ବୋମା ବିସ୍ପୋରଣରେ ୧୫ ଶିଶୁ ମୃତ

December 18, 2020, ବିଦେଶ, , Anupambharat News Bureau


ବୋମା ବିସ୍ପୋରଣରେ ୧୫ ଶିଶୁ ମୃତ
Anupambharat News Bureau
December 18, 2020


ଆଫଗାନିସ୍ଥାନର ଗଜନୀରେ ଏକ ଅଟୋରିକ୍ସାରେ ରଖାଯାଇଥିବା ବୋମା ବିସ୍ପୋରଣ ହେବାରୁ ଅତି କମରେ ୧୫ ଜଣ ଶିଶୁ ନିହତ ହୋଇଛନ୍ତି ଓ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଥିବା ଜଣାଯାଇଛି । ଆଫଗାନିସ୍ଥାନର ଆଭ୍ୟନ୍ତରୀଣ ମନ୍ତ୍ରାଳୟର ସୂଚନା ଅନୁସାରେ ଆଦି ସ୍ଥାନୀୟ ସମୟ ଅପରାହ୍ନ ୨ଟା ବେଳେ କେନ୍ଦ୍ରୀୟ ଗଜନି ରାଜ୍ୟରେ ଏହି ଘଟଣା ଘଟିଛି । ଛୋଟ ପିଲାମାନେ ଏକ ଧାର୍ମିକ ସମାବେଶରେ ଏକତ୍ରିତ ହୋଇଥିଲେ । ଏହି ସମୟରେ ଏକ ଅଟୋ ରିକ୍ସାରେ ରଖାଯାଇଥିବା ବୋମା ବିସ୍ପୋରଣ ହୋଇଥିଲା । ଫଳରେ ୧୫ ଜଣ ଶିଶୁ ମୃତ୍ୟୁବରଣ କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଘଟଣାସ୍ଥଳରେ ଶିଶୁମାନଙ୍କ ମୃତଦେହ ଏଣେତେଣେ ପଡ଼ିଥିବା ଦେଖାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୩ରୁଖୋଲିବ ଶ୍ରୀମନ୍ଦିର, ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାରଙ୍କୁ ଅନୁମତି,  ୩ ପରେ ବାହାର ଭକ୍ତଙ୍କୁ ଦର୍ଶନ ସୁବିଧା

୨୩ରୁଖୋଲିବ ଶ୍ରୀମନ୍ଦିର, ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାରଙ୍କୁ ଅନୁମତି, ୩ ପରେ ବାହାର ଭକ୍ତଙ୍କୁ ଦର୍ଶନ ସୁବିଧା

Read More...

କରୋନା ଟିକା ନେବା ବାଧ୍ୟତାମୂଳକ ନୁହେଁ, ସ୍ପଷ୍ଟ କଲେ କେନ୍ଦ୍ର ସରକାର

କରୋନା ଟିକା ନେବା ବାଧ୍ୟତାମୂଳକ ନୁହେଁ, ସ୍ପଷ୍ଟ କଲେ କେନ୍ଦ୍ର ସରକାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page