୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି

December 27, 2020, ଦେଶ, , Anupambharat News Bureau


୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି
Anupambharat News Bureau
December 27, 2020


ନୂଆଦିଲ୍ଲୀ: ୨୦୨୫ ମସିହା ସୁଦ୍ଧା ଭାରତ ସାରାବିଶ୍ୱରେ ପଞ୍ଚମ ବୃହତ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହେବ ଏବଂ ୨୦୩୦ ବେଳକୁ ଏହା ତୃତୀୟ ସ୍ଥାନକୁ ଆସିବ । ଏହି ସ୍ଥାନରେ ଭାରତ ୨୦୩୫ ପର୍ଯ୍ୟନ୍ତ ବଜାୟ ରହିବ । ୨୦୨୮ରେ ଆମେରିକାର ଅର୍ଥନୀତିକୁ ଅତିକ୍ରମ କରିବ ଚାଇନା । ଏକ ବଡ ଅର୍ଥନୈତିକ ଗବେଷଣା ସଂସ୍ଥା ଏହି ରିପୋର୍ଟ ଦେଇଛି ।
ଦି ସେଣ୍ଟର ଫର ଇକୋନମିକ ଆଣ୍ଡ ବିଜନେଓ ରିସର୍ଚ୍ଚ-ସିଇବିଆର ଦ୍ୱାରା ପ୍ରସ୍ତୁତ ୱାର୍ଲଡ ଇକୋନମିକ ଲିଗ ଟେବୁଲ ୨୦୨୧ ରେ ଏହି ରିପୋର୍ଟ ପ୍ରକାଶ ପାଇଛି । କୋଭିଡ -୧୯ପ୍ରଭାବ ବିଶ୍ୱ ଅର୍ଥନୀତିରେ କିପରି ରହିଛି ସେହି ପରିପ୍ରେକ୍ଷୀରେ ପ୍ରକାଶ ପାଇଛି ରିପୋର୍ଟ । ୨୦୧୯ରେ ଭାରତ ୟୁକେ ଏବଂ ଫ୍ରାନସକୁ ଅତିକ୍ରମ କରି ପଂଚମ ସ୍ଥାନରେ ପହଂଚିଥାନ୍ତା । କି;ୁ କୋଭିଡ-୧୯ କାରଣରୁ ଏହା ସମ୍ଭବ ହୋଇପାରିଲା ନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।
ଜନ ବହୁଳ ଭାରତ ବର୍ଷରେ ଗତ କିଛି ବର୍ଷ ଧରି ଶିଳ୍ପାନୁଷ୍ଠାନ ପ୍ରଗତି ନିମନ୍ତେ କେନ୍ଦ୍ର ସରକାରଙ୍କ ବହୁ ଯୋଜନା ଜାରି ରହିଛି । ଏହା ସହିତ ଜଗତୀକରଣ ଅର୍ଥନୀତି କ୍ଷେତ୍ରରେ ଦେଶର ଆନ୍ତର୍ଜାତୀୟ ବୁଝାମଣା ସହଜସାଧ୍ୟ ହୋଇପାରୁଛି । ବିଭିନ୍ନ ବିଦେଶୀ ରାଷ୍ଟ୍ରଙ୍କ ସହଯୋଗରେ ଦେଶରେ ବିଦେଶୀ ପୁଞ୍ଜି ମଧ୍ୟ ନିବେଶ ହେବାରେ ଲାଗିଛି । ଏହା ବ୍ୟତୀତ ସ୍ୱଦେଶୀ ଆର୍ଥିକ କାର୍ଯ୍ୟଧାରାକୁ ଭାରତ ସରକାରଙ୍କ ପକ୍ଷରୁ ଉତ୍ସାହିତ କରାଯାଉଛି । ତେଣୁ ଦେଶର ପ୍ରଗତି କ୍ରମେ ବ୍ୟାପକ ହେବାରେ ଲାଗିଛି । ଜିଏସ୍‌ଟି ପ୍ରଚଳନ ସହିତ କଳା ଟଙ୍କାର ସ୍ରୋତକୁ ପ୍ରତିରୋଧ କରାଯାଇପାରିଛି । ଫଳରେ ଏହା ଆର୍ଥିକ ସ୍ରୋତକୁ ଅନୁକୂଳ ବାତାବରଣ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦଳ ଚୟନ ପୂର୍ବରୁ ଅଭ୍ୟାସ୍‌ ମ୍ୟାଚ୍‌ରେ ସଂଘର୍ଷ କରୁଛନ୍ତି ଅର୍ଜୁନ୍‌ ତେନ୍ଦୁଲକର

ଦଳ ଚୟନ ପୂର୍ବରୁ ଅଭ୍ୟାସ୍‌ ମ୍ୟାଚ୍‌ରେ ସଂଘର୍ଷ କରୁଛନ୍ତି ଅର୍ଜୁନ୍‌ ତେନ୍ଦୁଲକର

Read More...

ଫାଷ୍ଟଟାକ୍‌ ଦୈନିକ ଆଦାୟ ୮୦ କୋଟିରୁ ଊର୍ଦ୍ଧ୍ୱ

ଫାଷ୍ଟଟାକ୍‌ ଦୈନିକ ଆଦାୟ ୮୦ କୋଟିରୁ ଊର୍ଦ୍ଧ୍ୱ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page