ଅଂଶୁଘାତ ନଲାଗିବାକୁ ପିଆଜ ବଣ୍ଟନ

May 19, 2019, ଦେଶ, , Anupambharat News Bureau


ଅଂଶୁଘାତ ନଲାଗିବାକୁ ପିଆଜ ବଣ୍ଟନ
Anupambharat News Bureau
May 19, 2019

ଝାବୁଆ (ମଧ୍ୟପ୍ରଦେଶ): ଦେଶରେ ଚାରିଆଡେ ଗ୍ରୀଷ୍ମ ଲହରି ଜାରି ରହିଛି । ଏହାରି ମଧ୍ୟରେ ରବିବାର ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ହେଉଛି । ମଧ୍ୟପ୍ରଦେଶର ୮ଟି ଲୋକସଭା ଆସନରେ ଆଜି ମତଗ୍ରହଣ କରାଯାଉଛି । ରାଜ୍ୟର ଝାବୁଆରେ ଭୀଷଣ ଗରମକୁ ଦୃଷ୍ଟିରେ ରଖି ପୋଲିଂ ପାର୍ଟିକୁ ଶନିବାର ପିଆଜ ଦିଆଯାଇଛି । ଅଂଶୁଘାତରୁ ମୁକୁଳିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା କୁହାଯାଉଛି । କାରଣ ପାଖରେ ପିଆଜ ଥିଲେ ଅଂଶୁଘାତରୁ ବଂଚିହେବ । ରିପୋର୍ଟ ଅନୁସାରେ କିଛି ସେକଫରରେ ଅଧିକାରୀମାନେ ନିଜ ସେକଫରରେ ମତଦାନକର୍ମୀଙ୍କୁ ପିଆଜ ବାଣ୍ଟିଛନ୍ତି । ଏଥି ପାଇଁ ସେମାନେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରିଛନ୍ତି । ଜିଲା ଅଧିକାରୀ ପ୍ରବଳ ସିପାହା ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, କିଛି ସେକଫରରେ ଅଧିକାରୀମାନେ ପୋଲିଂ ପାର୍ଟିକୁ ନିଜସ୍‌ୱ ଖର୍ଚ୍ଚରେ ପିଆଜ ବାଣ୍ଟିଛନ୍ତି । ଅଧିକାରୀମାନଙ୍କ କହିବା ଅନୁସାରେ ପିଆଜ ନିଜ ପାଖରେ ଥିଲେ ଗରମରୁ ମୁକ୍ତି ମିଳି ପାରିବ । ଏବଂ ଏହା କିଛି ଦିନ ପାଇଁ ଜାରି ରହିପାରେ । ଅଧିକାଂଶ ଲୋକସଭା କ୍ଷେତ୍ରରେ ସର୍ବନିମ୍ନ ତାପମାତ୍ରା ୨୬ରୁ ୨୮ ଏବଂ ସର୍ବାଧିକ ୪୦ ସେଲସିୟସ ଡିଗ୍ରୀ ରହୁଛି । ଅନ୍ତିମ ପର୍ଯ୍ୟାୟରେ ଆଜି ଦେବାସ, ଉଜୈନ, ମନ୍ଦସୋର, ରତଲାମ, ଧାର, ଇନ୍ଦୋର, ଖରଗୋନ ଏବଂ ଖଣ୍ଡବାରେ ମତଦାନ ଗ୍ରହଣ କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅମରିନ୍ଦର -ସିଦ୍ଧୁଙ୍କ ମଧ୍ୟରେ ବିବାଦ ଘନେଇଲା

ଅମରିନ୍ଦର -ସିଦ୍ଧୁଙ୍କ ମଧ୍ୟରେ ବିବାଦ ଘନେଇଲା

Read More...

ଭୋଟ୍‌ ଦେଲେ ଯୋଗୀ ଆଦିତ୍ୟନାଥ

ଭୋଟ୍‌ ଦେଲେ ଯୋଗୀ ଆଦିତ୍ୟନାଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page