କରୋନା ଟିକା ନେବା ବାଧ୍ୟତାମୂଳକ ନୁହେଁ, ସ୍ପଷ୍ଟ କଲେ କେନ୍ଦ୍ର ସରକାର

December 18, 2020, ଦେଶ, , Anupambharat News Bureau


କରୋନା ଟିକା ନେବା ବାଧ୍ୟତାମୂଳକ ନୁହେଁ, ସ୍ପଷ୍ଟ କଲେ କେନ୍ଦ୍ର ସରକାର
Anupambharat News Bureau
December 18, 2020


ନୂଆଦିଲ୍ଲୀ: ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତରେ ପ୍ରଥମ କରୋନା ଟିକା ଉପଲବ୍ଧ ହେବ ବୋଲି କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ଭାରତ ସରକାର କରୋନା ଯୋଦ୍ଧାଙ୍କ ସମେତ ୩ କୋଟି ଲୋକଙ୍କର ଟିକାକରଣ କରିବେ ବୋଲି ନଜର ରଖିଛନ୍ତି । ଏମାନଙ୍କ ମଧ୍ୟରେ ଡାକ୍ତର ଓ ନର୍ସ ମଧ୍ୟ ରହିଛନ୍ତି । କି;ୁ କିଛି ଡାକ୍ତର ଓ ନର୍ସ ଟିକା ନେବାକୁ ଅମଙ୍ଗ ହେଉଥିବାରୁ ଟିକାକରଣ ବାଧ୍ୟତାମୂଳକ କରାଯିବ କି ନାହିଁ, ତା’କୁ ନେଇ ଦ୍ୱନ୍ଦ ଉପୁଜିଥିଲା । ଏସବୁ ଭିତରେ ଆଜି କେନ୍ଦ୍ର ସରକାର କରୋନା ଟିକା ନେବା ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି । ଯାହାର ଇଚ୍ଛା ହେବ ତାଙ୍କୁ ଟିକା ଦିଆଯିବ । ଟିକାକରଣ ସଂପୂର୍ଣ୍ଣ ସେ୍ୱଚ୍ଛାକୃତ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତରେ ଉପଲବ୍ଧ ହେବାକୁ ଥିବା କରୋନା ଟିକା ବିଦେଶରେ ବିକଶିତ ହୋଇଥିବା ଟିକା ଭଳି ଅଧିକ ପ୍ରଭାବୀ ହେବ । ଏହାକୁ ନେଇ କେହି ସନ୍ଦେହ କରିବା ଠିକ ନୁହେଁ । ପୂର୍ବରୁ କରୋନାରେ ସଂକ୍ରମିତ ହୋଇ ସାରିଥିବା ଲୋକମାନେ ମଧ୍ୟ ଟିକାର ଡୋଜ୍‌ ନେବାକୁ ଭାରତ ସରକାର ପରାମର୍ଶ ଦେଉଛନ୍ତି । କାରଣ ଟିକା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ । ଜଣେ ବ୍ୟକ୍ତିଙ୍କ ଶରୀରରେ ଟିକାର ଦୁଇଟି ଯାକ ଡୋଜ ନେବାର ୧୪ ଦିନ ପରେ ଆଣ୍ଟିବଡି ବିକଶିତ ହେବ । ହେଲେ ଟିକା ନେବାକୁ କାହାକୁ ବାଧ୍ୟ କରାଯିବ ନାହିଁ ବୋଲି ମନ୍ତ୍ରଣାଳୟ କହିଛି । ସରକାରଙ୍କ ପକ୍ଷରୁ ବାରମ୍ବାର ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନକୁ ତାଲିକାଭୁକ୍ତ କରାଯାଇଛି । ଏଥିରେ ଲୋକମାନେ ପଚାରି ଥିଲେ ଯେ କ’ଣ କରୋନା ଟିକା ନେବା ବାଧ୍ୟତାମୂଳକ? ଆଣ୍ଟିବଡି ସୃଷ୍ଟି ହେବାକୁ ଟିକା କେତେ ଦିନ ସମୟ ନେବ? କ’ଣ କରୋନାରୁ ସୁସ୍ଥ ହୋଇଥିବା ଲୋକମାନେ ମଧ୍ୟ ଟିକା ନେବା