ଜିଓ ଆରମ୍ଭ କରିବ ୫-ଜି ସେବା

December 09, 2020, ଦେଶ, , Anupambharat News Bureau


ଜିଓ ଆରମ୍ଭ କରିବ ୫-ଜି ସେବା
Anupambharat News Bureau
December 09, 2020


ମୁମ୍ବାଇ:ଭାରତରେ ପଞ୍ଚମ ପିି (୫-ଜି) ମୋବାଇଲ ଫୋନ ସେବା ଆସନ୍ତା ବର୍ଷ ଦ୍ୱିତୀୟାର୍ଦ୍ଧରେ ରିଲାଏନ୍ସ ଜିଓ ଇନଫୋକମ୍‌ ଆରମ୍ଭ କରିବା ସମ୍ଭାବନା ରହିଛି । ଇଣ୍ଡିଆ ମୋବାଇଲ କଂଗ୍ରେସର ଚତୁର୍ଥ ସଂସ୍କରଣରେ ଉଦବୋଧନ ଦେଇ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆଜି ଏଭଳି ସୂଚନା ଦେଇଛନ୍ତି । ସ୍ୱଦେଶୀ ଜ୍ଞାନକେଶଳରେ ଏହି ସେବାର ବିକାଶ କରାଯିବ ବୋଲି ସେ କହିଛନ୍ତି । ଭାରତରେ ୫-ଜି ମୋବାଇଲ ଫୋନ ସେବା ଆଗୁଆ ଆରମ୍ଭ ପାଇଁ ନୀତିରେ ଉନ୍ନତି ଅଣାଯିବାର ଆବଶ୍ୟକତା ରହିଛି । ତେବେ ଭାରତରେ ୫-ଜି ମୋବାଇଲ ଫୋନ ସେବାରେ ଯେଉଁ ବିପ୍ଳବ ଆସିବ ସେଥିରେ ଜିଓ ଅଗ୍ରଦୂତ ଭୂମିକା ଗ୍ରହଣ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଦେଶରେ ସ୍ପେକଫ୍ରମ୍‌ ବିକ୍ରି ଆରମ୍ଭ ହେଲେ ୫-ଜି ମୋବାଇଲ ଫୋନ ସେବା ଆରମ୍ଭ ହୋଇପାରିବ ବୋଲି ରିଲାଏନ୍ସ ଜିଓ କହୁଥିବାବେଳେ ପ୍ରତିଯୋଗୀ କମ୍ପାନି ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ କି;ୁ କି;ୁ ଭିନ୍ନ କଥା କହୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ୍‌-୧୯: ସୁଧ ଛାଡ଼ ଓ ଋଣକିସ୍ତି ଅବଧି ଶୁଣାଣି ସ୍ଥଗିତ

କୋଭିଡ୍‌-୧୯: ସୁଧ ଛାଡ଼ ଓ ଋଣକିସ୍ତି ଅବଧି ଶୁଣାଣି ସ୍ଥଗିତ

Read More...

୧୪ରେ ପୁଣି ଚାଷୀଙ୍କ ଆନ୍ଦୋଳନ ଡାକରା,  କୃଷକ, କେନ୍ଦ୍ର ନିଜ ନିଜ ଜିଦ୍‌ରେ ଅଟଳ

୧୪ରେ ପୁଣି ଚାଷୀଙ୍କ ଆନ୍ଦୋଳନ ଡାକରା, କୃଷକ, କେନ୍ଦ୍ର ନିଜ ନିଜ ଜିଦ୍‌ରେ ଅଟଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page