ଶୀତ ଅଧିବେଶନ ବନ୍ଦ

December 15, 2020, ଦେଶ, , Anupambharat News Bureau


ଶୀତ ଅଧିବେଶନ ବନ୍ଦ
Anupambharat News Bureau
December 15, 2020


ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ଚଳିତ ବର୍ଷ ସଂସଦରେ ଶୀତକାଳୀନ ଅଧିବେଶନ ହେବ ନାହିଁ ବୋଲି ସରକାର ସୂଚନା ପ୍ରଦାନ କରିଛନ୍ତି । ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି କି, ମହାମାରୀ କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ସମସ୍ତ ରାଜନେତିକ ଦଳ ଶୀତ ଅଧିବେଶନକୁ ବନ୍ଦ ରଖି ସିଧାସଳଖ ଜାନୁଆରିରେ ହେବାକୁ ଥିବା ବଜେଟ୍‌ ଅଧିବେଶନ ପାଇଁ ସହମତି ଦେଇଛନ୍ତି ।
ବିବାଦୀୟ ନୂଆ କୃଷି ଆଇନ୍‌ ଉପରେ ଆଲୋଚନା କରିବାକୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚେଧୁରୀଙ୍କ ପତ୍ରର ଉତ୍ତର ଦେଇ ଶ୍ରୀ ଯୋଶୀ ଶୀତକାଳୀନ ଅଧିବେଶନ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କଂଗ୍ରେସର ଲୋକସଭା ନେତା ଅଧୀର ରଞ୍ଜନ ଚେଧୁରୀ ଏହି ଆଇନରେ ସଂଶୋଧନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଏହା ଉପରେ ଆଲୋଚନା ପାଇଁ ପ୍ରସ୍ତାବ ଦେବା ପରେ ଏହାର ଉତ୍ତର ରଖିଛନ୍ତି ଶ୍ରୀ ଯୋଶୀ ତାଙ୍କ ଚିଠିର ଉତ୍ତର ଦେଇ ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି କି ସେ ସମସ୍ତ ଦଳର ନେତାଙ୍କ ସହ କଥା ହୋଇ ଶୀତ ଅଧିବେଶନ ବନ୍ଦ କରିବା ପାଇଁ ସହମତି ପାଇଛନ୍ତି ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁୁ ଯେ, ଗତ ସେପେଫମ୍ବରରେ ସଂସଦରେ ମେସୁମୀ ଅଧିବେଶନ ଡକାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ କଂଗ୍ରେସ ନେତା ଚେଧୁରୀଙ୍କୁ ଉତ୍ତର ଲେଖି ଜଣାଇଛନ୍ତି ଯେ ଶୀତ ଦିନେ ଭାଇରସ୍‌ ବ୍ୟାପିବାର ଅଧିକ ଆଶଙ୍କା ରହିଥିବା କାରଣରୁ ଶୀତକାଳୀନ ଅଧିବେଶନକୁ ବନ୍ଦ ରଖିବା ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା ଖୁବ୍‌ ଶୀଘ୍ର କରୋନା ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଏହି କାରଣରୁ ପରବର୍ତ୍ତୀ ଅଧିବେଶନ ପାଇଁ କେଣସି ସମସ୍ୟା ଉପୁଜି ନପାରେ ବୋଲି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କିଲରକୁ ମିଳିଲା ମୃତ୍ୟୁଦଣ୍ଡ

କିଲରକୁ ମିଳିଲା ମୃତ୍ୟୁଦଣ୍ଡ

Read More...

ଦେଶରେ ୱାଟ୍ସଅପ୍‌-ଜିଓ ପ୍ରଭାବ ସମ୍ପର୍କରେ ଅମ୍ବାନୀ,ଜୁକେରବର୍ଗ ମଧ୍ୟରେ ଆଲୋଚନା

ଦେଶରେ ୱାଟ୍ସଅପ୍‌-ଜିଓ ପ୍ରଭାବ ସମ୍ପର୍କରେ ଅମ୍ବାନୀ,ଜୁକେରବର୍ଗ ମଧ୍ୟରେ ଆଲୋଚନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page