ଜରୁରୀ? ଏହାର ଜବାବରେ ମନ୍ତ୍ରଣାଳୟ କହିଛି ଯେ କରୋନା ପାଇଁ ଟିକାକରଣ ସଂପୂର୍ଣ୍ଣ ସେ୍ୱଚ୍ଛାକୃତ । ତଥାପି ରୋଗରୁ ରକ୍ଷା ପାଇବା ପାଇଁ ଜଣେ ବ୍ୟକ୍ତି ଟିକାର ଦୁଇଟି ଯାକ ଡୋଜ୍‌ ନେଲେ ଭଲ । ସେହିପରି ଟିକା ନେବାଦ୍ୱାରା ଜଣେ ବ୍ୟକ୍ତିଙ୍କ ଠାରୁ ତାଙ୍କ ପରିବାର, ବନ୍ଧୁ ଓ ଅନ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ବହୁତ କମ । ଦେଶରେ କରୋନା ଟିକା ଲଞ୍ଚ କରିବାକୁ ସରକାର ଯୋଜନା କରୁଛନ୍ତି । ଖୁବଶୀଘ୍ର ଦେଶରେ କରୋନା ଟିକା ଉପଲବ୍ଧ ହେବ । ଏବେ ୬ଟି ଟିକାର ଟ୍ରାଏଲ ଦେଶରେ କରାଯାଉଛି । ଏଗୁଡ଼ିକ ଭିନ୍ନଭିନ୍ନ ପର୍ଯ୍ୟାୟରେ ରହିଛି । ତେବେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ, ଅକ୍ସଫୋର୍ଡର ଟିକା ଓ ରୁଷର ସ୍ପୁଟନିକ ଭିକୁ ସରକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଯୋଜନା କରୁଛନ୍ତି । ଖୁବକମ ସମୟରେ ତରବରିଆ ଭାବେ ପ୍ରସ୍ତୁତ ହୋଇଥିବା କରୋନା ଟିକା କ’ଣ ସୁରକ୍ଷିତ ଓ ଏହାର କିଛି ପାଶ୍ୱର୍ପ୍ରତିକ୍ରିୟା ଦେଖାଯିବ ନାହିଁ କି ବୋଲି ପ୍ରଶ୍ନରେ ମନ୍ତ୍ରଣାଳୟ କହିଛି, ବିଭିନ୍ନ ସରକାରୀ ଏଜେନ୍ସି ଓ କମିଟି ପ୍ରଥମେ ନିକଟରେ ସୁରକ୍ଷାକୁ ଯାଞ୍ଚ କରିବ । ସେମାନେ ଏଥିରେ ସନ୍ତୋଷ ଲାଭ କରିବା ପରେ ଲୋକଙ୍କ ବ୍ୟବହାର ପାଇଁ ଟିକାକୁ ଅନୁମୋଦନ ମିଳିବ । ଭାରତ ସରକାର ସର୍ବଦା ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉଛନ୍ତି । ସେହିପରି ଟିକାକରଣ ବେଳେ ଅପପ୍ରଚାର ହୋଇପାରେ । ତେଣୁ ନିରାପଦ ଟକାକରଣ ଅଭିଯାନ ପାଇଁ ରାଜ୍ୟମାନଙ୍କୁ ଉପଯୁକ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି । ମନ୍ତ୍ରଣାଳୟ କହିଛି ଯେ ୨୮ ଦିନ ବ୍ୟବଧାନରେ କରୋନା ଟିକାର ଦୁଇଟି ଯାକ ଡୋଜ ନେବାକୁ ପଡ଼ିବ । କର୍କଟ, ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଲୋକମାନେ ମଧ୍ୟ କରୋନା ଟିକା ଗ୍ରହଣ କରିପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୋମା ବିସ୍ପୋରଣରେ ୧୫ ଶିଶୁ ମୃତ

ବୋମା ବିସ୍ପୋରଣରେ ୧୫ ଶିଶୁ ମୃତ

Read More...

ଆଇସିଏମ୍‌ଆର୍‌ ମୁଖ୍ୟଙ୍କୁ କରୋନା

ଆଇସିଏମ୍‌ଆର୍‌ ମୁଖ୍ୟଙ୍କୁ କରୋନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page