୧୪ରେ ପୁଣି ଚାଷୀଙ୍କ ଆନ୍ଦୋଳନ ଡାକରା, କୃଷକ, କେନ୍ଦ୍ର ନିଜ ନିଜ ଜିଦ୍‌ରେ ଅଟଳ

December 09, 2020, ଦେଶ, , Anupambharat News Bureau


୧୪ରେ ପୁଣି ଚାଷୀଙ୍କ ଆନ୍ଦୋଳନ ଡାକରା,  କୃଷକ, କେନ୍ଦ୍ର ନିଜ ନିଜ ଜିଦ୍‌ରେ ଅଟଳ
Anupambharat News Bureau
December 09, 2020


ନୂଆଦିଲ୍ଲୀ,୯ା୧୨:ଆନ୍ଦୋଳନରତ କୃଷକମାନେ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି । ନୂତନ କୃଷି ଆଇନ ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକ ନେତାମାନଙ୍କ ନିକଟକୁ ଆଇନରେ ସଂଶୋଧନ ନିମନ୍ତେ ପଠାଯାଇଥିବା ୫ଟି ପ୍ରସ୍ତାବକୁ ସେମାନେ ଆଜି ସିଧାସଳଖ ଖାରଜ କରି ଦେଇଛନ୍ତି । ଏଥିସହ ନୂତନ କୃଷି ଆଇନକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ ନକରିବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ଡିସେମ୍ବର ୧୪ରେ ପୁଣି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ କୃଷକ ସଂଗଠନ ପକ୍ଷରୁ ଆଜି ଆହ୍ୱାନ ଦିଆଯାଇଛି । କୃଷକମାନେ ଏହା ମଧ୍ୟ କହିଛନ୍ତି ଯେ, ଡିସେମ୍ବର ୧୨ସୁଦ୍ଧା ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କରାଯିବ । ଏହା ସହ ଡିସେମ୍ବର ୧୨ରେ ଦେଶର ସମସ୍ତ ଟୋଲ୍‌ ପ୍ଲାଜାକୁ ଦେୟମୁକ୍ତ କରାଯିବ ବୋଲି ସେମାନେ କହିଛନ୍ତି କୃଷକନେତାମାନେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି, ଦିଲ୍ଲୀର ରାଜରାସ୍ତା ଜାମ୍‌ କରାଯିବ ଏବଂ ରିଲାଏନ୍ସର ଉତ୍ପାଦଗୁଡ଼ିକୁ ବହିଷ୍କାର କରାଯିବ । କେବଳ ସେତିକି ନୁହେଁ, ବିଜେପିର ମନ୍ତ୍ରୀମାନଙ୍କୁ ମଧ୍ୟ ବହିଷ୍କାର କରାଯିବ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ସରକାରଙ୍କ ପକ୍ଷରୁ କୃଷକ ମାନଙ୍କୁ ଦିଆଯାଇଥିବା ୫ ଟି ପ୍ରସ୍ତାବ ମଧ୍ୟରେ (୧) ଏମଏସପିରେ କୌଣସି ପରିବର୍ତ୍ତନ ହେବ ନାହିଁ, ପୂର୍ବଭଳି ଏମଏସପି ଜାରି ରହିବ, (୨) ଏପିଏମସିକୁ ବା ମଣ୍ଡି ବ୍ୟବସ୍ଥା ଚାଲୁ ରହିବ ଓ ପୂର୍ବ ଠାରୁ ଏହି ମଣ୍ଡି ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ, (୩) ଶଷ୍ୟ କିଣିବାକୁ ଚାହୁଁଥିବା ଘରୋଇ କମ୍ପାନୀ ମାନଙ୍କୁ ପଞ୍ଜିକରଣ କରିବାକୁ ପଡିବ, (୪) ଚୁକ୍ତି ଭିତ୍ତିକ ଚାଷ ବେଳେ କୌଣସି ଅସୁବିଧା ଦେଖାଦେଲେ ଚାଷୀ କୋର୍ଟକୁ ଯାଇପାରିବ ଏହାସହ ଚୁକ୍ତି ଭିତ୍ତିକ ଚାଷକୁ ନେଇ ଉପୁଜୁଥିବା ବିବାଦର ସମାଧାନ ପାଇଁ ଫାଷ୍ଟ ଟ୍ରାକ୍‌ କୋର୍ଟ ଗଠନ କରାଯିବ, (୫) ଘରୋଇ ଭାବେ ଶଷ୍ୟ କିଣୁଥିବା କମ୍ପାନୀ ମାନଙ୍କ ଠାରୁ ଟିକସ୍‌ ଆଦାୟ କରାଯିବ । କୃଷକମାନଙ୍କର ‘ଭାରତ ବନ୍ଦ’ ଡାକରା ପରେ କେନ୍ଦ୍ର ସରକାର ଓ କୃଷକ ନେତାମାନଙ୍କ ମଧ୍ୟରେ ମଙ୍ଗଳବାର ରାତିରେ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ସରକାର କୃଷି ଆଇନ ଉଚ୍ଛେଦ ସପକ୍ଷରେ ନ ଥିବା ସ୍ପଷ୍ଟ କରିବା ସହ ଆଇନରେ ସଂଶୋଧନ ଲାଗି ଲିଖିତ ପ୍ରସ୍ତାବ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ତଦନୁଯାୟୀ ଏହି ପ୍ରସ୍ତାବଗୁଡ଼ିକ କୃଷକନେତାମାନଙ୍କ ନିକଟକୁ ପଠାଯାଇଥିଲା, ଯାହାକୁ ସେମାନେ ଆଜି ଖାରଜ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଓ ଆରମ୍ଭ କରିବ ୫-ଜି ସେବା

ଜିଓ ଆରମ୍ଭ କରିବ ୫-ଜି ସେବା

Read More...

ଜମିକୁ ପାଣି-ବିହନ-ସାର ନାହିଁ ଚାଷ ହେବ କିପରି?

ଜମିକୁ ପାଣି-ବିହନ-ସାର ନାହିଁ ଚାଷ ହେବ କିପରି?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page