨୧ ରନ୍‌ ସଂଗ୍ରହ କରିଥିଲେ । ଟିମ୍‌ ବି’ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବ ତୃତୀୟ ଓଭରରେ ୨୧ ରନ୍‌ ସଂଗ୍ରହ କରିଥିଲେ । ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ କିଛି ଦିନରେ ଦଳ ଚୟନ କରାଯିବ । ଏନେଇ ତେନ୍ଦୁଲକରଙ୍କ ଉପରେ ନଜର ରହିଛି । ଯଦି ଚୟନକର୍ତ୍ତା ପ୍ରଥମଥର ପାଇଁ ସିନିୟର ଖେଳାଳିଙ୍କୁ ଡକରା ହୋଇଛି । ୧୯ବର୍ଷରୁ କମ୍‌ ଟେଷ୍ଟ ଦଳରେ ପୂର୍ବତନ ସଦସ୍ୟ ରହିଥିଲେ । ତେନ୍ଦୁଲକରଙ୍କ ଅଭିଜ୍ଞତା ଯୋଗୁଁ ଟିମ୍‌ ଇଣ୍ଡିଆ ନେଟ୍‌ରେ ସୁଯୋଗ ପାଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ନେଟ୍‌ ବୋଲର୍‌ ଭାବେ ୟୁଏଇ ଯାତ୍ରା କରିଥିଲେ । ତୁଷାର ଦେଶପାଣ୍ଡେ ଭାରତ ଏ’ ଦଳରେ ଖେଳିଥିଲେ । ସର୍ବାଧିକ ୱିକେଟ୍‌ ନଅଟି ମ୍ୟାଚ୍‌ରେ ହାସଲ କରିଥିଲେ । ବ୍ୟାଟି ବର୍ଗରେ ସୂର୍ଯ୍ୟକୁମାର, ଦୁବେ, କୁଲକର୍ଣ୍ଣି, ସିଦ୍ଧେଶ ଲାବ୍‌ ଏବଂ ଆଦିତ୍ୟ ତାରେ ରହିଛନ୍ତି । ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟ୍ରଫି ଜାନୁୟାରୀ ୧୦ରେ ଖେଳାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନମିତା ଟେªା ପାଇଲେ ଏକଲବ୍ୟ ପୁରସ୍କାର

ନମିତା ଟେªା ପାଇଲେ ଏକଲବ୍ୟ ପୁରସ୍କାର

Read More...

୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି

୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page