କିଲରକୁ ମିଳିଲା ମୃତ୍ୟୁଦଣ୍ଡ

December 15, 2020, ବିଦେଶ, , Anupambharat News Bureau


କିଲରକୁ ମିଳିଲା ମୃତ୍ୟୁଦଣ୍ଡ
Anupambharat News Bureau
December 15, 2020


ଟୋକିଓ: ସୋଶାଲ ମଡିଆରେ ସମ୍ପର୍କ ସ୍ଥାପନ କରି ୯ ଜଣଙ୍କୁ ହତ୍ୟା କରିଥିବା ଜଣେ ଯୁବକଙ୍କୁ ଆଜି ଜାପାନର ଟୋକିଓ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ୩୦ ବର୍ଷୀୟ ତାକାହିରୋ ଶିରାଇସି କୋର୍ଟରେ ନିଜର ଦୋଷ ସ୍ୱୀକାର କରିଛି । ସେ ଟୁଇଟର୍‌ କିଲର ଭାବେ ଜଣାଶୁଣା । ଶିରାଇସି ଟୁଇଟ୍‌ରେ ୧୫ ରୁ ୨୬ ବର୍ଷ ବୟସର ଲୋକଙ୍କୁ ଖୋଜୁଥିଲା । ଏମାନଙ୍କ ମଧ୍ୟରୁ ଯେଉଁମାନେ ଆତ୍ମହତ୍ୟା କରିବା ଚାହୁଁଥିଲେ, ସେମାନଙ୍କୁ ସେ ଟାର୍ଗେଟ କରୁଥିଲା । ତାଙ୍କ ସହ ଯୋଗାଯୋଗ କରି ପ୍ରଥମେ ସେ ଠିକଣା ହାସଲ କରୁଥିଲା । ଏହାପରେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଚାହୁଁଥିବା ସେମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରୁଥିଲା । କି;ୁ ସେ ଆତ୍ମହତ୍ୟା କରିବାକୁ ଚାହୁଁଥିବା ଲୋକଙ୍କୁ ମାରିବା ପରେ ନିଜେ ଜୀବନ ହାରୁ ନଥିଲା । ଶିରାଇସି ହତ୍ୟା କରିଥିବା ୯ ଜଣଙ୍କ ମଧ୍ୟରେ ଜଣେ ମହିଳା ରହିଥିଲେ । ସେ ତାଙ୍କୁ ସୋଶାଲ ମିଡିଆ ପ୍ଲାଟଫର୍ମ ଦ୍ୱାରା ଚିହ୍ନିଥିଲା । ଆଜିର ଶୁଣାଣି ବେଳେ ଶିରାଇସିର ଓକିଲ ଯୁକ୍ତି କରିଥିଲେ ଯେ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କର ବୟସ ୧୫ରୁ ୨୬ ବର୍ଷ । ସେମାନେ ସୋଶାଲ ମିଡିଆରେ ବ୍ୟବହାର କରିବା ସହ ଜୀବନ ହାରିବାକୁ ନିଜର ସହମତି ପ୍ରକାଶ କରିଥିଲେ । ତେଣୁ ଶିରାଇସିର ମୃତ୍ୟୁଦଣ୍ଡକୁ ଆଜୀବନ ଜେଲ ଦଣ୍ଡରେ ପରିଣତ କରାଯାଉ । ହେଲେ କୋର୍ଟ କିଛି ବି ଶୁଣି ନଥିଲେ । ଅନ୍ୟପକ୍ଷରେ ଜାପାନର ଗଣମାଧ୍ୟମ ଅନୁଯାୟୀ, ଏହି ଟୁଇଟର୍‌ କିଲର୍‌ ରାୟ ଶୁଣିବାକୁ କୋର୍ଟରେ ପ୍ରବଳ ଭିଡ଼ ଦେଖା ଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଳିଙ୍ଗର ଐତିହ୍ୟରେ ପାଲୁର

କଳିଙ୍ଗର ଐତିହ୍ୟରେ ପାଲୁର

Read More...

ଶୀତ ଅଧିବେଶନ ବନ୍ଦ

ଶୀତ ଅଧିବେଶନ ବନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page